AC ର ଏହି ସତ ଜାଣନ୍ତୁ ଓ ହୋଇ ଯାଆନ୍ତୁ ସାବଧାନ, ନ ହେଲେ ପଡିଯିବେ ରୋଗରେ

ବର୍ତ୍ତମାନ ସମୟରେ AC ଲୋକମାନଙ୍କ ପାଇଁ ଅଧିକ ଦରକାରୀ ଜିନିଷ ହୋଇ ଯାଇଛି । ଏହା ଗରମ ଦିନରେ ଆମ ଘରକୁ ଥଣ୍ଡା କରିଦିଏ । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁ AC ଆପଣଙ୍କୁ ଗରମ ଦିନରେ ଆରାମ ଦେଇଥାଏ ତାହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ ? AC ଆମ ପାଇଁ ବହୁତ ରୋଗ ଗୁଡିକୁ ନିମନ୍ତ୍ରଣ ଦେଇଥାଏ । ବହୁତ ରୋଗ ଏମିତି ବି ଅଛି ଯାହା AC ରୁମରେ ରହିବା କାରଣରୁ ହିଁ ହୋଇଥାଏ । ଚାଲନ୍ତୁ ଜାଣିବା AC ରୁମରେ ରହିବା ଦ୍ଵାରା କଣ କଣ ସବୁ ରୋଗ ହୋଇଥାଏ ।

ଇଂଫେକ୍ସନର ଡର

AC ରୁମରେ ରହିବା ବହୁତ କ୍ଷତି କାରକ ଅଟେ । ଏହା ଦ୍ଵାରା ଇଂଫେକ୍ସନ ବି ହୋଇଥାଏ । କରାଯାଇଥିବା ଏକ ରିସର୍ଚ ଅନୁସାର ଯଦି କୌଣସି ବ୍ୟକ୍ତି ୪ ଘଣ୍ଟା କିମ୍ବା ତାହା ଠାରୁ ଅଧିକ ଘଣ୍ଟା ପର୍ଯ୍ୟନ୍ତ ACରେ ରହୁଛି ତେବେ ତାକୁ ସାଇନସ ଇଂଫେକ୍ସନ ହେବାର ସମ୍ଭାବନା ଦୁଇ ଗୁଣା ବଢିଯାଏ । ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡାରେ ରହିବା ଦ୍ଵାରା ଆମ ଶରୀରର ମାଂସପେଶୀ ଶକ୍ତ ହୋଇଯାଏ ଓ ଆମେ ବହୁତ କମଜୋର ହୋଇଯାଉ ।

ମେଦ ବହୁଳତା ବଢିଯାଏ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯଦି ଆପଣ ନିଜ ରୁମରେ AC ଲଗାଇଛନ୍ତି ତେବେ ଏହା କେବଳ ରୋଗକୁ ନିମନ୍ତ୍ରଣ ଦେଇ ନ ଥାଏ ଏହା ଛଡା ଆପଣଙ୍କର ଓଜନ ବି ବଢାଇ ଥାଏ । କହିବାକୁ ଗଲେ ଥଣ୍ଡା ଜାଗାରେ ରହିବା ଦ୍ଵାରା ଆମ ଶରୀରରେ ଏନର୍ଜୀର ମାତ୍ରା ବି କମ ହୋଇଯାଏ ଓ ଯେଉଁ କାରଣରୁ ପେଟରେ ଚର୍ବି ବଢିବାକୁ ଲାଗିଥାଏ ।

ଆଣ୍ଠୁ ବ୍ୟଥା

ଯେଉଁ ଲୋକମାନେ ସବୁଦିନ ACର ବ୍ୟବହାର କରନ୍ତି, ତାଙ୍କ ଆଣ୍ଠୁରେ ବ୍ୟଥା ରହିବା ସାଧାରଣ କଥା ଅଟେ । କହିବାକୁ ଗଲେ AC ଶରୀରର କାର୍ଯ୍ୟ କରିବାର କ୍ଷମତାକୁ କମ କରିଦିଏ ।

ମସ୍ତିସ୍କ ପାୱାର ଉପରେ ପ୍ରଭାବ

ଘରେ ACର ଅଧିକ ବ୍ୟବହାର ଆମର ମୁଣ୍ଡ ଉପରେ ବି ଗଭୀର ପ୍ରଭାବ ପକାଇ ପାରେ । ଏହିଭଳି କରିବା ଦ୍ଵାରା ଆମର ମସ୍ତିଷ୍କର କୋଶିକାଗୁଡିକ ସଙ୍କୁଚିତ ହେବାକୁ ଲାଗିଥାଏ । ଯାହା ଦ୍ଵାରା ମସ୍ତିଷ୍କର କ୍ଷମତା ଓ କ୍ରିୟାଶୀଳତା ଧୀରେ ଧୀରେ ନଷ୍ଟ ହୋଇଯାଏ । ACରେ ରହୁଥିବା ବ୍ୟକ୍ତିମାନଙ୍କୁ ଲଗାତାର ଚକ୍କର ଆସିବାର ସମସ୍ୟା ବି ରହିଥାଏ ।

କ୍ଳାନ୍ତ ଅନୁଭବ କରିବା

ଘରେ ସବୁବେଳେ AC ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ଦିନସାରା କ୍ଳାନ୍ତପଣ ର ସମସ୍ୟା ବି ହୋଇପାରେ । କାରଣ ଅଧିକ ସମୟ ପର୍ଯ୍ୟନ୍ତ AC ରୁମରେ ବସିବା ଦ୍ଵାରା ଫ୍ରେସର ସର୍କୁଲେଟ ହୋଇ ପାରେ ନାହିଁ ଓ କେବେ କେବେ AC ର ତାପମାନ ଅଧିକ କମ କରିବା ଉପରେ ମୁଣ୍ଡ ବ୍ୟଥା ଓ ବ୍ୟସ୍ତତା ଅନୁଭବ ହୋଇଥାଏ ।

ଇମ୍ୟୁନ ସିସ୍ଟମ ଖରାପ ହେବା

AC ରେ ଅଧିକ ସମୟ ରହିବା ଦ୍ଵାରା ମନୁଷ୍ୟ ଶରୀରର ଇମ୍ୟୁନ ସିସ୍ଟମ ବି କମଜୋର ପଡିଯାଏ ଓ ଏହା ଦ୍ଵାରା ଆମ ଶରୀର ଭିତରେ ଥିବା ରୋଗ ପ୍ରତିରୋଧକ କ୍ଷମତା ବି କମ ହୋଇଯାଏ । ଏମିତିରେ AC ର ଅତ୍ୟଧିକ ବ୍ୟବହାର ରୋଗ ଗୁଡିକୁ ଡାକିବା ସଙ୍ଗେ ସମାନ ଅଟେ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।