ହ୍ଵାଟଆପ ୟୁଜର୍ସଙ୍କ ପାଇଁ ଖୁସି ଖବର ! ନୂଆ ଫିଚର ଆଣିଲା କମ୍ପାନୀ, ଏଣିକି ଚାଟ୍ ଲକ୍ ରେ ସିକ୍ରେଟ ରହିବ ଆପଣଙ୍କ ପ୍ରାଇଭେଟ ଚାଟିଂ !

ନମସ୍କାର ବନ୍ଧୁଗଣ । ୱ୍ହାଟସପ କୁ ପରିଚାଳନା କରୁଥିବା କମ୍ପାନୀ ମେଟା ରସିଓ ମାର୍କ ଯୁବର୍ଗ ୱ୍ହାଟସପ ରେ ଚ୍ୟାଟିଙ୍ଗ ଲକ ଫିଚର ଲଞ୍ଚ କରିବାକୁ ସୂଚନା ଦେଇଛନ୍ତି । ଏଣିକି ୱ୍ହାଟସପ ରେ ଆପଣଙ୍କର ଚ୍ୟାଟିଙ୍ଗ କିମ୍ବା କଲ ସବୁ ସୁରକ୍ଷିତ ରହିବ । ଆପଣ ବିନା ଅନୁମତି କେହି ବି ଏହାର ପତା ପାଇବେ ନାହିଁ ।

କାରଣ ଏସବୁ ସୁରକ୍ଷିତ ରଖିବାକୁ ଏଥର ୱ୍ହାଟସପରେ ବାୟୋମେଟ୍ରିକ ଫର୍ମୁଲା କୁ ବ୍ୟବହାର କରାଯିବ । ୱ୍ହାଟସପରେ ନୂଆ ଫିଚର ଯୋଡି ହେବାକୁ ଯାଉଛି ଯାହା ଆପଣଙ୍କ କଥାକୁ ଗୁପ୍ତ ରଖିବ । ଏଥିପାଇଁ ସ୍କ୍ରିନ ଲକ କରା ଯାଉଥିବା ପ୍ରଣାଳୀକୁ ବ୍ୟବହାର କରାଯିବ । କୌଣସି ଚ୍ୟାଟିଙ୍ଗ ବା ୱ୍ହାଟସପ କଲ କୁ ସିକ୍ରେଟ ରଖିବାକୁ ଆପଣ ପାସୱାର୍ଡ ବା ଫିଙ୍ଗରପ୍ରିଣ୍ଟ ଦେଇ ଲକ କରିପାରିବେ ।

ଏହାକୁ ଅନଲକ ଆପଣଙ୍କ ବିନା କେହି କରି ପାରିବେ ନାହିଁ । ଏହା ପରେ ହିଁ ୟୁଜର୍ସଙ୍କ କଥାବାର୍ତ୍ତା ବା ଚ୍ୟାଟିଙ୍ଗ ବାବଦରେ ଜାଣି ପାରିବେ । ମେଟା ର CEO କହିଛନ୍ତି ଯେ ୱ୍ହାଟସପ ରେ ଆପଣଙ୍କର କଥାବାର୍ତ୍ତା ବ୍ୟକ୍ତିଗତ ରହିବ । ଚ୍ୟାଟଲକ ଫିଚର ୟୁଜର୍ସକୁ ସୁରକ୍ଷାର ଆଉ ଏକ ବଳୟ ମିଳିବା ସହ ନିଜ କଥାବାର୍ତ୍ତାକୁ ଲୁଚାଇ ରଖିବାକୁ ସୁବିଧା ମିଳିବ ।

ଏହାକୁ କେବଳ ପାସୱାର୍ଡ ବା ଫିଙ୍ଗରପ୍ରିଣ୍ଟ ସହାୟତାରେ ହିଁ ଦେଖାଯାଇ ପାରିବ । ଏହି ଫିଚର ନୋଟିଫିକେସନରେ ମଧ୍ୟ ଆପଣଙ୍କ ଚ୍ୟାଟିଙ୍ଗକୁ ଲୁଚାଇ ରଖିବ । ଏହି ଚ୍ୟାଟଲକ ଫିଚର ଆଣ୍ଡ୍ର ଓ ଆଇଓଏସ ରେ ଉପଲବ୍ଧ ହେବ । ଏବେ ଜାଣନ୍ତୁ ଚ୍ୟାଟିଙ୍ଗକୁ କିପରିବେ ଲକ ? ପ୍ରଥମେ ୱ୍ହାଟସପରେ କୌଣସି ଚ୍ୟାଟିଙ୍ଗକୁ ଟ୍ୟାପ କରିବାକୁ ହେବ । ଏହା ପରେ ଚ୍ୟାଟଲକ ଅପସନ ମିଳିବ ।

ଏହା ଉପରେ କ୍ଲିକ କରିଲେ ଆପଣଙ୍କୁ ଏହି ଫିଚରକୁ ଆକ୍ଟିଭ କରିବାକୁ ପଡିବ । ଏବେ ଲକ ଚୟନ ଦେଖିବାକୁ ୟୁଜର୍ସଙ୍କୁ ନିଜର ଇନବକ୍ସ କୁ ତଳକୁ ଟ୍ରାକ କରି ନିଜ ଫୋନରେ ପାସୱାର୍ଡ ସେଭ ବା ବାୟୋମେଟ୍ରିକ ପ୍ରମାଣିକରଣ କରିବାକୁ ପଡିବ । ଫଳରେ ଆପଣଙ୍କ ଚ୍ୟାଟଲକ ରେ ଥିବା ମ୍ଯାସେଜ ଇନବକାଶ ରେ ନୁହେଁ ଭିନ୍ନ ଫୋଲ୍ଡର ରେ ରହିବ । ଚ୍ୟାଟଲକ ରେ ଆଡ ବ୍ଯତୀତ ମ୍ଯାସେଜ ଓ ନାଁ ଇନବକ୍ସ ରେ ଦେଖାଯିବ ନାହିଁ । ଏହା ସଂପୂର୍ଣ୍ଣ ଗୋପନୀୟ ରହିବ । କହି ରଖୁଛୁ ଭାରତରେ ପାଖାପାଖି 48.9 କୋଟି ୟୁଜର୍ସ ଅଛନ୍ତି ।

ସାରା ଦେଶରେ 200 ରୁ ଅଧିକ ଏହାର ବ୍ୟବହାର କରୁଛନ୍ତି । ୱ୍ହାଟସପକୁ 2009 ରେ ଲଞ୍ଚ କରାଗଲା । 2014 ରେ ଫେସବୁକ ଏହାକୁ 19 ମିଲିୟନ ଡଲାର ରେ କିଣି ନେଇଥିଲା । ଦୁନିଆରେ ସବୁଠାରୁ ଅଧିକ ବ୍ଯବହାର କରା ଯାଉଥିବା ଏହି ମ୍ଯାସେଞ୍ଜର ଆପ କୁ ଅଧିକ ସୁରକ୍ଷିତ କରିବାକୁ ମେଟା ର CEO ଚ୍ୟାଟ ଲକ ଫିଚର ଆଣି ୟୁଜର୍ସ ଙ୍କ ସୁରକ୍ଷା କୁ ଆହୁରି ପାଦେ ଆଗେଇ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।