Interesting GK Q&A: କେଉଁ ଫଳ ଅଛି ଯାହାକୁ ଓଲଟା କଲେ ଗୋଟିଏ ଝିଅର ନାମ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଏମିତି କେଉଁ ଜୀବ ଅଛି ଯିଏ ଗୋଟିଏ ଆଖି ଖୋଲା କରି ଶୁଏ ?

ଉ: ଡଲଫିନ ଗୋଟିଏ ଆଖି ଖୋଲା କରି ଶୁଏ ।

୨- କେଉଁ ଜୀବକୁ କୃଷକର ମିତ୍ର ବୋଲି କୁହାଯାଏ ?

ଉ: ଜିଆକୁ କୃଷକର ମିତ୍ର କୁହାଯାଏ ।

୩- କେଉଁ ସହରକୁ ଭାରତର ସବୁଠାରୁ ସ୍ବଚ୍ଛ ସହର ଘୋଷିତ କରାଯାଇଛି ?

ଉ: ଇନ୍ଦୋର ସବୁଠୁ ସ୍ବଚ୍ଛ ସହର ।

୪- ସୂର୍ଯ୍ୟ କିରଣରେ କେତୋଟି ରଙ୍ଗ ଥାଏ ?

ଉ: ସାତୋଟି ରଙ୍ଗ ଥାଏ ।

୫- ବିଶ୍ବରେ ସବୁଠୁ ଅଧିକ ମୋବାଇଲ ତିଆରି କରୁଥିବା ଦେଶ କେଉଁଟି ?

ଉ: ଚୀନ ସବୁଠୁ ଅଧିକ ମୋବାଇଲ ତିଆରି କରେ ।

୬- ପାରାକୁ କାହାର ପ୍ରତୀକ ବୋଲି ମାନାଯାଏ ?

ଉ: ଶାନ୍ତିର ପ୍ରତୀକ ।

୭- ଆଳୁ ଚାଷ କରିଥିବା ପ୍ରଥମ ଦେଶ କେଉଁଟି ?

ଉ: ଚୀନ ପ୍ରଥମେ ଆଳୁ ଚାଷ କରିଥିଲା ।

୮- ରାଜା ମହାରାଜାଙ୍କ ପାଖେ ଚାକିରି କରୁଥିବା ଲୋକଙ୍କୁ କଣ କୁହାଯାଏ ?

ଉ: ଦାସ ବା ଦାସୀ ।

୯- ଆଧାରକାର୍ଡରେ ଥିବା ସଂଖ୍ୟାରେ କେତୋଟି ଅଙ୍କ ରହିଥାଏ ?

ଉ: ୧୨ଟି ଅଙ୍କ ରହିଥାଏ ।

୧୦- ମଶାର ଜୀବନକାଳ କେତେ ହୋଇଥାଏ ?

ଉ: ମାତ୍ର ୫୬ ଦିନ ।

୧୧- ମଣିଷ ଆଖିର ଓଜନ କେତେ ହୋଇଥାଏ ?

ଉ: ୮ ଗ୍ରାମ ।

୧୨- ପନିପରିବା ଓ ଫଳ ଉତ୍ପାଦନରେ ବିଶ୍ବରେ ଭାରତର ସ୍ଥାନ କେଉଁଠି ?

ଉ: ଦ୍ଵିତୀୟ ସ୍ଥାନରେ ।

୧୩- ନଦୀମାନଙ୍କ ଦେଶ କେଉଁ ଦେଶକୁ କୁହାଯାଏ ?

ଉ: ବାଂଲାଦେଶକୁ କୁହାଯାଏ ।

୧୪- ଗରିବର କମଳା ଲେମ୍ବୁ କେଉଁ ଫଳକୁ କୁହାଯାଏ ?

ଉ: ଟମାଟର (ବିଲାତି ବାଇଗଣ) ।

୧୫- ଅଯୋଧ୍ୟା ନଗରୀ କେଉଁ ନଦୀକୂଳରେ ଅବସ୍ଥିତ ଅଟେ ?

ଉ: ସରାୟୁ ନଦୀ କୂଳରେ ।

୧୬- ଏମିତି କେଉଁ ମାଛ ଅଛି ଯିଏ କେବେବି ମରେ ନାହିଁ ?

ଉ: ଜେଲି ଫିସ୍ ।

୧୭- ଦୁନିଆର ଛାତ କାହାକୁ କୁହାଯାଏ ?

ଉ: ତିବ୍ବତ କୁ ଦୁନିଆର ଛାତ କୁହାଯାଏ ।

୧୮- ରାଜସ୍ଥାନରେ ଗଧମାନଙ୍କ ମେଳା କେଉଁଠି ଲାଗିଥାଏ ?

ଉ: ଜୟପୁରରେ ।

୧୯- ଦୁନିଆର ସବୁଠୁ ଛୋଟ ଯୁଦ୍ଧ କେତେ ସମୟ ଯାଏଁ ହୋଇଥିଲା ?

ଉ: ୩୮ ମିନିଟ ଯାଏଁ ।

୨୦- କେଉଁ ଫଳ ଅଛି ଯାହାକୁ ଓଲଟା କଲେ ଗୋଟିଏ ଝିଅର ନାମ ହୋଇଥାଏ ?

ଉ: କ୍ଷୀରା କୁ ଓଲଟାଇଲେ ରାକ୍ଷୀ ହୁଏ । କାକୁଡିକୁ ହିନ୍ଦୀରେ କ୍ଷୀରା ବୋଲି କୁହାଯାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।