ସ୍ଵାମୀକୁ ଭାଗ ବାଣ୍ଟିଲେ ଦୁଇ ସ୍ତ୍ରୀ, ପାଳି ପାଳି କରି ଦୁଇ ପତ୍ନୀଙ୍କ ପାଖରେ ରହିବେ ଇଞ୍ଜିନିୟର ସ୍ଵାମୀ, ପୁରା କାହାଣୀ ଜାଣିଲେ ମୁଣ୍ଡ ବୁଲେଇ ଦେବ !

ସ୍ଵାମୀଙ୍କୁ ନେଇ ହେଲା ଭାଗ ବଣ୍ଟା । ତିନି ତିନି ଦିନ ଲେଖାଏଁ ଦୁଇ ପତ୍ନୀଙ୍କ ପାଖରେ ରହିବେ ସ୍ଵାମୀ । ଆଉ ଗୋଟିଏ ଦିନ ନିଜ ଇଚ୍ଛାରେ ଯାହା ପାଖରେ ଚାହିଁବେ ରହିବେ । ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ଦ୍ଵିତୀୟ ବିବାହ କରିବା ଆଇନସଙ୍ଗତ ନୁହେଁ । ଏନେଇ ବିଭିନ୍ନ ପ୍ରକାରର ମାମଲା ରୁଜୁ ହୋଇପାରେ । ଏପରିକି ସ୍ଵାମୀଙ୍କ ଚାକିରି ମଧ୍ୟ ଯାଇପାରେ । ହେଲେ ମଧ୍ୟପ୍ରଦେଶ ଗୋଆଲିୟରର ଜଣେ ବ୍ୟକ୍ତି ପ୍ରଥମ ପତ୍ନୀ ଥାଉ ଥାଉ ଦ୍ଵିତୀୟ ବିବାହ କରିଛନ୍ତି ।

ସୂଚନା ଅନୁସାରେ ଗୋଆଲିୟର ବାସିନ୍ଦା ଜଣେ 28 ବର୍ଷୀୟା ଯୁବତୀ ସେହି ସହରର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ । ଯୁବକଜଣକ ହରିୟାନାର ଗୁରୁଗ୍ରାମ ସ୍ଥିତ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରନ୍ତି । ବିବାହ ପରେ ଉଭୟ ପ୍ରାୟ ଦୁଇ ବର୍ଷ ଗୁରୁଗ୍ରାମରେ ରହିଥିଲେ ଓ ଏହା ମଧ୍ୟରେ ତାଙ୍କର ଗୋଟିଏ ପୁଅ ମଧ୍ୟ ଜନ୍ମ ହୋଇଥିଲା । 2020 ରେ କୋଭିଡ ବ୍ୟାପିବା ଯୋଗୁଁ ଦେଶରେ ଲକଡାଉନ ହୋଇ ଯାଇଥିଲା ।

ୱାର୍କ ଫର୍ମ ହୋମ ଆରମ୍ଭ ହୋଇଯିବାରୁ ଯୁବକଜଣକ ଗୋଆଲିୟର ଚାଲି ଆସିଥିଲେ । ସେଠାରେ ପ୍ରଥମ ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡି ପୁଣି ଥରେ ଗୁରୁଗ୍ରାମ ଚାଲି ଯାଇଥିଲେ । ହେଲେ ଅନେକ ଦିନ ଧରି ସ୍ଵାମୀ ନ ଫେରିବାରୁ ପତ୍ନୀ ସିଧା ଗୁରୁଗ୍ରାମରେ ଯାଇ ପହଞ୍ଚିଥିଲେ । ସେଠାରେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ଵାମୀ ନିଜ କମ୍ପାନୀରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ସହ ସମ୍ପର୍କ ରଖିଛନ୍ତି ।

ଉଭୟ ଲିଭ ଇନ ରିଲେସନସିପରେ ରହିବା ସହ ଚୁପଚାପ ବିବାହ ମଧ୍ୟ କରି ନେଇଛନ୍ତି ଓ ତାଙ୍କର ଗୋଟିଏ ଝିଅ ମଧ୍ୟ ଜନ୍ମ ହୋଇଛି । ଏହା ଜାଣିବା ପରେ ସ୍ଵାମୀଙ୍କ ସହ ପ୍ରଥମ ପତ୍ନୀଙ୍କ ବିବାଦ ମୁଣ୍ଡ ଟେକିଥିଲା । ମହିଳାଜଣକ କୋର୍ଟଙ୍କ ଦ୍ଵାରସ୍ଥ ହେବାସହ ଭରଣପୋଷଣ ପାଇଁ କେସ କରିବାକୁ ଚାହୁଁଥିଲେ । ଯାହାପରେ ଫ୍ୟାମିଲି କୋର୍ଟ କାଉନ୍ସେଲର ପ୍ରଥମ ପତ୍ନୀଙ୍କୁ ବୁଝାଇଥିଲେ କି ମାମଲା କୋର୍ଟରେ ଦୀର୍ଘ ଦିନ ଧରି ଚାଲିବ ଓ ଭରଣପୋଷଣ ବାବଦକୁ ଅଳ୍ପ କିଛି ଟଙ୍କା ହିଁ ମିଳିବ ।

ତେଣୁ କେସ ଦେବା ପୂର୍ବରୁ ମହିଳାଙ୍କ ସ୍ଵାମୀଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ ଗୋଆଲିୟର ଆସିବାକୁ କୁହା ଯାଇଥିଲା । ଇଞ୍ଜିନିୟରଙ୍କୁ ମଧ୍ୟ ସମାନ କଥା ବୁଝାଯିବା ପରେ ସେ ବୁଝାମଣା ପାଇଁ ରାଜି ହୋଇ ଯାଇଥିଲେ । ଏବେ ସେ ଦୁଇ ପତ୍ନୀଙ୍କୁ ଗୁରୁଗ୍ରାମର ଅଲଗା ଅଲଗା ଫ୍ଲାଟରେ ରଖିଥିବାର ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।