ଭାରତର ଟ୍ରିପଲ ମ୍ୟୁଟାଣ୍ଟ କୁ ନେଇ WHO ଯାହା କହିଲା ଶୁଣି ଆପଣଙ୍କ ମୁଣ୍ଡ ଖରାପ ହେଇଯିବ

ବର୍ତ୍ତମାନ ଭାରତରେ ଯେଉଁ ତୀବ୍ର ବେଗରେ କରୋନା ମାତିଛି ଏହା ପୁରା ବିଶ୍ଵ ପାଇଁ ବିପଦର ଘଣ୍ଟି । ଯେଉଁ ଟ୍ରିପଲ୍ ମ୍ଯୁଟାଣ୍ଟ କରୋନା ଭାଇରସ କୁ ଭାରତରେ ସଂକ୍ରମଣର କାରଣ ବୋଲି କୁହା ଯାଉଛି, ତା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ନିଜ ଚିନ୍ତନ ପ୍ରକାଶ କରିଛି । ଏହି ଟ୍ରିପଲ୍ ମ୍ଯୁଟାଣ୍ଟ କରୋନା ଭାଇରସ ସାରା ବିଶ୍ବ ପାଇଁ ବିପଦ ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ନିଜ ମନ୍ତବ୍ୟ ପ୍ରକାଶ କରିଛି । WHO ର ଟେକ୍ନିକାଲ ହେଡ୍ ମାରିଆ ଭାନ୍ କେରଖୋଭ୍, ସିଏନବିସି କୁ ଜଣାଇଛନ୍ତି କି ପ୍ରାଥମିକ ଗବେଷଣାରୁ ଜଣାପଡିଛି କି ଭାଇରସର B.1.617 ଭ୍ୟାରିଆଣ୍ଟ ଅସଲ ଭାଇରସ ତୁଳନାରେ କ୍ଷିପ୍ର ଗତିରେ ବ୍ୟାପିଥାଏ ଓ ସେମାନେ ଭାଇରସର ଏହି ଭ୍ୟାରିଆଣ୍ଟକୁ ସାରା ଦୁନିଆ ପାଇଁ ଚିନ୍ତାର ବିଷୟ ବୋଲି ଭାବୁଛନ୍ତି ।

ସେମାନେ ଏହି ଭାଇରସ ଭ୍ୟାରିଆଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରିବାରେ ଲାଗି ପଡ଼ିଛନ୍ତି । WHO କିଛି ଦିନ ପୂର୍ବେ କହିଥିଲା କି ସେମାନେ ସାରା ଦୁନିଆରେ କରୋନା ଭାଇରସର ୧୦ଟି ଭ୍ୟାରିଆଣ୍ଟ ଉପରେ ନଜର ରଖିଛନ୍ତି । ଏହି B.1.617 ଭ୍ୟାରିଆଣ୍ଟକୁ WHO “ଭ୍ୟାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ୍” ଶ୍ରେଣୀରେ ରଖିଛନ୍ତି । ଏହି ଶ୍ରେଣୀରେ ରଖିବାର ମାନେ ଏହାର ପ୍ରାଥମିକ ଲକ୍ଷଣ ହିସାବରେ ଏହା ଚିନ୍ତାଜନକ ଅଟେ ।

ଏହି ଭାଇରସ ବିଷୟରେ ଅଧିକ ତଥ୍ୟ ଜାଣିବା ଜରୁରୀ ରହିଛି । ଯଦି WHO ନିଜ ଯାଞ୍ଚରେ ଏହାକୁ ଘାତକ ବୋଲି ପାଉଛି ତେବେ ଏହାକୁ “ଭ୍ୟାରିଆଣ୍ଟ ଅଫ୍ କନ୍ସର୍ନ” ଶ୍ରେଣୀଭୁକ୍ତ କରିପାରେ । ଏହାର ଅର୍ଥ ସାରା ଦୁନିଆ ପାଇଁ ଚିନ୍ତା ବଢିପାରେ । ଯେପରି କୁହାଯାଏ ସମୟ ଯେପରି ବି ହେଉ ନିଶ୍ଚୟ ବଦଳେ, ସେହିପରି ଭାଇରସ ମଧ୍ୟ ସମୟ ସହ ନିଜ ରୂପ ପରିବର୍ତ୍ତନ କରେ । ଯାହା ବଦଳି ବଦଳି ଡବଲ୍ ମ୍ଯୁଟାଣ୍ଟ ରୁ ଆସି ଟ୍ରିପଲ୍ ମ୍ଯୁଟାଣ୍ଟ ରେ ପହଞ୍ଚି ସାରିଲାଣି ।

ଯାହା ଅଧିକ ମାତ୍ରାରେ ଘା-ତ-କ ବୋଲି ଆଶଙ୍କା କରାଯାଉଛି । ଯଦି ଆପଣଙ୍କ ଘର ଆଖ ପାଖରେ କିଛି ବି କରୋନା ସଂକ୍ରମଣ ରହିଛି ତେବେ ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ହେବା ଆବଶ୍ୟକ । ଯେଉଁଠାରେ ମଧ୍ୟ ଥାଆନ୍ତୁ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ସତର୍କ ରହିବାର ଅଛି । ସେ ସମସ୍ତ ପଦକ୍ଷେପ ନିଅନ୍ତୁ ଯାହା ଦ୍ଵାରା ଆପଣ ସଂକ୍ରମଣରୁ ବଞ୍ଚିତ ରହିବେ ।

ଜଣାଇ ରଖୁଛୁ ଯେ WHO କେଉଁ ବି ଭାଇରସ କୁ ସେତେବେଳେ ଯାଇ “ଭ୍ୟାରିଆଣ୍ଟ ଅଫ୍ କନ୍ସର୍ନ” ଶ୍ରେଣୀରେ ରଖେ ଯେତେବେଳେ ତାହା କ୍ଷିପ୍ର ବେଗରେ ବ୍ୟାପେ, ମଣିଷ ଜୀବନ ପାଇଁ ଘା-ତ-କ ସାଜେ ଓ ଯାହା ଉପରେ ଟିକାର ମଧ୍ୟ କୌଣସି ପ୍ରଭାବ ପଡେନାହିଁ । ମାତ୍ର WHO କହିଛି କରୋନା ଟିକା ଏବେ ମଧ୍ୟ ପ୍ରଭାବଶାଳୀ ଅଟେ । ଟୀକା ନେବା ପରେ ଯଦି ବି ସଂକ୍ରମିତ ହେଉଛନ୍ତି ତେବେ ଏହା ଦ୍ବାରା ମୃ-ତ୍ୟୁର ଆଶଙ୍କା ଅନେକ ମାତ୍ରାରେ ଟଳିଯିବ ।