ଏକା ସହିତ ଏତେ ସଂଖ୍ୟକ ନାଗ (Cobra) ଆପଣ କେବେ ମଧ୍ୟ ଦେଖି ନଥିବେ ! ଏହି video ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ଆମ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ସମସ୍ତ ଜୀବଜନ୍ତୁ ଏକା ସାଥିରେ ବଞ୍ଚି ରହିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ତେବେ ସାପ ଏକ ବି-ଷ-ଧ-ର ଜୀବ ଓ ମଣିଷ ଜୀବନ ପ୍ରତି ବିପଦଜନକ ହୋଇଥିଲେ ମଧ୍ୟ ଏହା ଆମ ପରିବେଶର ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଓ ସାପ ବି-ଷ-ରୁ ହିଁ ଅନେକ ଅମୂଲ୍ୟ ପ୍ରକାର ଔଷଧ ତିଆରି କରାଯାଏ । ଏପରିକି ସାପ କା-ମୁ-ଡି-ବା ପରେ ମଧ୍ୟ ସାପ ବି-ଷ-ରୁ ପ୍ରସ୍ତୁତ ଔଷଧ ହିଁ ବ୍ୟକ୍ତିଙ୍କୁ ସୁସ୍ଥ କରିବା ପାଇଁ ସାହାଯ୍ୟ କରିଥାଏ ।

ସେଥିପାଇଁ ସାପକୁ ଉଦ୍ଧାର କରିବା ସେମାନଙ୍କୁ ମଧ୍ୟ ବଞ୍ଚି ରହିବାକୁ ଦେବା ମଣିଷ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ଅନେକ ସମୟରେ ଲୋକ ସାପ ଦେଖିଲେ ଭୟରେ ତାକୁ ମା-ରି ପକାନ୍ତି । କିନ୍ତୁ ଏପରି କରିବା ଅନୁଚିତ ଅଟେ । ସାପଙ୍କୁ ନ-ମା-ରି ଯଦି ଆପଣ କୌଣସି ସାପ ଧରାଳିଙ୍କ ସହ ଯୋଗାଯୋଗ କରି ତାକୁ ବଞ୍ଚାଇ ପାରିବେ ତେବେ ଏହା ଅଧିକ ଉପଯୁକ୍ତ କାର୍ଯ୍ୟ ହେବ ।

ସାପ କା-ମୁ-ଡା-ରୁ ବଞ୍ଚିବା ପାଇଁ ସାପ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ । ଘରେ କୌଣସି ସ୍ଥାନରେ ଅନାବଶ୍ୟକ ଜିନିଷ ପତ୍ର ଜମାଇ ରଖନ୍ତୁ ନାହିଁ । ତଥାପି ଯଦି ସାପ ଦେଖାଯାଉଛି ତେବେ ସ୍ନେକ ହେଲ୍ପଲାଇନ କିମ୍ବା କୌଣସି କୁଶଳୀ ସାପ ଧରାଳିଙ୍କ ସହ ଯୋଗାଯୋଗ କରନ୍ତୁ । ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ସାପ ଧରାଳି ଜଣକ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ଆଣିଥିବା ସାପଙ୍କୁ କିପରି ନେଇ ସୁରକ୍ଷିତ ଭାବେ ଜଙ୍ଗଲ ସ୍ଥାନରେ ଛାଡି ଦେଉଛନ୍ତି ।

ସାପ ଧରାଳି ଜଣକ ଭଦ୍ରକ ଜିଲ୍ଲାର ଅଟନ୍ତି । ଭଦ୍ରକ ଜିଲ୍ଲାରେ ପ୍ରାୟତଃ କୋବ୍ରା ପ୍ରଜାତିର ସାପ ଅତ୍ୟଧିକ ଦେଖିବାକୁ ମିଳନ୍ତି । ସାପ ଧରାଳି ଜଣକ ଅନେକ ପ୍ରକାର ମୁଣା ଗୁଡିକ ମଧ୍ୟରେ ଧରି ଆଣିଥିବା କୋବ୍ରା ସାପ ଗୁଡିକୁ ମୁଣା ଖୋଲି ଗୋଟି ଗୋଟି କରି ଜଙ୍ଗଲରେ ଛାଡି ଦେଉଛନ୍ତି । ଏହା ମଧ୍ୟରେ ଅନ୍ୟ ପ୍ରଜାତିର କିଛି ସାପ ମଧ୍ୟ ରହିଛନ୍ତି । ସାପ ଧରାଳି ଜଣକ ସାପ ମାନଙ୍କୁ ମୁକ୍ତ କରି ଖୁବ୍ ଖୁସି ହେଉଛନ୍ତି ।

ଏଭଳି ବି-ଷ-ଧ-ର ପ୍ରାଣୀଙ୍କୁ ବିନା ସ୍ଵାର୍ଥରେ ମୁକ୍ତ କରିବା ଓ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ଉଦ୍ଧାର କରିବା ହିଁ ପ୍ରକୃତ ମଣିଷପଣିଆ କହିଲେ ଅତ୍ଯୁକ୍ତି ହେବନାହିଁ । ଆପଣଙ୍କୁ ସାପଧରାଳିଙ୍କ ଏହିଭଳି ହୃଦୟବାନ କାର୍ଯ୍ୟ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।