ନିଚ୍ଛକ ପ୍ରେମର ଉଦାହରଣ ! ମୃତ ପ୍ରେମିକାକୁ ଶଙ୍ଖା ସିନ୍ଦୂର ଦେଲା ପ୍ରେମିକ ! କାନ୍ଦି କାନ୍ଦି ସଧବା ଭେଶରେ ଦେଲା ବିଦାୟ

ସାମ୍ନାକୁ ଆସିଛି ନିଚ୍ଛକ ପ୍ରେମର ଆଉ ଏକ ଉଦାହରଣ । ମୃତ ପ୍ରେମିକାକୁ ଶଙ୍ଖା ସିନ୍ଦୂର ପିନ୍ଧାଇ ଅନ୍ତିମ ବିଦାୟ ଦେଲା ପ୍ରେମିକ । ପ୍ରେମିକାର ମୃତ୍ୟୁ ଖବର ପାଇବା ପରେ ପ୍ରେମିକ ତୁରନ୍ତ ଶ୍ମଶାନକୁ ଧାଇଁ ଆସିଥିଲା । ନିଜେ ପ୍ରେମିକାର ଶବ ସତ୍କାର କରିବା ସହ କାନ୍ଦି କାନ୍ଦି ପ୍ରେମିକାକୁ ବିଦାୟ ଶେଷ ବିଦାୟ ଦେଇଛି । ହେଲେ ବିଦାୟ ପୂର୍ବରୁ ପ୍ରେମିକା ମଥାରେ ସିନ୍ଦୂର ଏବଂ ହାତରେ ଶଙ୍ଖା ଦେଇଛି ପ୍ରେମିକ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ତ୍ରିପୁରାର ମିଶାଲଗଡ ଜିଲ୍ଲାରେ ।

ପ୍ରେମିକା ତଥା ସେଠାକାର ମଣ୍ଡଲ ଶାହଙ୍କ ଝିଅ ରୂପା ଶାହ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଶୀଘ୍ର ହସ୍ପିଟାଲ ନେଇଥିଲେ ମଧ୍ୟ ବଞ୍ଚି ପାରି ନଥିଲେ ରୂପା । ହସ୍ପିଟାଲରେ ଡାକ୍ତର ରୂପାଙ୍କୁ ମୃତ ଘୋଷଣା କରିଥିଲେ । ହସ୍ପିଟାଲରୁ ଅଣାଯିବା ପରେ ମୁଣ୍ଡାବାଡି ଶ୍ମଶାନରେ ରୂପାଙ୍କର ଶବ ସତ୍କାର କରିବାକୁ ନେଇଥିଲେ ରୂପାଙ୍କ ପରିବାର । ହେଲେ ପ୍ରେମିକାର ମୃତ୍ୟୁ ଖବର ଶୁଣି ପ୍ରେମିକ ମନ୍ ସରକାର ସେଠାରେ ଯାଇ ପହଞ୍ଚି ଯାଇଥିଲେ ।

ପ୍ରେମିକାଙ୍କ ମୃତଦେହକୁ ଧରି ଭୋ ଭୋ ହୋଇ କାନ୍ଦିଥିଲେ ପ୍ରେମିକ । ପ୍ରେମିକାକୁ କୁଣ୍ଢାଇ ଧରି କେତେ କଣ କହି ଯାଇଥିଲେ ପ୍ରେମିକ ମନ୍ ସରକାର । ଖାଲି ସେତିକି ନୁହେଁ ବରଂ ପ୍ରେମିକାକୁ ଶଙ୍ଖା ସିନ୍ଦୂର ମଧ୍ୟ ପିନ୍ଧାଇଥିଲା । ନାଲି ଶାଢୀ ଦେଇ ପ୍ରେମିକାକୁ ସଧବା ଭେଶରେ ସଜାଇ ଦେଇଥିଲା ପ୍ରେମିକ । ଛାତିରେ ପଥର ରଖି ଅତି ଭଲ ପାଉଥିବା ପ୍ରେମିକାକୁ ସଧବା ଭେଶରେ ଶେଷ ବିଦାୟ ଦେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ପରିବାର ଲୋକଙ୍କ ଗାଳିଗୁଲଜ ସହି ନପାରି ପ୍ରେମିକା ରୂପା ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପ୍ରେମିକ ମନ୍ ସରକାର । ସେଥିପାଇଁ ସେମାନେ କାହାକୁ ନ ଜଣାଇ ତରତର ହୋଇ ଝିଅକୁ ଶ୍ମଶାନ ନେଇ ଶବ ସତ୍କାର କରିବାକୁ ଚେଷ୍ଟା କରୁଥିଲେ ବୋଲି ସେ କହିଛନ୍ତି । ତେବେ ଘଟଣାର ତଦନ୍ତ ହେବା ପରେ ସତ ସାମ୍ନାକୁ ଆସିବ ।

ଆଜିର ଅନେକ ଯୁବାଯୁବତୀ ବଞ୍ଚିଥିବା ବେଳେ ଭଲ ପାଉଥିବା ପ୍ରେମିକ ବା ପ୍ରେମିକାଙ୍କୁ ଧୋକା ଦେଉଥିବା ବେଳେ ମୃତ ପ୍ରେମିକା ମଥାରେ ବି ସିନ୍ଦୂର ଦେବାକୁ ପଛାଇ ନାହାନ୍ତି ଏହି ପ୍ରେମିକଜଣକ । ଏଭଳି ନିଆରା ପ୍ରେମ କାହାଣୀ ସତରେ ଖୁବ ଦେଖିବାକୁ ମିଳେ । ଯେଉଁଥି ପାଇଁ ତାଙ୍କୁ ସମସ୍ତେ ବାଃ ବାଃ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।