ଶହୀଦ ସ୍ବାମୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ସେନାରେ ସାମିଲ ହେଲେ ପତ୍ନୀ, ତାଙ୍କ ସଂଘର୍ଷ କାହାଣୀ ଶୁଣିଲେ ଆପଣ ବି କରିବେ ସାଲୁଟ୍

ଅନେକ ବୀର ପୁଅ ମାଟି ମା ପାଇଁ ହସି ହସି ମୃ-ତ୍ୟୁ-କୁ ବି ଆପଣାଇ ନିଅନ୍ତି । ହେଲେ ଏଠାରେ ଜଣେ ଶହୀଦଙ୍କ ସ୍ତ୍ରୀ ସ୍ବାମୀଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ସେନାରେ ସାମିଲ ହୋଇଛନ୍ତି । ସେ ଦୁଇଟି ପିଲାଙ୍କ ମା ଅଟନ୍ତି । କିନ୍ତୁ ଦେଶ ମାଟିର ସେବା କରିବାକୁ ଆଗେଇ ଆସିଛନ୍ତି । ଶତ୍ରୁଙ୍କ ସଂହାର କରିବାକୁ ସେନାରେ ସାମିଲ ହୋଇଥିବା ଏହି ସାହସୀ ମହିଳାଙ୍କ ବିଷୟରେ ଜାଣିଲେ ଆପଣଙ୍କ ହାତ ସାଲୁଟ ମା-ରି-ବା-କୁ ନିଶ୍ଚୟ ଉଠିଯିବ ।

ଇଏ ହେଉଛନ୍ତି ଶହୀଦ ନାଏକ ଦୀପକ ନେନୱାଲଙ୍କ ପତ୍ନୀ ଜ୍ଯୋତି ନେନୱାଲ । ସେ ଚତୁର୍ଥ ପ୍ରୟାସରେ ଏସଏସସି ପରୀକ୍ଷା ପାସ୍ କରିଥିଲେ । ଏହା ପରେ ବର୍ଷେ କାଳ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମିରେ ପ୍ରଶିକ୍ଷଣ ନେବା ପରେ ସେନାରେ ବିଧିବଦ୍ଧ ଭାବେ ସେ ସାମିଲ ହୋଇଛନ୍ତି । କିନ୍ତୁ ସେନାରେ ଯୋଗ ଦେବାର ସ୍ଵପ୍ନ ଜ୍ଯୋତିଙ୍କ ପାଇଁ ସେତେ ସହଜ ନଥିଲା । ସାହସୀ ଶହୀଦଙ୍କ ଏହି ଏହି ସାହସୀ ପତ୍ନୀ ସେନାରେ ଦେଇ କହିଛନ୍ତି, “ମୋ ସ୍ଵାମୀ ଦେଶ ମାତୃକା ପାଇଁ ନିଜର ବଳିଦାନ ଦେଇଛନ୍ତି ।

ତାଙ୍କରି ପ୍ରେରଣାକୁ ସାଥିରେ ନେଇ ମୁଁ ବି ଦେଶ ସେବାରେ ନିଜକୁ ଉତ୍ସର୍ଗ କରୁଛି ।” ଡେରାଡୁନ ହରବାଲର ଶହୀଦ ନାଏକ ଦୀପକ ନେନୱାଲ ୨୦୧୮ରେ ଆ-ତ-ଙ୍କି-ଙ୍କୁ କଡା ଜବାବ ଦେଇ ଛାତିରେ ଓ ଗୋଡରେ ଗୁ-ଳି ଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ସେଠାରେ ପ୍ରାୟ ଏକ ମାସ ଧରି ଚିକିତ୍ସିତ ହେବା ପରେ ସେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

ତ୍ରିରଙ୍ଗାରେ ଗୁଡେଇ ହୋଇ ଘରକୁ ଆସିଥିବା ଶହୀଦ ସ୍ବାମୀଙ୍କ ମ-ର ଶ-ରୀ-ର-କୁ ଦେଖି ତାଙ୍କ ଆଖିରୁ କେତେ ଅମାନିଆ ଲୁହ ଝରିଥିଲା । କିନ୍ତୁ ସାହସ ଭା-ଙ୍ଗି ନଥିଲା କି ଦେଶ ପ୍ରତି ଥିବା ସମ୍ମାନ ଓ ଭଲ ପାଇବା କମି ନଥିଲା । ଓଲଟା ଯ-ନ୍ତ୍ର-ଣା-କୁ ଭୁଲି ନୂଆ ଏକ ସାହାସ ଭରା କାହାଣୀ ଲେଖିବାକୁ ମନୋବଳ ବଢାଇଛନ୍ତି ଶହୀଦଙ୍କ ସାହସୀ ସ୍ତ୍ରୀ ।

ତେବେ ଜ୍ଯୋତି ଆର୍ମି ଅଫିସର ହେବା ପରେ ତାଙ୍କ ଶ୍ଵଶୁର କହିଛନ୍ତି, “ମୋ ବୋହୂ ଭୋର ସାଢେ ତିନିଟାରୁ ଉଠି ଦୌଡିବାକୁ ଯାଆନ୍ତି । କାରଣ ଦୁଇଟି ପିଲାର ମା ସେନାରେ ଭର୍ତ୍ତି ହେବା ସ୍ଵପ୍ନକୁ ସାକାର କରିବା ସେତେ ସହଜ ନଥିଲା । ସବୁ ବା-ଧା-ବି-ଘ୍ନ-କୁ ମା-ତ୍ ଦେଇ ଏବେ ଦେଶ ସେବା କରିବାକୁ ମୋ ବୋହୂ ଶପଥ କରିଛି ।”

ସତରେ ଏହି ସାହସୀ ଜ୍ଯୋତି ଆଜିର ମହିଳା ମାନଙ୍କ ପାଇଁ ପ୍ରେରଣା ସ୍ୱରୂପ ଅଟନ୍ତି । ଦେଶକୁ ସୁରକ୍ଷା ଦେଉ ଦେଉ ସ୍ଵାମୀ ଶହୀଦ ହୋଇଗଲେ ସତ କିନ୍ତୁ ସେ ଦୁଃଖ ଓ ଲୁହରେ ନିଜ ଛାତିକୁ ଲୁହା କରି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।