କିଏ ଅଟନ୍ତି +୨ ପାସ ତ କିଏ ଅଟନ୍ତି ଗୋଲ୍ଡ ମେଡାଲିଷ୍ଟ, ଜାଣନ୍ତୁ ଆପଣଙ୍କର ଫେବରେଟ ଷ୍ଟାରମାନେ କେତେ ପଢିଛନ୍ତି

ବଲୀଉଡର ସେଲେବ୍ରିଟୀଙ୍କ ବିଷୟରେ ସମସ୍ତେ ଜାଣିବାକୁ ଚେଷ୍ଟା କରନ୍ତି । କହିବାକୁ ଗଲେ କଳକାରମାନେ ବହୁତ କଷ୍ଟ କରି ସଫଳତାର ଶୀର୍ଷରେ ପହଞ୍ଚି ଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏମାନେ କେବଳ ଅଭିନୟ ଉପରେ ନୁହେଁ ପଢାପଢିରେ ବି ବହୁତ ପରିଶ୍ରମ କରିଥାନ୍ତି ।

ଆପଣଙ୍କୁ କହିଦେଉଛୁ ଯେ କେତେକ ଷ୍ଟାରମାନେ ଅଭିନୟକୁ ନେଇ ଏତେ ପାଗଳ ଥିଲେ କି ନିଜର ପଢାକୁ ସେମାନେ ଅଧାରେ ହିଁ ଛାଡି ଦେଇଥିଲେ, କିନ୍ତୁ କିଛି ବଲୀଉଡ ସେଲେବ୍ରିଟୀ ନିଜର ଶିକ୍ଷା ପୁରା କରିବା ସହିତ ନିଜ ସ୍କୁଲରେ ଭଲ ଷ୍ଟୁଡେଣ୍ଟ ବି ଥିଲେ । ତେବେ ଚାଲନ୍ତୁ ଜାଣିବା ଆପଣଙ୍କର ଫେବରେଟ ବଲୀଉଡ ସେଲେବ୍ରିଟୀ କେତେ ପର୍ଯ୍ୟନ୍ତ ପଢିଛନ୍ତି ।

କଙ୍ଗନା ରନୌତ

ବଲୀଉଡରେ କଙ୍ଗନା ରନୌତ ଏକ ଏମିତି କଳାକାର ଅଟନ୍ତି ଯିଏକି ନିଜ ଦମରେ ଫିଲ୍ମକୁ ହିଟ କରନ୍ତି । କହିବାକୁ ଗଲେ ଯେତେବେଳେ କଙ୍ଗନା +୨ରେ ଥିଲେ ସେତେବେଳେ ସେ ଫେଲ ହୋଇଯାଇଥିଲେ ଏବଂ ଏହି କଥାରେ ସେ ଏତେ ଦୁଖିତ ହୋଇଯାଇଥିଲେ କି ସେ ପଢାକୁ ଅଧାରେ ହିଁ ଛାଡି ଦେଇଥିଲେ । ଏବଂ ମଡେଲିଙ୍ଗ କରିବା ପାଇଁ ମୁମ୍ବାଇ ଆସିଗଲେ ।

ସଲମାନ ଖାନ

ବଲୀଉଡର ଦବଙ୍ଗ ଖାନ ସଲମାନ ଖାନଙ୍କର କଥାବାର୍ତ୍ତା କରିଲେ ସେ କେବଳ + ୨ ହିଁ ପାସ ଅଟନ୍ତି । ସଲମାନ ସିଂଧିୟା ସ୍କୂଲ ଗ୍ୱାଲିୟର ଏବଂ ସେଂଟ ସ୍ଟୀନ୍ସଲ ସ୍କୂଲରେ ପଢିଛନ୍ତି । ଏହା ପରେ ନ୍ୟାସନାଲ କଲେଜ ମୁମ୍ବାଇରେ ଏଡମିଶନ ନେଇଥିଲେ । କିନ୍ତୁ ତାଙ୍କର କେବେ ବି ମନ ପଢାରେ ଲାଗିଲା ନାହିଁ ଏବଂ ସେ କେବେ ବି କଲେଜ ବି ଯାଇ ନାହାନ୍ତି ।

ଅକ୍ଷୟ କୁମାର

ବଲୀଉଡର ଖିଲାଡ଼ି କୁମାର ଅକ୍ଷୟ କୁମାର ବି କେବଳ ବୈଚଲର୍ସ ପର୍ଯ୍ୟନ୍ତ ପଢିଛନ୍ତି । ଖବର ଅନୁସାରେ ଅକ୍ଷୟ କୁମାରଙ୍କୁ ଆରମ୍ଭରୁ ହିଁ ପଢିବାର ଇଚ୍ଛା ନ ଥିଲା । ଅକ୍ଷୟ ଡନ ବସ୍କୋ ସ୍କୂଲରୁ ପଢିଲା ପରେ ଆଗକୁ ପଢିବା ପାଇଁ ସେ ଦିଲ୍ଲୀର ଖାଲସା କଲେଜରେ ଏଡମୀଶନ ନେଇଥିଲେ । ଏବଂ ସେଠୁ ସେ ସ୍ନାତକ ର ଡିଗ୍ରୀ ହାସଲ କରିବା ପରେ ବ୍ଯାଂକକରେ ମାର୍ଶଲ ଆର୍ଟ ଶିଖିବାକୁ ଚାଲିଗଲେ ।

ଦୀପିକା ପାଦୁକୋଣ

ଦୀପିକା ବି ପଢା ମାମଲାରେ ଟିକେ ପଛରେ ଅଛନ୍ତି । ଦୀପିକା ବେଙ୍ଗାଲୁରୁର ମାଉଂଟ କାରମେଲ କଲେଜରେ ଏଡମିଶନ ତ ନେଇଥିଲେ କିନ୍ତୁ ମଡେଲିଙ୍ଗରେ ତାଙ୍କର ଅଧିକ ରୁଚି ଥିବାରୁ ସେ ଅଧାରେ ହିଁ ପଢା ଛାଡିଦେଲେ । ଏବଂ ସେ ବଲୀଉଡ ଦୁନିଆକୁ ଚାଲି ଆସିଲେ ।

ସୁଶାନ୍ତ ସିଂହ ରାଜପୂତ

ସୁଶାନ୍ତ ସିଂହ ରାଜପୂତ ଯେତେକି ସଫଳ ଫିଲ୍ମରେ ଅଟନ୍ତି ସେତିକି ସଫଳ ସେ ପଢାରେ ବି ଅଟନ୍ତି । ସୁଶାନ୍ତ ନିଜର ସ୍କୁଲିଙ୍ଗ ସେଂଟ କୈରେଂସ ହାଈ ସ୍କୂଲ ପଟନାରୁ କରିଥିଲେ । ଏହା ପରେ ସେ ଆଗକୁ ପଢିବା ପାଇଁ ଦିଲ୍ଲୀ ଆସିଗଲେ । ଦିଲ୍ଲୀରେ ସେ କୁଲାଚୀ ହଂସରାଜ ମଡଲ ସ୍କୂଲରେ ପଢିଥିଲେ ଏବଂ ଏହା ପରେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂ ରେ ସେ ମୈକେନିକଲ ଇଞ୍ଜିନିୟରିଂର ପଢା ପୁରା କରିଛନ୍ତି ।