ଆଜି ଏତେ ବର୍ଷ ପରେ ବହୁତ ବଦଳି ଯାଇଛନ୍ତି 90 ଦଶକର ଏହି 4 ଜଣ ଶିଶୁ କଳାକାର, 3 ନମ୍ବର Actress ଲାଗନ୍ତି ସବୁଠୁ ଅଧିକ ସୁନ୍ଦର ଆଉ ବୋଲ୍ଡ

ଆଜି ଆମେ ଆପଣଙ୍କୁ ୨୦୦୦ ମସିହାରେ ପ୍ରସାରିତ ହେଉଥିବା ଟିଭି ସିରିୟଲରେ ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ସେହି ସମୟରେ ଶିଶୁ କଳାକାର ରୂପରେ ନଜର ଆସୁଥିବା କଳାକାରମାନେ ଆଜି କେମିତି ଦେଖା ଯାଉଛନ୍ତି ଓ କଣ କରୁଛନ୍ତି ଚାଳନ୍ତୁ ଜାଣିବା ।

ଫ୍ରୂଟି

୨୦୦୦ରେ ଆସିଥିବା ସିରିୟଲ ସୋନପରିକୁ ଆପଣମାନେ ନିଶ୍ଚିତ ଦେଖିଥିବେ । ଏହି ସିରିୟଲର ୨୬୮ଟି ଏପିସୋଡ ରିଲିଜ ହୋଇଥିଲା । ଏହି ସିରିୟଲର ମୁଖ୍ୟ ଭୂମିକାରେ ୯୦ ଦଶକର ପ୍ରାୟତଃ ସମସ୍ତଙ୍କର ପସନ୍ଦିତା କଳକାର ଫ୍ରୂଟି ନଜର ଆସିଥିଲେ ।

ଫ୍ରୂଟିର ଅସଲ ନାମ ତନ୍ୱୀ ହେଗଡ଼େ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ତନ୍ୱୀ ହେଗଡ଼େ ମାତ୍ର ୩ ବର୍ଷ ବୟସରେ ନିଜର କ୍ୟାରାରିୟର ଆରମ୍ଭ କରିଥିଲେ । ସେହି ସମୟରେ ରସନା ବେବି ପ୍ରତିଯୋଗିତାର ସେ ବିଜେତା ହୋଇଥିଲେ ।

ସେ ଏହି କମ୍ପାନୀ ପାଇଁ ଗୋଟିଏ କ୍ୟାମ୍ପିୟାନ ବି କରିଥିଲେ । ଏହା ପରେ କିଛି ବର୍ଷ ପରେ ସେ ଲୋକପ୍ରିୟ ଟିଭି ସିରିୟଲ ସୋନପରିରେ ଫ୍ରୂଟିର କିରଦାରରେ ନଜର ଆସିଲେ । ଏହା ଛଡା ତନ୍ୱୀ ହେଗଡ଼େ ‘ଶାକା ଲାକା ବୁମ ବୁମ’ର କିଛି ଏପିସୋଡରେ ବି ନଜର ଆସିଛନ୍ତି । ସେ ନିଜର କ୍ୟାରିୟରରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୦ରୁ ଅଧିକ ବିଜ୍ଞାପନ କରିସାରିଛନ୍ତି । ଏହା ଛଡା ସେ କେତେକ ଫିଲ୍ମରେ ବି କାମ କରିଛନ୍ତି । ଶେଷ ଥର ପାଇଁ ୨୦୧୯ରେ ଆସିଥିବା ମରାଠୀ ଫିଲ୍ମରେ ସେ ନଜର ଆସିଥିଲେ ।

ପିଲାଦିନରେ ଆପଣ ଯେଉଁ ଫ୍ରୂଟିକୁ ଦେଖିଥିଲେ ଆଜି ବି ସେ ସେତିକି କ୍ୟୁଟ ଲାଗନ୍ତି ଓ ଆଜି ସେ ୨୮ ବର୍ଷର ହୋଇଯାଇଛନ୍ତି ଓ ମରାଠୀ ସିନେମାରେ କାମ କରୁଛନ୍ତି ।

ସଞ୍ଜୁ

‘ଶାକା ଲାକା ବୁମ ବୁମ’ର ସିରିୟଲ ନିଶ୍ଚିତ ଦେଖିଥିବେ । ଯାହାକୁ ଦେଖିବା ପରେ ସମସ୍ତଙ୍କର ଇଚ୍ଛା ହୁଏ କି ତାଙ୍କୁ ସେହି ମ୍ୟାଜିକ ବାଲା ପେନ୍ସିଲ ମିଳିଯାଉ । କହିବାକୁ ଗଲେ ଏହି ସିରିୟଲରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ସଞ୍ଜୁଙ୍କ ଅସଲ ନାମ କିଂଶୁକ ବୈଦ୍ୟ ଅଟେ । କହିଦେଉଛୁ କି ୫ ବର୍ଷ ବୟସରୁ ହିଁ କିଂଶୁକ ବୈଦ୍ୟ ମରାଠୀ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଅଜୟ ଦେବଗନଙ୍କ ଫିଲ୍ମ ରାଜୁ ଚାଚା ଥିଲା ଓ ସେ ସେହି ସମୟରେ ମାତ୍ର ୯ ବର୍ଷର ଥିଲେ ।

୨୦୦୪ରେ ‘ଶାକା ଲାକା ବୁମ ବୁମ’ର ସିରିୟଲ ଶେଷ ହେବା ପରେ କିଂଶୁକ ବୈଦ୍ୟ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇ ନିଜ ପାଠପଢା ଉପରେ ଧ୍ୟାନ ଦେଲେ । ଏହା ପରେ ସେ ନିଜର କଲେଜ ଶିକ୍ଷା ପୁରା କରିବା ପରେ ବର୍ତ୍ତମାନ ବିଭିନ୍ନ ସିରିୟଲରେ କାମ କରୁଛନ୍ତି ।

ହଂସିକା ମୋଟୱାନୀ

‘ଶାକା ଲାକା ବୁମ ବୁମ’ରରେ ସିରିୟଲରେ ସଞ୍ଜୁଙ୍କ କ୍ରସ କରୁଣା ବି ଆଜି ଜଣେ ବହୁତ ବଡ ଷ୍ଟାର ଅଟନ୍ତି ଓ ତାଙ୍କର ଅସଲ ନାମ ହଂସିକା ମୋଟୱାନୀ ଅଟେ । ଆପଣ ତାଙ୍କୁ ବହୁତ ସାଉଥ ଫିଲ୍ମରେ ଦେଖିଥିବେ ।

ଜୁନିୟର ଜି

୯୦ ଦଶକରେ ଏହି ସୁପରହିରୋ ଶୋ ଜୁନିୟର ଜି ବହୁତ ପପୁଲାର ଥିଲା । ଜୁନିୟର ଜିର କିରଦାରରେ ଅମିତେଶ କୋଚର ନଜର ଆସିଥିଲେ ଓ ଏହି କିରଦାର ଅମିତେଶ କୋଚରଙ୍କୁ ରାତାରାତି ବଡ ଷ୍ଟାର କରି ଦେଇଥିଲେ । କିନ୍ତୁ ଏହି ଶୋ ଉପରେ ଅମିତେଶ କୋଚର କୌଣସି ବି ଶୋ କରି ନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।