ଆଜିର ରାଶିଫଳ, 4 ନଭେମ୍ବର 2020, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ସବୁ କାର୍ଯ୍ୟ ହେବ ପୁରା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ବ୍ୟକ୍ତିମାନଙ୍କୁ କପଡା ବ୍ୟବସାୟରେ ବହୁତ ଭଲ ଲାଭ ମିଳିବ । ପ୍ରେମ ମାମଲାରେ ଆପଣଙ୍କ ସମୟ ଭଲ ଅଛି । ଘର ପରିବାରରେ ଖୁସିର ପରିବେଶ ରହିବ । ମାତା ପିତାଙ୍କ ସହ ଭଲ ସମ୍ପର୍କ ରହିବା ଦ୍ଵାରା ସେମାନଙ୍କର ସହଯୋଗ ମିଳିବ । ଆପଣଙ୍କ ସବୁ କାମରେ ସେମାନେ ସାଥ ବି ଦେବେ। ସନ୍ତାନ ସୁଖ ପ୍ରାପ୍ତି ହେବ । ବ୍ୟବସାୟରେ ଏହି ସମୟ ଅନୁକୂଳ ରହିବ । କାର୍ଯ୍ୟ କ୍ଷେତ୍ରରେ କିମ୍ବା ଚାକିରିରେ ଉଚ୍ଚ ଅଧିକାରୀ ପ୍ରଶଂସା କରିବେ । ଆପଣ କୌଣସି ବଡ ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ନିଅନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି ।

ବୃଷ

ଆପଣ କପଡା ବ୍ୟବସାୟରେ ଭଲ ଲାଭ ମିଳିବ । ଛାତ୍ରମାନଙ୍କୁ ନିଜ ଶିକ୍ଷଙ୍କ ସହଯୋଗ ମିଳିବ । କାମ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଭଲ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ । ଆପଣଙ୍କୁ କୌଣସି ପୁରୁଣା କାମରେ ଭଲ ଲାଭ ମିଳିବ । ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଆସିପାରେ କିନ୍ତୁ କିଛି ସମୟ ପରେ ଏହାର ସମାଧାନ ହୋଇଯିବ । ଆପଣ ଏହି ସମୟରେ ଧନର ଦେବା ନେବା କରନ୍ତୁ ନାହିଁ । ଆପଣ ନିଜ କାର୍ଯ୍ୟରେ ଅଧିକ ପରିଶ୍ରମ ମନ ଲଗାଇ କାମ କରନ୍ତୁ ଭଲ ସଫଳତା ମିଳିବ ।

ମିଥୁନ

ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧା ଆସିପାରେ । ବ୍ୟବସାୟରେ ଭଲ ଧନ ମିଳିବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । କିନ୍ତୁ ଏହି କାର୍ଯ୍ୟରେ ଆପଣଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ । ଆପଣଙ୍କୁ କୌଣସି ବିବାଦ ଠାରୁ ଦୂରେଇ ରହିବାକୁ ପଡିବ । କୋଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ଆପଣଙ୍କୁ ଆର୍ଥିକ ମାମଲାରେ ଭଲ ଲାଭ ମିଳିବ ।

କର୍କଟ

ଆଜି ଆପଣଙ୍କୁ ବାସ୍କ ଲୋକମାନଙ୍କର ପରାମର୍ଶ ନେଇ କାମ କରିବା ଉଚିତ । ଆଜି ନୂଆ ଯୁବପିଢୀ ମାନଙ୍କ ପାଇଁ ସଫଳତାର ମାର୍ଗ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନିବେଶ ଲାଭ ଦାୟକ ରହିବ । ଯଦି ଆପଣ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ସଫଳତା ମିଳିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ସେଥିରେ ପଦୋନ୍ନତି ମିଳିବ । ମାନସିକ ଶାନ୍ତି ମିଳିବ । ପରିବାରରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ । ଆପଣଙ୍କ ପରିବାର ପ୍ରତି ଥିବା ଦାୟୀତ୍ଵକୁ ସଠିକ ଭାବେ ତୁଲାଇବେ ।

ସିଂହ

ଆପଣଙ୍କର ଆଜି କୌଣସି କାର୍ଯ୍ୟ ଶୀଘ୍ର ଶେଷ ହୋଇଯିବ । ଯେଉଁମାନେ ଲୁହା ପଦାର୍ଥର ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ଆଶାତୀତ ଭାବରେ ଲାଭ ମିଳିବ । ଆପଣ ଯଦି ନିଜର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଚାହୁଁଥିବେ କିମ୍ବା ଶୁଭାରମ୍ଭ କରିବା ପାଇଁ ଚାହୁଁଥିବେ ତେବେ ଏଥିରେ ଖୁବ ସଫଳତା ମିଳିବ । ଆପଣଙ୍କ କୌଣସି କ୍ଷେତ୍ରରେ ଅଚାନକ ଧନ ମିଳିବ । ଛାତ୍ରମାନଙ୍କୁ ପ୍ରତିଯୋଗୀତା କ୍ଷେତ୍ରରେ ସଫଳତା ମିଳିବ । ଏହି ସମୟରେ ଆପଣ ଯଦି ଭୂମି କିମ୍ବା ବାହନ କିଣିବା ପାଇଁ ଚାହୁଛନ୍ତି ତେବେ ସେଥିରେ ସଫଳତା ମିଳିବ ।

କନ୍ୟା

ଆପଣଙ୍କୁ ଆଜି ରାଜନୀତି କ୍ଷେତ୍ରରେ କୌଣସି ବଡ ସଫଳତା ମିଳିପାରେ । ଆପଣଙ୍କୁ ସମାଜରେ ଲୋକପ୍ରିୟତା ମିଳିବ ।  ଆପଣଙ୍କୁ ଆଜି ଆର୍ଥିକ ଲାଭ ମିଳିବ । କୌଣସି କ୍ଷେତ୍ରରୁ ଅଚାନକ ଧନ ମିଳିବ । ଆଜି ଆପଣଙ୍କୁ ପରିବାରର ସହଯୋଗ ମିଳିବ । ବ୍ୟବସାୟିକ ଗତିବିଧିରୁ ଭଲ ଲାଭ ମିଳିବ । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଆପଣଙ୍କ ମନ ଖୁସି ରହିବ । କୌଣସି ଯୋଜନାରୁ ଭଲ ଧନ ମିଳିପାରେ । ସେଥିପାଇଁ ଆପଣଙ୍କୁ ଉଚିତ ସମୟକୁ ଅପେକ୍ଷା କରିବାକୁ ପଡିବ ।

ତୁଳା

ଆପଣଙ୍କର କୌଣସି ପୁରୁଣା ସମସ୍ୟାକୁ ଜୀବନସାଥିଙ୍କ ସହ ଆଲୋଚନା ଓ ପର୍ଜ୍ୟାଲୋଚନା କରି ସମାଧାନ କରିବାରେ ସଫଳତା ହେବେ । ବ୍ୟବସାୟରେ କିଛି ଛୋଟୋ ମୋଟ ସମସ୍ୟା ଦେଖା ଦେଇପାରେ । ଆପଣଙ୍କର କୌଣସି ଜରୁରୀ କାମ ଅତି ସହଜରେ ହୋଇଯିବ । ଆପଣ ଧର ଦେଇଥିବା ଟଙ୍କା ଫେରସ୍ତ ପାଇବେ । ଗୁରୁଜନ ଓ ଉଚ୍ଚ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଏଥିପାଇଁ ଆପଣ ଆଳସ୍ୟ ଅନୁଭବ କରିବେ ।

ବିଚ୍ଛା

ଏହି ରାଶିର ଯେଉଁ ବ୍ୟକ୍ତିମାନେ ଫିଲ୍ମ ଲାଇନରେ ଅଛନ୍ତି ତାଙ୍କୁ ଆଜି କୌଣସି ନୂଆ ଫିଲ୍ମର ଅଫର ମିଳିପାରେ । ଆଜି ଆପାଣଙ୍କର କୌଣସି ଅଟକିଥିବା କାମ ପୁରା ହୋଇଯିବ । ବ୍ୟବସାୟରେ କୌଣସି ବିଦେଶୀ କମ୍ପାନୀ ସହ ବଡ ଡିଲ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ କୌଣସି କାର୍ଯ୍ୟକୁ ନେଇ ବାହାରକୁ ଯାଇପାରନ୍ତି । ଆପଣ କୌଣସି କାମ କରିବା ପୂର୍ବରୁ ଭାବି ଚିନ୍ତି ନଷ୍ପତି ନିଅନ୍ତୁ । ନଚେତ ଭବିଷ୍ୟତରେ ସମସ୍ୟାରେ ପଡିବେ । ପରିବାରରେ ଖୁସିର ପରିବେଶ ରହିବ । ଆପଣଙ୍କୁ ପରିବାର ସବୁ ସଦସ୍ୟଙ୍କ ସହ ସାମଞ୍ଜ୍ୟଷ୍ୟ ରଖି ଚଳିବାକୁ ପଡିବ ।

ଧନୁ

ଆପଣଙ୍କୁ ଅଚାନକ ଭାବେ କୌଣସି କ୍ଷେତ୍ରରୁ ଧନ ମିଳିବ । ଆପଣ ଆପଣଙ୍କ ପ୍ରେମ ଜୀବନରେ ସଫଳତା ପାଇବେ । ଆପଣ ଯଦି କାହାକୁ ପ୍ରେମ କରୁଛନ୍ତି ତେବେ ତାଙ୍କୁ ବିବାହ କରିପାରନ୍ତି । ଆପଣଙ୍କୁ ଚାକିରି କ୍ଷେତ୍ରରେ ମାନସିକ ଓ ଶାରୀରିକ ଶାନ୍ତି ପାଇବେ । ଆପଣ ବ୍ୟବସାୟରେ କୌଣସି ନୂଆ ଯୋଜନା ଦ୍ୱାରା ଭଲ ଲାଭ ପାଇବେ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ ।

ମକର

ଆଜି ଜୀବନରେ କୌଣସି ନୂଆ କାର୍ଯ୍ୟରେ ଲାଭ ମିଳିପାରେ । ଏହି ରାଶିର ଯେଉଁ ବ୍ୟକ୍ତିମାନେ ଫ୍ୟାସନ ଡିଜାଇନର କ୍ଷେତ୍ରରେ ଅଛନ୍ତି ତାଙ୍କୁ ସମ୍ମାନ ମିଳିବ । ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ । ଆପଣଙ୍କୁ କୌଣସି କ୍ଷେତ୍ରରେ ଭଲ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ବ୍ୟବସାୟିକ କ୍ଷେତ୍ରରେ ଛୋଟ ମୋଟ ଚିନ୍ତା ଆସିପାରେ । କିନ୍ତୁ ଅଧିକ ପରିଶ୍ରମ ଦ୍ଵାରା ସେଥିରେ ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଦ୍ଵାରା ଆପଣ କ୍ଳାନ୍ତ ଅନୁଭବ କରିବେ । ଗାଡି କିମ୍ବା ଭୂମି କିଣିବାର ସମ୍ଭାବନା ଅଛି ।

କୁମ୍ଭ

ଆଜି ପୁରା ଦିନଟି ଭଲରେ କଟିବ । ଏହି ରାଶିର ଲୋକମାନେ ଯଦି ସରକାରୀ ଚାକିରି କରୁଛନ୍ତି ତେବେ ତାଙ୍କୁ ଅଫିସରେ ସହଯୋଗୀଙ୍କ ସାହାର୍ଯ୍ୟ ମିଳିପାରେ । ଆପଣମାନେ ଚାହୁଁ ଥିବା କାର୍ଯ୍ୟ ସହଜରେ କରି ସେଥିରୁ ଭଲ ଧନ ପ୍ରାପ୍ତ କରିବେ । ଛାତ୍ରମାନଙ୍କୁ ପାଠ ପଢ଼ାରେ ମନ ଲାଗିବ ଓ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇବେ । ଧାର୍ମିକ କାର୍ଯ୍ୟ ପ୍ରତି ମନ ଲାଗିବ । ଆପଣ ଯଦି ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ ବହୁତ ଭଲ ଧନ ଲାଭ ପାଇବେ ।

ମୀନ

ଯଦି ଆପଣ ଲେଖକ ଅଛନ୍ତି ତେବେ ଆପଣଙ୍କର ବିଚାର ଧାରାକୁ ସମ୍ମାନିତ କରାଯିବ । ଆପଣଙ୍କର ଲେଖନୀଙ୍କୁ ସମସ୍ତେ ପସନ୍ଦ କରିବେ । ଆପଣଙ୍କର ଭଲ ବୁଦ୍ଧି ଯୋଗୁ ଲକ୍ଷ୍ୟସ୍ଥଳକୁ ସହଜରେ ପ୍ରାପ୍ତ କରି ପାରିବେ । ଆପଣମାନେ ଚାହୁଁଥିବା କାର୍ଯ୍ୟ ସହଜରେ କରି ସେଥିରୁ ଭଲ ଧନ ପ୍ରାପ୍ତ କରିବେ । ଛାତ୍ର ମାନଙ୍କୁ ପାଠ ପଢ଼ାରେ ମନ ଲାଗିବ ଓ କ୍ୟାରୀୟରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳିବ । ଧାର୍ମିକ କ୍ଷେତ୍ର ପ୍ରତି ମନ ଲାଗିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।