ୱର୍କଆଉଟ କରୁ କରୁ ଧଡାମ କରି ତଳେ ପଡିଲେ ଆମିର ଖାନଙ୍କ ଝିଅ, ଭିଡିଓ ଶେୟାର କରି କହିଲେ ନିଜ ଅବସ୍ଥା

ବଲୀଉଡ ଷ୍ଟାର କିଡ୍ସଙ୍କର ଡେବ୍ୟୁ ଲିସ୍ଟରେ ବର୍ତ୍ତମାନ ଆମିର ଖାନଙ୍କର ଝିଅ ଇରା ଖାନଙ୍କର ନାମ ସାମ୍ନାକୁ ଆସୁଛି । ଯାହାର ପ୍ରସ୍ତୁତି ବହୁତ ପୂର୍ବରୁ ହିଁ ଆରମ୍ଭ ହୋଇ ଯାଇଛି । କହିବାକୁ ଗଲେ ଆମିର ଖାନଙ୍କର ଝିଅ ଇରା ଖାନ ବର୍ତ୍ତମାନ ଦିନରେ ନିଜର ପ୍ରାକ୍ଟିସ ଉପରେ ବହୁତ ଅଧିକ ଧ୍ୟାନ ଦେଉଛନ୍ତି । ଯେଉଁଥିପାଇଁ ସେ ଜିମ ଜଏନ କରି ନେଇଛନ୍ତି । ଫିଟନେସକୁ ଠିକ ରଖିବା ପାଇଁ ଇରା ଖାନ ଜିମରେ ଝାଳ ବାହାର କରୁଥିବାର ବି ନଜର ଆସିଲେ ।

ବଲୀଉଡ ଅଭିନେତା ଆମିର ଖାନ ନିଜ କ୍ୟାରିୟରରେ ବହୁତ ହିଟ ଫିଲ୍ମ କରିଛନ୍ତି, କିନ୍ତୁ ତାଙ୍କର ଗତ କିଛି ଫିଲ୍ମ ଏତେ ଖାସ ନ ଥିଲା ।

କିନ୍ତୁ ଆଜି ଆମେ ତାଙ୍କ ଝିଅ ଇରା ଖାନଙ୍କ ବିଷୟରେ କଥା ହେବା । ଯିଏକି ବର୍ତ୍ତମାନ ଦିନରେ ନିଜର ଫିଟନେସକୁ ଠିକ କରୁଥିବାର ନଜର ଆସିଲେ । ବର୍ତ୍ତମାନ ହିଁ ଇରା ଖାନ ନିଜର କିଛି ଗ୍ଲୈମରସ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହା ପରେ ସେ ଲଗାତାର ଚର୍ଚ୍ଚାରେ ରହିଛନ୍ତି ।

ୱର୍କଆଉଟ କରୁଥିଲେ ଇରା ଖାନ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଆମିର ଖାନଙ୍କର ଝିଅ ଇରା ଖାନ ୱର୍କଆଉଟ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଏହା ମଧ୍ୟରେ ତାଙ୍କର ବାଲାନ୍ସ ଖରାପ ହୋଇଗଲା, ଯେଉଁ କାରଣରୁ ସେ ତଳେ ପଡିଗଲେ । ଏହି ଭିଡିଓକୁ ଶେୟାର କରି ଇରା ଖାନ କ୍ୟାପ୍ସନରେ ଲେଖିଲେ କି, ମୁଁ ଠିକ ଅଛି, କିନ୍ତୁ ତଳେ ପଡିଗଲି ।

ଗ୍ଲୈମରସ ଫଟୋ କରିଲେ ଶେୟାର

କିଛି ଦିନ ପୂର୍ବେ ଇରା ଖାନ ନିଜର କିଛି ଗ୍ଲୈମରସ ଫଟୋ ଶେୟାର କରିଥିଲେ, ଯାହାକୁ ଦେଖି ତାଙ୍କର ଫ୍ୟାନମାନେ ବହୁତ ଖୁସି ହୋଇଥିଲେ । ଏହା ପରେ କୁହାଯାଉଛି କି ଇରା ଖାନ ବଲୀଉଡରେ ଡେବ୍ୟୁ କରି ପାରନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଇରା ଖାନ ଅଭିନେତ୍ରୀ ହେବାକୁ ଚାହୁଁ ନାହାନ୍ତି ।

ଡାୟରେକ୍ଟର ହେବାକୁ ଚାହୁଁଛନ୍ତି ଇରା ଖାନ

ଇରା ଖାନ ନିଜ ମା’ କିରଣଙ୍କ ଭଳି ଡାୟରେକ୍ଟର ହେବାକୁ ଚାହୁଁଛନ୍ତି । ଯାହାର ପ୍ରସ୍ତୁତି ବି ସେ ଆରମ୍ଭ କରି ଦେଇଛନ୍ତି । ଏହି ବର୍ଷ ସେ ପ୍ଲେ ଡାୟରେକ୍ଟର ରୂପରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହାର ପୋଷ୍ଟର ବି ରିଲିଜ ହୋଇସାରିଛି । ଆପଣଙ୍କୁ କହିଦେଉଛୁ କି ଇରା ଖାନ ‘ୟୁରିପାଇଡ୍ସ ମେଡିୟା’ ନାମକ ଏକ ପ୍ଲେ ଡାୟରେକ୍ଟ କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।