IPL ପରେ ଟୀମ ରୁ ବାହାରିବାକୁ ନେଇ BCCI ଉପରେ ବର୍ଷିଲେ Pandya, କହିଲେ ଏମିତି କଥା କି ଆପଣଙ୍କ ହୋସ ଉଡିଯିବ

କ୍ରିକେଟ ଫ୍ୟାନଙ୍କ ହୋଶ ଉଡ଼ି ଯାଇଥିଲା, ଯେତେବେଳେ ବିସିସିଆଇ ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ଓ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜର ଖେଳାଳି ତାଲିକା ସ୍ପଷ୍ଟ କରିଥିଲା । ଏହି ଦୁଇଟି ଟୁର୍ଣ୍ଣାମେଣ୍ଟର ଖେଳାଳି ତାଲିକାରେ ପ୍ରାୟ ୨୦ ରୁ ୨୫ ଖେଳାଳି ସାମିଲ ଅଛନ୍ତି । ମାତ୍ର କେଉଁଥିରେ ମଧ୍ୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ନାମ ନଜର ଆସୁ ନାହିଁ । ଏହା ଦେଖି ଆପଣଙ୍କ ପରି ପାଣ୍ଡ୍ୟାଙ୍କ ଫ୍ୟାନ ମାନେ ଖୁବ୍ ଚକିତ ହୋଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ପାଣ୍ଡ୍ୟାଙ୍କୁ ଟିମ୍ ରେ କାହିଁକି ସାମିଲ କରାଗଲା ନାହିଁ ।

ପୂର୍ବରୁ ଇଂଲଣ୍ଡ ମାଟିରେ ପାଣ୍ଡ୍ୟା ୫ଟି ୱିକେଟ ନିଜ ନାମରେ ହାସଲ କରିଥିଲେ । ୨୦୧୮ ମସିହାରେ ଇଂଲଣ୍ଡର ନଟିନଗମ୍ ଷ୍ଟାଡିୟମରେ ପାଣ୍ଡ୍ୟା ୫ଟି ୱିକେଟ ନେବା ସହ ସେହି ସିରିଜରେ ଖୁବ୍ ଧମାକାଦାର୍ ବ୍ୟାଟିଂ ମଧ୍ୟ କରିଥିଲେ । ଗତ କିଛି ସମୟରୁ ପାଣ୍ଡ୍ୟାଙ୍କ ବ୍ୟାଟିଂ ରେ ବହୁତ ଉନ୍ନତି ହୋଇଥିବାର ମଧ୍ୟ ଦେଖା ଯାଇଛି ।

ଯଦ୍ୟପି ଅଷ୍ଟ୍ରେଲିଆ ସହ ସିରିଜ ସମୟରେ ଭାରତୀୟ ଟିମ୍ ସେଠାକୁ ଯାଇଥିଲେ, ସେଠାରୁ ପାଣ୍ଡ୍ୟାଙ୍କୁ ଭାରତ ଫେରାଇ ଦିଆ ଯାଇଥିଲା । କୁହା ଯାଇଥିଲା କି ପାଣ୍ଡ୍ୟା ଇଂଲଣ୍ଡ ଗସ୍ତରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବେ । ମାତ୍ର ଇଂଲଣ୍ଡ ସହ ଟେଷ୍ଟ ସିରିଜରେ ମଧ୍ୟ ପାଣ୍ଡ୍ୟାଙ୍କୁ ଖେଳା ଯାଇ ନ ଥିଲା । ଆଉ ଏବେ ତ ପୁରା ଟେଷ୍ଟ ଟିମ୍ ରୁ ହିଁ ପାଣ୍ଡ୍ୟାଙ୍କୁ ବାହାର କରି ଦିଆ ଗଲା ।

ଆଜ୍ଞା ହଁ, ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ରେ ହେବାକୁ ଥିବା ଭାରତ – ଇଂଲଣ୍ଡ ମ୍ୟାଚ୍ ରେ ଇଂଲଣ୍ଡ ପରି ମଜବୁତ୍ ଟିମ୍ ବିରୋଧରେ ହେବାକୁ ଥିବା ୫ଟି ଟେଷ୍ଟ ସିରିଜରେ ପାଣ୍ଡ୍ୟାଙ୍କ ପରି ଖେଳାଳିଙ୍କ ଚୟନ ନ କରିବା ହେତୁ, ବିସିସିଆଇ ଉପରେ ପ୍ରଶ୍ନ ତ ନିଶ୍ଚୟ ଉଠିବ! ମାତ୍ର ଏହା ଉପରେ ନିଜେ ପାଣ୍ଡ୍ୟା ମଧ୍ୟ ବଡ଼ ବୟାନ ଦେଇ ସାରିଛନ୍ତି । ନିକଟରେ ପାଣ୍ଡ୍ୟା ଏକ ଟିଭି ଚ୍ୟାନେଲରେ ନିଜର ସାକ୍ଷାତକାର ଦେଇଥିଲେ ।

ଯେଉଁଠି ତାଙ୍କୁ ଏହି ସମ୍ବନ୍ଧରେ ପ୍ରଶ୍ନ କରା ଯିବାରୁ ସେ ଉତ୍ତର ଦେଇଥିଲେ କି, “ଯେତେବେଳେ ଭାରତୀୟ ଟେଷ୍ଟ ଟିମ୍ ରେ ମୋର ନାମ ସାମିଲ ନ ଥିବାର ଦେଖିଲି, ମୁଁ ବି ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଥିଲି । ମାତ୍ର ମୁଁ ବିସିସିଆଇର ଏହି ନିର୍ଣ୍ଣୟକୁ ସମ୍ମାନ ଜଣାଇବାକୁ ଚାହେଁ । ବୋଧ ହୁଏ ମୁଁ ସେଥିପାଇଁ ଯୋଗ୍ୟ ନୁହେଁ । ମୋର ନିଜ ଉପରେ ବିଶ୍ୱାସ ଅଛି କି ମୁଁ ମୋ ବ୍ୟାଟିଂ ଓ ବୋଲିଂ ରେ ଉନ୍ନତି ଆଣି ନିଶ୍ଚୟ ଟିମ୍ ରେ ସାମିଲ ହୋଇ ପାରିବି ।

ଦୀର୍ଘ ସମୟ ଧରି ମୋତେ ଟେଷ୍ଟ ଟିମ୍ ରେ ସାମିଲ କରା ଯାଉ ନ ଥିବାରୁ କେଉଁଠି ନା କେଉଁଠି ମୁ ଜାଣିଥିଲି କି ଏପରି କିଛି ହେବାକୁ ଯାଉଛି । ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ରେ ଖେଳି ଦେଶ ପାଇଁ ଗୌରବ ଆଣିବା ମୋର ମଧ୍ୟ ସ୍ବପ୍ନ ଥିଲା । କିନ୍ତୁ ମୁଁ ଦୁଃଖିତ ହେ ଟିମ୍ ରେ ମୋର ନାମ ନାହିଁ । ମାତ୍ର ମୋର ଯେଉଁ ସହ ଖେଳାଳି ମାନେ ଏହି ତାଲିକାରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ମୁଁ ଖୁବ୍ ଆନନ୍ଦିତ ଓ ନୂଆ ଖେଳାଳି ମାନଙ୍କୁ ମଧ୍ୟ ଅଭିନନ୍ଦନ ଦେବାକୁ ଚାହେଁ । ”

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ