14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ସଞ୍ଜ ନଇଁଲେ ତାଣ୍ଡବ ରହିବ କାଳବୈଶାଖୀ, ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ

14ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ସଞ୍ଜ ନଇଁଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 40 ରୁ 50 କିମି ପବନ ବୋହିବା ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ମାରିବା ସହ ଝଡ ତୋଫାନ ହେବାର ସମ୍ଭାବନା ରହିଛି । ଦିନବେଳା ଲୋକେ ଅସହ୍ୟ ତାତିରେ ଛଟପଟ ହେଉଥିବା ବେଳେ ସନ୍ଧ୍ୟା ହେଲେ ତାଣ୍ଡବ ରଚୁଛି କାଳବୈଶାଖୀ । ଯେଉଁଥି ପାଇଁ ବ୍ୟାପକ ଜନଜୀବନ କ୍ଷୟକ୍ଷତି ହେଉଛି ।

ରାଜ୍ୟରେ ଆହୁରି 5 ଦିନ ଗରମ ଗୁଳୁଗୁଳିରୁ ନିସ୍ତାର ନଥିବା ବେଳେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ 14ତି ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଗଜପତି, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ ଓ ନୟାଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି 14ଋ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିବା ସମ୍ଭାବନା ରହିଛି ।

କେଉଁଠି ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିବ ଟ ଆଉ କେଉଁଠି କୁଆପଥର ବର୍ଷା ବି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ ଦିନବେଳା ପୁରା ଓଡିଶା ଯେମିତି ତତଲା କଡେଇରେ ଭାଜି ହେଉଛି । ଗତକାଲି ଦିନ ସାଢେ 2ଟା ସୁଦ୍ଧା ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା 43.2 ଡିଗ୍ରୀ ରେକର୍ଡ କରାଯାଇ । ସେହିପରି ଝାରସୁଗୁଡାରେ 40.2 ଡିଗ୍ରୀ, ଚାନ୍ଦବାଲିରେ 39.2 ଡିଗ୍ରୀ, ଭୁବନେଶ୍ବରରେ 36.4 ଡିଗ୍ରୀ ଆଦି ସର୍ବାଧିକ ତାପମାତ୍ରା ରହିଛି ।

ଆଜି ତାପାମାତ୍ରାରେ ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । କାଳବୈଶାଖୀ ପ୍ରଭାବରେ ଅସହ୍ୟ ତାତିରୁ ସାମାନ୍ଯ ତ୍ରାହି ମିଳୁଥିବା ବେଳେ ରାଜ୍ୟହରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ମଧ୍ୟ ହେଉଛି । ଯେଉଁଥି ପାଇଁ ଜନ ସାଧାରଣ ଅଧିକ ହନ୍ତସନ୍ତ ହେଉଛନ୍ତି । ଗତ କିଛିଦିନ ମଧ୍ୟରେ କୁଆପଥର ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ଜମିରେ ଭୀଷଣ କ୍ଷୟକ୍ଷତି ହୋଇଛି । ସେହିପରି ଘଡଘଡି ବିଜୁଳିରେ ମଧ୍ୟ ଅକାଳରେ ଅନେକ ଜୀବନ ଚାଲିଯାଉଛି ।

ଏତେ ଜୋରରେ ବର୍ଷା ପବନ ଲୋକଙ୍କୁ ଭୟଭୀତ କରୁଛି । ଯଦ୍ୟପି ଅସହ୍ୟ ଗରମରୁ ସାମାନ୍ଯ ମୁକ୍ତି ମିଳୁଛି ତଥାପି କାଳବୈଶାଖୀର ତାଣ୍ଡବ ରୂପ ବେଶ କ୍ଷତି ଘଟାଉଛି । ତେବେ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡିକ ସତର୍କ ରହିବା ସହ ବର୍ଷା ପବନ ହେବା ମାତ୍ରେ କୌଣସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।