ୟୁଟ୍ଯୁବ ଭିଡିଓ କରି ଲକ୍ଷପତି ହେଲେ, କିନ୍ତୁ ଏହି ଗୋଟିଏ ଭୁଲ ଯୋଗୁଁ ଏବେ ବନ୍ଧା ହୋଇ ଜେଲ ଯିବେ, ଚ୍ଯାନେଲ ହୋଇଯିବ ଡ଼ିଲିଟ !

ୟୁଟ୍ଯୁବରୁ ଲକ୍ଷପତି ହେଲେ ଏବେ ସେଇ ୟୁଟ୍ଯୁବରେ ମିଛ ଭିଡିଓ ପାଇଁ ଜେଲ ଯିବେ । ଦିନେ ୟୁଟ୍ଯୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ହେଲେ ଏବେ ବନ୍ଧା ହୋଇ ଜେଲ ଯିବେ । ଆଉ ୟୁଟ୍ଯୁବ ଭିଡିଓ କରି ପାରିବେନି । ଏପରିକି ତାଙ୍କର ପୁରା ଚ୍ଯାନେଲକୁ ମଧ୍ୟ ଡ଼ିଲିଟ କରା ଯାଇପାରେ । କାରଣ ଏହି ୟୁଟ୍ଯୁବର ତାଙ୍କ ଦର୍ଶକଙ୍କ ପାଇଁ ମିଛ ଭିଡିଓ ସବୁ ତିଆରି କରୁଥିଲେ । ଇଏ ହେଉଛନ୍ତି ବିହାରର ପ୍ରସିଦ୍ଧ ୟୁଟ୍ଯୁବର ମନୀଷ କାଶ୍ୟପ ଓ ତାଙ୍କୁ ପୁରା ଦେଶ ଜାଣିଛି ।

ମନୀଷ ଭିଡିଓ ପୋଷ୍ଟ କଲେ ମିଲିୟନ ମିଲିୟନ ଲୋକେ ତାହା ଦେଖନ୍ତି । ସେ ଅଧିକାଂଶ ସମୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଥାନ୍ତି ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରନ୍ତି । ସେଥିରୁ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଏବେ ମନୀଷଙ୍କୁ ଗିରଫ ଭୟ ଘାରିଛି । ତାଙ୍କର ଚାରୋଟି ବ୍ଯାଙ୍କ ଆକାଉଣ୍ଟକୁ ସିଜ୍ କରିଛି ଭିଜିଲାନ୍ସ । ସେଥିରେ 42 ଲକ୍ଷରୁ ଅଧିକ ଟଙ୍କା ଥିଲା ବୋଲି ଜଣାପଡିଛି ।

ବିହାର ପୋଲିସ ମନୀଷଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛି । ଅଭିଯୋଗ ମୁତାବକ ତାମିଲନାଡୁରେ ବିହାର ଶ୍ରମିକଙ୍କ ଉପରେ ହୋଇଥିବା ହିଂସାର ଏକ ମିଛ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ମନୀଷଙ୍କ ଉପରେ ଅପରାଧିକ ମାମଲାରେ ପୂର୍ବରୁ ମଧ୍ୟ ଅନେକ ଥର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ମିଛ ଭିଡିଓ ତିଆରି କରିବା ଯୋଗୁଁ ଭିଜିଲାନ୍ସ ରେଡ୍ କରିବା ସହ ମନୀଷ କାଶ୍ୟପ ଓ ଯୁବରାଜ ସିଂ ରାଜପୁତଙ୍କୁ ଖୁବ ଶୀଘ୍ର ଗିରଫ କରିପାରେ ବୋଲି ସୂଚନା ରହିଛି । ଏହି ଦୁଇଜଣଙ୍କୁ ଗିରଫ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି ବୋଲି ଶୁଣିବାକୁ ମିଳୁଛି । ଗିରଫ ଖବର ସାମ୍ନାକୁ ଆସିବା ପରେ ଫେରାର ଅଛନ୍ତି ମନୀଷ ଓ ଯୁବରାଜ ।

ତେଣୁ ବିହାର ପୋଲିସ ତାଙ୍କୁ ଚାରିଆଡେ ଖୋଜିବା ଆରମ୍ଭ କରିବା ସହ ଏନେଇ ଟ୍ବିଟ କରି ଜଣାଇଛନ୍ତି । ଏବେ ଏହି ୟୁଟ୍ଯୁବରଙ୍କ ଗିରଫ ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ୟୁଜର୍ସ ମାନଙ୍କର ମିଶ୍ରିତ ପ୍ରତିକ୍ରିୟା ସବୁ ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।