କେମିତି ଚିହ୍ନିବେ ଆପଣ ଖାଉଥିବା ପନୀର ଅସଲି କି ନକଲି ? ଏହି ସହଜ ଉପାୟରେ ଶିଖନ୍ତୁ ଓ ନିଜକୁ ସ୍ଵାସ୍ଥ୍ୟହାନିରୁ ବଞ୍ଚାନ୍ତୁ, ଦେଖନ୍ତୁ ପୁରା video

ଆଜିକାଲି ବଜାରରେ ପ୍ରାୟ ସବୁ ଜିନିଷ ଭେଜାଲ ମିଳୁଛି । ଅର୍ଥ ଲୋଭରେ କିଛି ବ୍ୟକ୍ତି ଆମକୁ ନକଲି ଜିନିଷ ବିକ୍ରି କରି ଦେଇଥାନ୍ତି । ଆଉ ସେହି ନକଲି ପଦାର୍ଥ ଗୁଡିକ ଦେଖିବାକୁ ଏତେ ଅସଲ ହୋଇଥାଏ ଯେ ଆମ ଆଖି ବି ଧୋକା ଖାଇଯାଏ । ନକଲି ଜିନିଷ କିଣି ଆମେ କ୍ଷତିରେ ପଡିବା ସହ ଆମ ସ୍ୱାସ୍ଥ୍ୟ ମଧ୍ୟ ହାନି ହୋଇଥାଏ । ଆଜିକାଲି ବଜାରରେ ଅଣ୍ଡା, ପନିପରିବା ଠାରୁ ଆରମ୍ଭ କରି ଚାଉଳ ମଧ୍ୟ ନକଲି ମିଳିଲାନି । ଯାହା ଭୋଜନ କରିବା ଆମ ଶରୀର ପାଇଁ ବିଷ ସଦୃଶ ହୋଇଥାଏ ।

ତେବେ ସେହି ନକଲି ଜିନିଷକୁ ଚିହ୍ନିବା ପାଇଁ ଆମ ପାଖରେ କିଛି ସାଧାରଣ ଜ୍ଞାନ ମଧ୍ୟ ରହିଥିବା ଆବଶ୍ୟକ । ନଚେତ ଆମେ ଠ-କା-ମି-ର ଶି-କା-ର ହୋଇ ଚାଲିଥିବା ଓ ଆମ ସ୍ୱାସ୍ଥ୍ୟ ମଧ୍ୟ ହାନି ହୋଇ ଚାଲିଥିବ । ଲୋକେ ପନୀର ଖାଇବାକୁ ଖୁବ୍ ପସନ୍ଦ କରନ୍ତି । କ୍ଷୀରରେ ତିଆରି ଏହି ପଦାର୍ଥ ଦେଖିବାକୁ ଯେମିତି ସୁନ୍ଦର ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ ।

୫ ଲିଟର କ୍ଷୀରରୁ ଯାଇ ପ୍ରାୟ ୧କିଲୋ ପନୀର ତିଆରି ହୋଇପାରେ । ସେଥିପାଇଁ ଏହାର ମୂଲ୍ୟ ମଧ୍ୟ ସାମାନ୍ୟ ଅଧିକ ରହିଥାଏ । ତେବେ ଆଜିକାଲି ମାର୍କେଟରେ ପନୀର ମଧ୍ୟ ନକଲି ବା ମିଶ୍ରିତ ମିଳିଲାଣି । ଟଙ୍କା ଲୋଭରେ ଲୋକେ ପନୀରରେ ପ୍ରଚୁର ପରିମାଣରେ ଷ୍ଟାର୍ଚ ମିଶାଇ ଦେଉଛନ୍ତି । ତେବେ ନକଲି ପନୀର ଓ ଅସଲି ପନୀର ମଧ୍ୟରେ ଫରକ ଜାଣିବା ମଧ୍ୟ ଖୁବ୍ କଷ୍ଟକର ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ଏହା ମଧ୍ୟରେ ଥିବା ଫରକ ବିଷୟରେ ଜଣାଇବୁ । ପନୀରର ରଙ୍ଗ ଦେଖିବାକୁ ଏକଦମ ଧଳା ହୋଇଥିବା ବେଳେ ନକଲି ପନୀରର ରଙ୍ଗ ଆପଣଙ୍କୁ ସାମାନ୍ଯ ଈଷତ ଦେଖାଯିବ । ଏହାସହ ଏହାକୁ ଫାଳ କଲେ ଏହାର ଭିତର ଭାଗ ଅଧିକ ଖଦଡା ଥିବା ଆପଣଙ୍କୁ ଦେଖିବାକୁ ପାଇବେ । କିନ୍ତୁ ଅସଲି ପନୀର ଏକଦମ ଧଳା ଦେଖାଯିବା ସହ ଏହାକୁ ଭାଙ୍ଗିଲେ ଏହାର ଭିତର ପଟ ସାମାନ୍ଯ ଚିକ୍କଣ ଥିବା ଦେଖିବାକୁ ପାଇବେ ।

ନକଲି ପନୀରରେ ଫ୍ୟାଟର ଅଭାବରୁ ତାହା ଖଦଡା ହୋଇଯାଏ । ଏହାସହ ଆଉ ଏକ ପ୍ରକ୍ରିୟା ଅଛି ଯାହାଦ୍ୱାରା ଆପଣ ପନୀର ଅସଲି କି ନକଲି ତାହା ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଟିଙ୍କଚର ଆୟୋଡିନ । ଯାହା ଆପଣଙ୍କୁ ସାଇଣ୍ଟିଫିକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନରୁ ସହଜରେ ମିଳିଯିବ । ଏହା ଦେଖିବାକୁ ମାଟିଆ ରଙ୍ଗର । ଏଥିରୁ ଅଳ୍ପ ଡ୍ରପ୍ ସାହାଯ୍ୟରେ ବାହାରି କରି ଆପଣଙ୍କ ପନୀର ଉପରେ ରଖନ୍ତୁ ।

ଯଦି ଆପଣଙ୍କ ପନୀର ଅସଲ ହୋଇଥିବ ତେବେ ଏହି ଆୟୋଡିନର ରଙ୍ଗ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଯଦି ନକଲି ହୋଇଥିବ ତେବେ ପନୀର ଉପରେ ପଡିବା ମାତ୍ରେ ଏହାର ରଙ୍ଗ କଳା ହୋଇଯିବ । ଏହିପରି ଭାବେ ଆପଣ ଅସଲ ଓ ନକଲ ପନୀରରେ ଫରକ ଜାଣିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।