ଉଦୁଉଦିଆ ଖରାବେଳେ ଗାଁ ମଝିରେ ଡିଆଁ ମାରୁଛି ଭାଲୁ, ଗାଁ ଲୋକେ ଭୟରେ ଥରହର, ଦେଖନ୍ତୁ video

ଗାଁ ଦାଣ୍ଡରେ ଭାଲୁ ବୁଲିବାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି । ଗାଁ ଲୋକେ ଭୟରେ କବାଟ କିଳି ଘର ଭିତରେ ରହୁଛନ୍ତି । କାରଣ ରାତିଅଧରେ ନୁହେଁ ବରଂ ଉଦୁଉଦିଆ ଖରାବେଳେ ଭାଲୁ ଗାଁ ଦାଣ୍ଡରେ ବୁଲୁଥିବାର ଦେଖିବାର ମିଳିଛିଇ । ଏହି ଦୃଶ୍ୟ ଦେଖିବାକୁ ଯେତେ କୌତୁହଳ ସେତେ ଚିନ୍ତାଜନକ ମଧ୍ୟ । କାରଣ ଭାଲୁ କୌଣସି ପୋଷା ମାନୁଥିବା ପଶୁ ନୁହେଁ ବରଂ ହିଂସ୍ର ଜଙ୍ଗଲୀ ପଶୁ । ଏହି ଭାଲୁକୁ ଦେଖିବା ପାଇଁ କିଛି ଲୋକ ଭିଡ ଜମାଉଥିବା ବେଳେ ତାକୁ ଗାଁରୁ ଘଉଡାଇବା ପାଇଁ ଚେଷ୍ଟା ଚଳେଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟଳୟ ପରିସରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଗାଁରେ ଭାଲୁ ପଶି ଆସିଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଛନ୍ତି । ଭାଲୁକୁ ଘଉଡାଇବା ଫଳରେ ସେ ଦୌଡି ଯାଇ କେମିତି ଘର ଭିତରେ ପଶିବାକୁ ଚେଷ୍ଟା କରୁଛି ଆଉ ଲୋକେ ଭୟରେ କବାଟ ବନ୍ଦ କରିଦେବାକୁ ଚିଲାଉଛନ୍ତି ଦେଖିଲେ ଆପଣ ମଧ୍ୟ ଭୟ କରିବେ । ଥରେ ଭାବି ଦେଖନ୍ତୁ ତ ଘର ଭିତରେ ଯଦି ହିଂସ୍ର ଭାଲୁ ପଶି ଆସେ ତେବେ କଣ ହେବ !

ଘର ଭିତରେ କେହି ଛୋଟ ଛୁଆ ବି ଥାଇ ପାରନ୍ତି । ଏମିତିରେ ଘରକୁ ହିଂସ୍ର ଭାଲୁ ପଶି ଆସିବା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଦିନ ବେଳେ ଗାଁ ଭିତରକୁ ଏକ ହିସନ୍ର ଭାଲୁ ପଶି ଆସିବା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢେଇ ଦେଇଛି । ତେବେ ଏହା କୌଣସି ନୂଆ ଘଟଣା ନୁହେଁ ।

ବରଂ ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ପୂର୍ବରୁ ଏବଂ ଏବେ ମଧ୍ୟ ଜିଲ୍ଲାର ବିଭିନ୍ନ ଜନବସତି ସ୍ଥାନରେ ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ହେଲେ ପ୍ରଶ୍ନ ଉଠୁଛି ଏନେଇ ବନବିଭାଗ କଣ କରୁଛି ? ଜଙ୍ଗଲ ଅଭାବ ଓ ଖାଦ୍ଯର ଅଭାବ ଯୋଗୁଁ ଜଙ୍ଗଲୀ ପଶୁମାନେ ଗାଁ ମୁହାଁ ହେଉଥିବା କୁହାଯାଉଛି ।

ଆଉ ଏସବୁ ପ୍ରତି ବନବିଭାଗ ନଜର ରଖିବା ଉଚିତ ଏବଂ ସାଧାରଣ ଲୋକ ମଧ୍ୟ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନ ରହିବା ଆବଶ୍ୟକ । ନଚେତ କେତେବେଳେ କାହା ଜୀବନ ପ୍ରତି ବିପଦ ଆସିଯିବ ତାହା କହି ହେବନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।