ଆଜିର ରାଶିଫଳ, 02 ଜାନୁୟାରୀ 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣ ନିଜର ଭଲ ଭାବେ ଯତ୍ନ ନିଅନ୍ତୁ । ସନ୍ଧ୍ଯା ରେ ଚାକିରି ବା ବିଜନେସ ଉପରେ ବିଚାର କରିବେ । ଜୀବନ ଶୈଳୀ ରେ ବୈଭବ ଆସିବ । କୌଣସି ବଡ କାର୍ଯ୍ୟ କ୍ରମ ରେ ବନ୍ଧୁ ଙ୍କ ସହଯୋଗ ପ୍ରାପ୍ତ ହେବ । ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କୁ ଫାଇଦା ମିଳିବ । ଆପଣ ବ୍ୟାପାର ରେ ପ୍ରଗତି କରିବେ । ଘର ପରିବାର ରେ ଚିନ୍ତା ସହ ଖର୍ଚ୍ଚ ମାମଲାକୁ ନେଇ ଚିନ୍ତାରେ ରହିବେ । ସାମାଜିକ ସ୍ତର ରେ ନେଟୱାର୍କ ଫାଇଦା ସାବ୍ୟସ୍ତ ହେବ ।

ବୃଷ ରାଶି : ଚାକିରି କରୁଥିଲେ ଅଧିକ କାର୍ଯ୍ୟ ଭାର ପଡିପାରେ । ଆପଣ କରିଥିବା କାମ ରେ ସଫଳତା ପାଇବେ । ଆଜି ଆପଣଙ୍କର ମାତା ପିତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ପାରିବାରିକ ବାତାବରଣ ଖୁଶିମୟ ରହିବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ପର୍କ ରେ ଲାଭ ମିଳିବ । ଆପଣଙ୍କ କୀର୍ତ୍ତି ରେ ବୃଦ୍ଧି ହେବ । ଆଜି ସନ୍ଧ୍ୟା ସୁଧା ଆପଣଙ୍କ ସବୁ ସମସ୍ୟାରୁ ମୁକ୍ତି ପାଇବେ । କାର୍ଯ୍ୟ କୁ ଟାଳିବାକୁ ପ୍ରୟାସ କରନ୍ତୁ ନାହି । ଆଜି ଆପଣଙ୍କ ଶତ୍ରୁ ଆପଣଙ୍କର ବନ୍ଧୁ ହେବେ ।

ମିଥୁନ ରାଶି : ସମ୍ପତି ସହ ଜଡିତ ଫାଇଦା ହେବାର ସମ୍ଭାବନା ଅଛି । ଅଫିସ ବା ବିଜେନ୍ସ ରେ କୌଣସି ଶୁଭାରମ୍ଭ କରିବେ । ନିଜର ପ୍ରତିଭା ଉପରେ ଭରସା ରଖନ୍ତୁ । କିଛି ଦେଖାଇବାକୁ ଯାଇ ଆପଣ ଅଧିକ କିଛି କରନ୍ତୁ ନାହି । ଆପଣଙ୍କ ପ୍ରେମିକ ଙ୍କ ମୁଡ ଆଜି ଭଲ ରହିବ । ଘରକୁ ନୂଆ ଅତିଥି ଙ୍କ ଆଗମନ ହେବାର ସମ୍ଭାବନା ଅଛି । ଯାହା ଦ୍ଵାରା ପରିବାରର ମାହୋଲ ଖୁଶିମୟ ରହିବ ।

କର୍କଟ ରାଶି : ଆଜି ଦିନ ଏମିତି ରହିବ ଆପଣଙ୍କର ପେଣ୍ଡିଙ୍ଗ ପଡିଥିବା କାମ ଆଜି ସମାପ୍ତ ହେବ । ଘର ପରିବାରରେ ଆଜି ସବୁ ଲୋକ ଖୁସି ରହିବେ । ଆଜି ପରିଜନ ଙ୍କ ସହ ଉତ୍ତମ ଭୋଜନ ପ୍ରାପ୍ତ ହେବ । କଠୋର ପରିଶ୍ରମ ଆପଣଙ୍କୁ କରିବାକୁ ପଡିପାରେ । ମନ ଓ ମସ୍ତିକ କୁ ସନ୍ତୁଳନ ରଖନ୍ତୁ । ଆପଣଙ୍କୁ ପୂର୍ଣ୍ଣ ରୂପରେ ସଫଳତା ମିଳିବ । ଅଫିସରେ ଆପଣ ସମସ୍ତଙ୍କର ସହଯୋଗ କରିବେ ।

ସିଂହ ରାଶି : ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ସମସ୍ତଙ୍କ ସହ ଭଲ ବ୍ୟବହାର କରିବେ । ନିଜର ସହ କର୍ମୀ ଙ୍କ ସହଯୋଗ ଆପଣଙ୍କୁ ସମୟ ସମୟରେ ମିଳିବ । ଅଫିସରେ କାମ ପୁରା କରିବା ପାଇଁ ନୂଆ ଜୋସ ସହ ଲାଗି ରୁହନ୍ତୁ । ଆଜି ଦିନରେ କୌଣସି ଭଲ ବ୍ୟକ୍ତିଙ୍କ ଠାରୁ ଆପଣ ପ୍ରେରଣା ପାଇବେ । ସନ୍ଧ୍ୟାରେ ପରିବାର ସହ ଲଙ୍ଗ ଡ୍ରାଇଭିଙ୍ଗ ରେ ଯିବେ । କାମ ପ୍ରତି କୌଣସି ପ୍ରକାରର ଅବହେଳା କରନ୍ତୁ ନାହି । ମହିଳା ଆଜି ଭୁଲ ବୁଝାମଣା ଦୂର କରିବେ ।

କନ୍ୟା ରାଶି : ଚାକିରି କରୁଥିବା ଜାତକ ଙ୍କୁ ମନରେ ଚାକିରି ବଦଳି କରିବାର ବିଚାର ଆସିବ । ବିପରୀତ ସ୍ଥିତି ରେ ମନ ଓ ମସ୍ତିକ କୁ ଶାନ୍ତ ରଖନ୍ତୁ । କୌଣସି କାମରେ ଲକ୍ଷ୍ୟ ଯାଏଁ ପହଞ୍ଚିବାକୁ ହେଲେ ସାନ୍ତ ରହିବାର ଜରୁରତ ଅଛି  । କାର୍ଯ୍ୟ ରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ବ୍ୟାପାର ରେ ମଜବୁତି ଆଣିବା ପାଇଁ ଆପଣ କୌଣସି ମହତ ପଦକ୍ଷେପ ଉଠାଇବେ ।

ତୁଳା ରାଶି : ଆଜି ଆପଣଙ୍କୁ କେହି ନିକଟତର ବ୍ୟକ୍ତି ଆର୍ଥିକ ସାହାଜ୍ଯ କରିବେ । ଆଜି ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଭଲ ବହି ପଢିପାରନ୍ତି । ଆଜି ମାନସିକ ରୂପରେ ଆପଣ ଶାନ୍ତ ରହିବେ । ମନରେ ପଜେଟିଭ ବିଚାର ର ଆଗମନ ହେବ । ଏହି କଥାର ଧ୍ୟାନ ରଖନ୍ତୁ । କୌଣସି ଖରାପ ଅଭ୍ଯାସ ରେ ପଡନ୍ତୁ ନାହି । କାର୍ଯ୍ୟ କରିବାରେ ମନ ପ୍ରସନ୍ନ ହେବ । ବୁଦ୍ଧି ଓ ଶାରୀରିକ କାର୍ଯ୍ୟ କରିବାରେ ସକ୍ରିୟ ରହିବେ । ଯେତେ ସମ୍ଭବ ଧର୍ଯ୍ୟ ରଖନ୍ତୁ ।

ବିଛା ରାଶି : ଆଜି ବ୍ଯବସାୟିକ କ୍ଷେତ୍ର ରେ ପ୍ରବାସ ହୋଇପାରେ । ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ବାଣୀ ରେ ମଧୁରତା ବଜାୟ ରଖିବା ପାଇଁ ଆପଣ ପ୍ରଶଂସା କୁ ବାଣ୍ଟିବାରେ ସକ୍ଷମ ହେବେ । ଅଫିସରେ ସହ କର୍ମୀ ଙ୍କ ସହଯୋଗ ମିଳିବ । ଆଜି କିଛି ଖାସ ସମ୍ପର୍କ ବାନ୍ଧି ହୋଇପାରେ । ଆପଣ ନିଜର ସମର୍ପଣ ଓ କଠିନ ମେହନତ ଦ୍ଵାରା ଅନ୍ୟ ଠାରୁ ଆଗରେ ରହିବେ । ଆୟ ରେ ବୃଦ୍ଧି ହେବ । ମାନସିକ ଶାନ୍ତି ପାଇବେ । ଦାଂପତ୍ଯ ଜୀବନରେ ସୁଧାର ଆସିବ ।

ଧନୁ ରାଶି : ଆଜି କିଛି ନୂଆ କାମ କରିବା ଆଗରୁ ପ୍ରଥମେ ବଡ ମାନଙ୍କର ଉପଦେଶ ନିଅନ୍ତୁ । ନିଜର ଚିନ୍ତାଧାରା ପଜେଟିଭ ରଖନ୍ତୁ । କାନୁନି ମାମଲାରେ ସଫଳତା ମିଳିବ । ଅନାବଶ୍ୟକ ଖର୍ଚ୍ଚ ଉଇପାରେ ଲଗାମ ଲଗାନ୍ତୁ । ଯାହା ଦ୍ଵାରା ଆପଣଙ୍କ ଭବିଷ୍ୟତ ସୁରକ୍ଷିତ ରହିବ । ଚାକିରି କରୁଥିବା ଜାତକ ଙ୍କର ପ୍ରମୋଶନ ହେବ । ଉନ୍ନତି ପାଇଁ ମେହନତ ଅଧିକ କରିବାକୁ ପଡିବ ।

ମକର ରାଶି : ଆଜି ଅନେକ ଲୋକଙ୍କ ସହ ଭେଟ, ସମ୍ପର୍କ ଓ ସମ୍ବାଦ ହେବ । ଚାକିରି କରୁଥିବା ଜାତକ କାର୍ଯ୍ୟ ସ୍ଥଳ ରେ ନିଜର କୌଶଳ ପ୍ରଦର୍ଶନ କରିବେ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ନିଜର ଜରୁରୀ କାଗଜ ପାତ୍ର ଦାୟିତ୍ବରେ ରଖିବାକୁ ହେବ । ଯଦି ଆଜି ଆପଣଙ୍କୁ ବ୍ଯବସାୟିକ ପ୍ରସ୍ତାବ ମିଳୁଛି ତେବେ ଜମା ବି ତରବର ହୁଅନ୍ତୁ ନାହି । ପାରିବାରିକ ଜୀବନ ରେ ସ୍ଥିତି ସାମାନ୍ଯ ରହିବ । ପିଲା ମାନେ ଭଲ ପ୍ରଗତି କରିବେ ।

କୁମ୍ଭ ରାଶି : ଆଜି ପିଲା ମାନେ ଖେଳକୁଦରେ ବ୍ୟସ୍ତ ରହିବେ । ଅନ୍ୟ ର ସମସ୍ୟାର ସମାଧାନ କରିବାରେ ଆପଣ ଖୁସି ହେବେ । ବିବାହ ପ୍ରସ୍ତାବା ରଖିପାରନ୍ତି । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଅନାବଶ୍ୟକ ଯାତ୍ରା କରିବାର ଜରୁରତ ଅଛି । ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ । ପିତା ଙ୍କ ସ୍ୱାସ୍ଥ୍ୟ ସୁଧାର ହେବାର ଖବର ପାଇବେ । ଆଜି ଆପଣଙ୍କ ପାଇଁ ସବୁ ଗ୍ରହ ମାନଙ୍କର ପକ୍ଷ ମିଳିବ । ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ମୁକ୍ତ ହେବେ ।

ମୀନ ରାଶି : ଆଜି କାହା ସହ ନୂଆ ସମ୍ପର୍କ ବନାଇବେ । ଯାହା ଦ୍ଵାରା ଆପଣଙ୍କୁ ନୂଆ ଊର୍ଜା ଅନୁଭବ ହେବ । କାହା ସହ ବିବାଦରେ ପଡନ୍ତୁ ନାହି । ଅଫିସରେ ମାଲିକ ଙ୍କ ସାନିଧ୍ୟ ପ୍ରାପ୍ତ ହେବ । ତାଙ୍କ ଦ୍ଵାରା ଦିଆ ଯାଇଥିବା ଦାୟିତ୍ଵ ଆପଣ ବେସ ଭଲ ଭାବେ ନିଭାଇବେ । ବ୍ୟାପାର ସହ ଜଡିତ ବଡ ଚିନ୍ତା ଦୂର ହେବ । ଆଜି ଆପଣ ବଡ ନିସ୍ପତି ନେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।