ପ୍ଲାଷ୍ଟିକ ସର୍ଜରୀ କରି ନିଜ ଚେହେରାକୁ ନଷ୍ଟ କରିଦେଲେ Bollywood ର ଏହି 5 ଜଣ ହିରୋଇନ, ନମ୍ବର 5 ଙ୍କୁ ତ ଏଥିପାଇଁ ଲୋକଙ୍କ ଠାରୁ ବହୁତ କିଛି ଶୁଣିବାକୁ ପଡିଥିଲା

ସୁନ୍ଦର ଓ ଗ୍ଲାମରସ ଦେଖାଯିବା ବଲିଉଡରେ ନିହାତି ଆବଶ୍ୟକ ହୋଇଥାଏ । ସେଥିପାଇଁ ହିରୋଇନ ମାନେ କିଏ ନିଜକୁ ଫିଟ ରଖିବା ପାଇଁ ଯୋଗ କରିଥାଏ ତ ଆଉ କିଏ ନିଜକୁ ସୁନ୍ଦର ଦେଖେଇବା ପାଇଁ ଘରୋଇ ଉପଚାର ମାନ କରିଥାନ୍ତି । ଆଉ କିଛି ହିରୋଇନ ମାନେ ତ ନିଜକୁ ଅଧିକ ସୁନ୍ଦର କରିବାପଇଁ ସେମାନେ ନିଜର ପ୍ଲାଷ୍ଟିକ ସର୍ଜରି ମଧ୍ୟ କରାଇଥାନ୍ତି । ଏହି ପ୍ଲାଷ୍ଟିକ ସର୍ଜରି କରିବା ଦ୍ୱାରା କିଛି ଅଭିନେତ୍ରୀ ତ ବହୁତ ସୁନ୍ଦର ମଧ୍ୟ ହୋଇ ଯାଆନ୍ତି। କିନ୍ତୁ ଆଉ କିଛି ଅଭିନେତ୍ରୀ ଙ୍କ ପାଇଁ ଏହି ପ୍ଲାଷ୍ଟିକ ସର୍ଜରି ବହୁତ କ୍ଷତିକାରକ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପ୍ଲାଷ୍ଟିକ ସର୍ଜରି କରିଥିବା ସେହି ହିରୋଇନ ମାନଙ୍କ ବିଷୟରେ ।

କୋଇନା ମିତ୍ରା- ନିଜକୁ ଆହୁରି ସୁନ୍ଦର ବନେଇବା ପାଇଁ କୋଇନ ମିତ୍ରା ତାଙ୍କର ନାକ ଓ ଓଠର ପ୍ଲାଷ୍ଟିକ ସର୍ଜରି କରେଇଥିଲେ । କିନ୍ତୁ ଏହି ସର୍ଜରୀ ତାଙ୍କ ପାଇଁ ବହୁତ ଭାରି ପଡିଥିଲା। ପ୍ଲାଷ୍ଟିକ ସର୍ଜରି ପରେ ତାଙ୍କ ନାକ ବହୁତ ଛୋଟ ହୋଇ ଯାଇଥିଲା ।

ସେଥିପାଇଁ ତାଙ୍କ ନାକ ହାଡ଼ ବହୁତ ଦରଜ ହୋଇଥିଲା । ଆହୁରି ମଧ୍ୟ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନେ ମଧ୍ୟ ତାଙ୍କୁ ଚିକିତ୍ସା କରିବାପାଇଁ ମନା କରିଦେଇଥିଲେ । ତାଙ୍କର ପ୍ଲାଷ୍ଟିକ ସର୍ଜରି କରିବା ତାଙ୍କ ଜୀବନରେ ବହୁତ ବଡ଼ ଭୁଲ ଥିଲା ବୋଲି ସେ କହିଛନ୍ତି ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ତାଙ୍କର ବଲିଉଡର କ୍ୟାରିୟର ଅଭିନୟ ସେ ସହରୁଖ ଖାଁନଙ୍କ ସହିତ ‘ରବନେ ବନାଦି ଯୋଡି’ ରୁ ଆରମ୍ଭ କରିଥିଲେ । କିନ୍ତୁ ସେ ପିକେ ଫିଲ୍ମ କରିଲା ବେଳକୁ ସେ ତାଙ୍କ ଓଠର ପ୍ଲାଷ୍ଟିକ ସର୍ଜରି କରିଥିଲେ । ସେ ପ୍ଲାସିକ ସର୍ଜରି କରିବା ପରେ ତାଙ୍କ ଓଠ ବହୁତ ବଡ଼ ଦେଖା ଯାଇଥିଲା । ଏଥିପାଇଁ ସେ ବହୁତ ସମାଲୋଚନାର ପାତ୍ର ମଧ୍ୟ ହୋଇଥିଲେ ।

ଶ୍ରୁତି ହସନ

ସୃତି ହସନ ବଲିଉଡକୁ ଆସିବା ପୂର୍ବରୁ ସେ ଜଣେ ସାଉଥ ଇଣ୍ଡିଆର ବହୁତ ବଡ଼ ଷ୍ଟାର ହୋଇ ସାରିଥିଲେ । ସେ ବହୁତ ସୁନ୍ଦର ହୋଇଥିବାରୁ ତାଙ୍କର ବହୁତ ଦିୱାନା ମଧ୍ୟ ଅଛନ୍ତି । ସେ ଏହି କଥାକୁ ନିଜେ ସ୍ୱୀକାର କରିଛନ୍ତି କି , ସେ ତାଙ୍କର ନାକ ପ୍ଲାଷ୍ଟିକ ସର୍ଜରି କରାଇଛନ୍ତି । ସେ ଜଣେ ବହୁତ ଭଲ ଆକ୍ଟର ହେବା ସହିତ ଜଣେ ବହୁତ ଭଲ ସିଙ୍ଗର ମଧ୍ୟ ଅଟନ୍ତି ।

ସାରା ଖାଁନ

ସାରା ଖାଁନ ଜଣେ ଟିଭି ସିରିଏଲ ର ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି । ସେ ବହୁତ ଲୋକପ୍ରିୟ ସିରିଏଲ ‘ବିଦାୟୀ’ ରେ ବହୁତ ଲୋକପ୍ରିୟ ହୋଇଥିଲେ । ସେ ୨୦୧୯ ମସିହାରେ ତାଙ୍କର ଓଠର ପ୍ଲାସିକ ସର୍ଜରି କରି ବହୁତ ସମାଲୋଚନାର ପାତ୍ର ହୋଇଥିଲେ । ସାରା ତାଙ୍କର ଇଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ , ଯେଉଁଥିରେ କି ସେ ତାଙ୍କ ଓଠର ପ୍ଲାଷ୍ଟିକ ସର୍ଜରି କରାଇଥିଲେ ବୋଲି ସ୍ପଷ୍ଟ ଦେଖାଯାଇଥିଲା । ସେଥିରେ ସେ ବହୁତ ଖରାପ ଦେଖା ଯାଉଥିଲେ । ଏହା ଦ୍ୱାରା ସେ ତାଙ୍କର ଫ୍ୟାନ୍ସ ମାନଙ୍କ ଦ୍ୱାରା ବହୁତ ସମାଲୋଚିତ ହୋଇଥିଲେ ।

ଆଇସା ଟାକିଆ

ବଲିଉଡର ୱାଣ୍ଟେଡ଼ ଫିଲ୍ମର ହିରୋଇନ ଆଇସା ଟାକିଆ ତାଙ୍କର ବିବାହ ପରେ ସେ ଫିଲ୍ମ ଦିନିଆରୁ ଦୁରେଇ ଯାଇଥିଲେ । କିଛି ଦିନ ପରେ ଯେତେବେଳେ ମିଡ଼ିଆ ସାମ୍ନାକୁ ଆସିଥିଲେ , ତାଙ୍କୁ ତାଙ୍କ ପ୍ଲାଷ୍ଟିକ ସର୍ଜରି ପାଇଁ ବହୁତ ନିନ୍ଦିତ ହେବାକୁ ପଡିଥିଲା । ସେ ତାଙ୍କର ଓଠ କୁ ପ୍ଲାସିକ ସର୍ଜରି ଦ୍ୱାରା ଛୋଟ ଓଠକୁ ବଡ଼ କରିଦେଇଥିଲେ । ସେ ଏଥିରେ ବହୁତ ଖରାପ ଦେଖାଯାଉଥିଲେ , ସେଥିପାଇଁ ତାଙ୍କୁ ଆଉ କୌଣସି ଫିଲ୍ମ ମଧ୍ୟ ମିଳି ନଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।