ଉଚ୍ଚ ରକ୍ତଚାପ ଓ ଡାଇବେଟିସକୁ ଚୁଟକିରେ ନିୟନ୍ତ୍ରଣ କରିପାରେ ଏହି ସାଧାରଣ ପତ୍ର, ଆଜି ହିଁ ପ୍ରୟୋଗ କରନ୍ତୁ ଓ ଏହାର ଫାଇଦା ଉଠାନ୍ତୁ, Dr Salim Zaidi

ଆପଣଙ୍କ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମେ ଏକ ବହୁ ସାଧାରଣ ପତ୍ରର ଉପକାରିତା ବିଷୟରେ କହିବୁ । ଏହି ଚମତ୍କାରୀ ପତ୍ର ବହୁଳ ଭାବେ ବ୍ୟବହାର କରା ଯାଉଥିଲେ ମଧ୍ୟ ଆମେ ତା’ର ଉପକାରିତା ଜାଣି ନଥାଉ । ଏହି ପାତ୍ର ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ଡାଇବେଟିସ ଓ କୋଲେଷ୍ଟ୍ରୋଲକୁ ମଧ୍ୟ ଭଲ କରିଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ଅଧିକ ଜାଣିବା ଡାକ୍ତର ସଲିମ ଜେଦିଙ୍କ ଠାରୁ ।

ତେବେ ଆମେ କହୁଥିବା ଏହି ଚମତ୍କାରୀ ପତ୍ର ହେଉଛି, ତୁଳସୀ ପତ୍ର । ଆୟୁର୍ବେଦରେ  ତୁଳସୀ ପତ୍ରର ମହତ୍ଵ ଖୁବ ଅଧିକ । ତୁଳସୀରେ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ରହିଥାଏ ଏବଂ ରୋଗ ପ୍ରତିଶୋଧକ ଭଳି ମଧ୍ୟ କାମ କରିଥାଏ । ସେଥିପାଇଁ ଥଣ୍ଡା, କଫ ଓ କାଶ ହେଲେ ତୁଳସୀର ପ୍ରୟୋଗ କରିଥାଉ । କିନ୍ତୁ ଏକ ରିସର୍ଚ୍ଚରୁ ଜଣାପଡିଛି ଜେ, ତୁଳସୀ ଆମ ଶରୀରର ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

ଏହାସହ ପାକସ୍ଥଳୀରେ ଇନସୁଲିନ ତିଆରି ହେବାରେ ସାହାଯ୍ୟ କରିବା ସହ ଇନସୁଲିନ ରେଜିଷ୍ଟାନ୍ସକୁ ରୋକିଥାଏ । ଉଚ୍ଚ ରକ୍ତଚାପ ଯୋଗୁଁ ଆମ ଶରୀରରେ ଯେଉଁ ଇନଫ୍ଲେମେସନ ହୋଇଥାଏ ତାକୁ ମଧ୍ୟ ତୁଳସୀ ଭଲ କରିଥାଏ । ନଟିଙ୍ଗହାମ ୟୁନିଭର୍ସିଟିରେ ୬୦ଜଣ ଲୋକଙ୍କୁ ଏକ ଗବେଷଣା କରାଯାଇଥିଲା ।

ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ଗ୍ରୁପର ଲୋକଙ୍କୁ ଡାଇବେଟିସ ମେଡ଼ିସିନ ଯେମିତି ନିୟମିତ ଖାଉଥିଲେ ସେମିତି ଖାଇବା ପାଇଁ କୁହା ଯାଇଥିଲା । ଅନ୍ୟ ଗ୍ରୁପର ଲୋକଙ୍କୁ ଡାଇବେଟିସ ମେଡ଼ିସିନ ସହ ତୁଳସୀ ଏକ୍ସଟ୍ରାକ୍ଟ ମଧ୍ୟ ଖାଇବା ପାଇଁ ଦିଆଯାଇଥିଲା । ଏକ ମାସ ପରେ ଦେଖା ଯାଇଥିଲା କି, ଯେଉଁମାନେ ତୁଳସୀ ଏକ୍ସଟ୍ରାକ୍ଟ ନେଉଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ଓ ରକ୍ତଚାପ ଅନ୍ୟ ଗ୍ରୁପର ଲୋକଙ୍କ ଠାରୁ ବେଶ ଭଲ ରହିଛି ।

ଯଦି ଆପଣଙ୍କୁ ଡାଇବେଟିସ ହୋଇନାହିଁ କିମ୍ବା ଆପଣ ପ୍ରାରମ୍ଭିକ ସ୍ତରରେ ଅଛନ୍ତି ତେବେ ଆପଣା ତୁଳସୀ ପତ୍ର ନିୟମିତ ଖାଆନ୍ତୁ । କିନ୍ତୁ ଯଦି ଆପଣଙ୍କୁ ଡାଇବେଟିସ ଅଛି ଓ ବ୍ଲଡ଼ ସୁଗାର ଅଧିକ ରହୁଛି ତେବେ ଆପଣ ମେଡ଼ିସିନ ଖାଇବା ସହ ତୁଳସୀ ପତ୍ର ଖାଇଲେ ଲାଭବାନ ହେବେ ।

ଏଥିପାଇଁ ସକାଳୁ ଖାଲି ପେଟରେ ଚାରୋଟି ତୁଳସୀ ପତ୍ରକୁ ଭଲଭାବେ ଧୋଇ ଚୋବେଇ ଖାଆନ୍ତୁ ଓ ଉଷୁମ ପାଣି ପିଅନ୍ତୁ । ନଚେତ ଆପଣ କିଛି ତୁଳସୀ ପତ୍ର ନେଇ ଗରମ ପାଣିରେ ଫୁଟାଇ କାଢା ପ୍ରସ୍ତୁତ କରି ସେବନ କରିପାରିବେ । ନଚେତ ରାତିରେ ଏକ ଗ୍ଳାସ ପାଣିରେ ଚାରୋଟି ତୁଳସୀ ପତ୍ର ପକାଇ ରଖିଦିଅନ୍ତୁ ଓ ସକାଳେ ଏହି ପାଣିକୁ ପିଇ ନିଅନ୍ତୁ । ଏହି ପାଣିରେ ଆପଣ ଏକ ଚାମୁଚ ମେଥି ମଧ୍ୟ ଭିଜାଇ ରଖିପାରିବେ ।

ଏହା ସଂପୂର୍ଣ୍ଣ ଆୟୁର୍ବେଦ ଓ ପ୍ରାକୃତିକ ହୋଇଥିବାରୁ ଆପଣ ଯେତେ ଦିନ ଯାଏଁ ଚାହିଁବେ ଏହାକୁ ସେବନ କରିପାରିବେ । ତଥାପି ଆପଣ ଅତିକମରେ ଦୁଇରୁ ତିନିମାସ ଯାଏଁ ନିୟମିତ ସେବନ କରିବା ଉଚିତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।