ପୁଅରେ ତୋର ଭଲ ରେଜଲ୍ଟ ହେଇଛି ତୁ କୋଉଠି ଅଛୁ ଫେରିଆ… ମାଟ୍ରିକ ରେଜଲ୍ଟ ବାହାରିବା ପରେ ପୁଅକୁ ଖୋଜି କାନ୍ଦୁଛନ୍ତି ବାପା, ଦେଖନ୍ତୁ video

ଗତକାଲି ମାଟ୍ରିକ ରେଜଲ୍ଟ ବାହାରିଛି । ପିଲାଙ୍କ ରେଜଲ୍ଟକୁ ନେଇ ସବୁ ବାପାମା’ ଖୁସି ମନାଉଥିବା ବେଳେ ଜଣେ ବାପା କାନ୍ଦି କାନ୍ଦି ନିଜ ପୁଅକୁ ଖୋଜୁଥିବାର ଦେଖିବାକୁ ମିଳିଛି । ତାଙ୍କ ପୁଅ ସାଇ ପ୍ରସାଦ ପଣ୍ଡା 70 ପ୍ରତିଶତ ଉପରକୁ ମାର୍କ ଆଣିଥିଲେ ମଧ୍ୟ ଆଜି ଘରେ ନାହିଁ । ଏନେଇ ସାଇଙ୍କ ବାପା ଅରୂପ ରଞ୍ଜନ ପଣ୍ଡା କହିଛନ୍ତି, ସହୀଦନଗର ସ୍ଥିତ ଏକ ଇନଷ୍ଟିଚ୍ୟୁଟକୁ କୋଚିଂ ନେବାକୁ ଯାଆନ୍ତି । ସବୁଦିନ ଭଳି ରେଜଲ୍ଟ ବାହାରିବା ପୂର୍ବଦିନ ମଧ୍ୟ ସେ କୋଚିଂ ପାଇଁ ଘରୁ ବାହାରି ଜଣାଇଥିଲେ ।

ସନ୍ଧ୍ୟାରେ କୋଚିଂ ସାରି ସେ କୋଚିଂ ସେଣ୍ଟରରୁ ବାହାରିଥିଲେ । ହେଲେ ଘରକୁ ଫେରି ନଥିଲେ । ପରିବାର ଲୋକ ସାଙ୍ଗସାଥି, କୋଚିଂ ସେଣ୍ଟର ଯେତେ ଜଣାଶୁଣା ଲୋକ ସବୁଠି ଖୋଜାଖୋଜି ପଚରାଉଚରା କରି ସାରିଲେଣି । ହେଲେ ସାଇ କୁଆଡେ ଯାଇଛନ୍ତି ତାଙ୍କର କିଛି ପଟ୍ଟା ମିଳୁନି । ଏନେଇ ସେମାନେ ଉଭୟ ସହୀଦନଗର ଏବଂ ଲକ୍ଷ୍ମୀସାଗର ଥାନାରେ FIR ଦେଇଛନ୍ତି ହେଲେ କୌଣସି ସୁଫଳ ମିଳିପାରିନି ।

କିଛି ମିଡିଆ ବନ୍ଧୁଙ୍କ ସହଯୋଗ ମଧ୍ୟ ନେଇଥିଲେ ପରିବାର ଲୋକେ । ଆଖପାଖର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ସରିଲାଣି ହେଲେ ସାଇଙ୍କୁ ଖୋଜି ନାହାନ୍ତି ପରିବାର ଲୋକେ । କୋଚିଂ ସରିବା ପରେ ସାଇ ସାଇଲେକ ଧରି ଫେରିଛନ୍ତି ହେଲେ କୁଆଡେ ଯାଇଛନ୍ତି ତା’ ପରେ ଆଉ କୌଣସି ଖୋଜ ଖବର ନାହିଁ । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ଠୁ ଆରମ୍ଭ କରି ସବୁ ଜାଗା ତନତନ କରି ଖୋଜି ସାରିଲେଣି ପରିବାର ଲୋକେ ।

ମାଟ୍ରିକ ରେଜଲ୍ଟ ବାହାରିବାକୁ ଥିବାରୁ କାଳେ ସେହି ଭୟରେ ସାଇ କୁଆଡେ ପଳାଇ ଯାଇଛନ୍ତି ବୋଲି ପରିବାର ଲୋକେ ଭାବିଥିଲେ । ହେଲେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ମଧ୍ୟ ଘରକୁ ଫେରି ନାହାନ୍ତି ସାଇ । ଏନେଇ ବାପା ଅରୂପ ବେଶ ଭାଙ୍ଗି ପଡିଛନ୍ତି । କାନ୍ଦି କାନ୍ଦି ଗଣମାଧ୍ୟମ ଜରିଆରେ ପୁଅ ସାଇକୁ ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି । ଆଜି ସବୁ ବାପାମା’ ତାଙ୍କ ପୁଅ ଝିଅର ରେଜଲ୍ଟ ପାଇ ଖୁସି ହେଉଥିବା ବେଳେ ସାଇ ଭଲ ରେଜଲ୍ଟ କରିଥିଲେ ମଧ୍ୟ ଆଜି ତାଙ୍କ ପାଖରେ ନାହାନ୍ତି ।

ଯେଉଁଥି ପାଇଁ ବାପାଙ୍କ ଆଖିରୁ ଲୁହ ଶୁଖୁନି । ପୁଅରେ ତୁ ତୋର ଭଲ ରେଜଲ୍ଟ ହେଇଛି ତୁ କୋଉଠି ଅଛୁ ଫେରି ଆ ବୋଲି କାନ୍ଦି କାନ୍ଦି କହୁଛନ୍ତି ସାଇଙ୍କ ବାପା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।