ସାପ୍ତାହିକ ରାଶିଫଳ ୩୦ ଡିସେମ୍ବର – ୫ ଜାନୁୟାରୀ: ଏହି ସପ୍ତାହ ଏହି ୫ ଟି ରାଶିର ଖୋଲିବ ଭାଗ୍ୟ

ଆପଣଙ୍କର ରାଶି ଆପଣଙ୍କର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ରାଶିଫଳ ଦ୍ଵାରା ଭାଭିଷ୍ୟତ ଜୀବନରେ ହେଉଥିବା ଘଟଣାର ଆପଣ ପୂର୍ବାନୁମାନ ଲଗାଇ ପାରିବେ । ବହୁତ ଲୋକମାନଙ୍କର ମନରେ ଏହି ପ୍ରଶ୍ନ ବି ଆସିଥାଏ କି ଆସନ୍ତା ସପ୍ତାହ ତାଙ୍କ ପାଇଁ କେମିତି ରହିବ ? ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଆସନ୍ତା ସପ୍ତାହର ରାଶିଫଳ ବିଷୟରେ କହିବାକୁ ଯାଉଛୁ । ତେବେ ଜାଣିବା ପାଇଁ ପଢନ୍ତୁ ୩୦ ଡିସେମ୍ବର ରୁ ୫ ଜାନୁୟାରୀ ପର୍ଯ୍ୟନ୍ତ ରାଶିଫଳ ।

ମେଷ :

ଏହି ସପ୍ତାହରେ ଆପଣଙ୍କର ଆଖପାଖର ପରିବେଶ ଭଲ ରହିବ । ପ୍ରଭାବଶାଳି ବ୍ୟକ୍ତିମାନଙ୍କ ସହ ସାକ୍ଷାତ ହେବ । ବୁଦ୍ଧିମାତା ପୂର୍ଣ ନିର୍ଣୟ ନେବାର ଏହା ଉଚିତ ସମୟ ଅଟେ । ଏହି ସପ୍ତାହରେ ଆପଣଙ୍କୁ ନିଜର ପାର୍ଟନର ଠାରୁ ପ୍ରେମ ଓ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ ହେବ ।

ବୃଷ :

ଏହି ସପ୍ତାହରେ ଧନ ପ୍ରାପ୍ତିର ଯୋଗ ଅଛି । ଯଦି ଆପଣ କୌଣସି କଥାରେ ଉତ୍ତେଜିତ ହୋଇ ଯାଉଛନ୍ତି ତେବେ କଥାକୁ ବୁଝି ନିଜର ରାଗ ଉପରେ କାବୁ ରଖନ୍ତୁ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ପିତାଙ୍କ ଠାରୁ ଲାଭ ମିଳିବ । ସରକାରୀ କାର୍ଯ୍ୟ ସରଲତାର ସହ ପୂର୍ଣ ହୋଇଯିବ ।

ମିଥୁନ :

ଏହି ସପ୍ତାହରେ ଆପଣଙ୍କୁ ଆପଣଙ୍କର ପରିବାର ଲୋକମାନଙ୍କ ଠାରୁ ସାହାର୍ଯ୍ୟ ମିଳିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଗାଡି ଓ ମେସିନ ର କାର୍ଯ୍ୟ ଉପରେ ଅସାବଧାନ ହୁଅନ୍ତୁ ନାହିଁ । ପରିବାରରେ କୌଣସି ସଦସ୍ୟ ସହ ଚାଲୁଥିବା ଝଗଡା ସମାପ୍ତ ହୋଇଯିବ ।

କର୍କଟ :

ଏହି ସପ୍ତାହରେ ଆପଣଙ୍କର କାର୍ଯ୍ୟଭାର ବଢିବ । ଆପଣଙ୍କର ବ୍ୟବହାର ଅଧିକ ଆକ୍ରାମକ ରହିବ । ଝଗଡା ଠାରୁ ବଞ୍ଚନ୍ତୁ ଓ ନିଜର ସମସ୍ତ ଧ୍ୟାନ ନିଜର କାମ ଉପରେ ଦିଅନ୍ତୁ । କ୍ୟାରିୟର ପାଇଁ ଆସନ୍ତା ସପ୍ତାହ ବହୁତ ଭଲ ରହିବାର ଅଛି । ଛାତ୍ରମାନଙ୍କ ପାଇଁ ଶୁଭ ସମୟ ଅଟେ ।

ସିଂହ :

ଏହି ସପ୍ତାହରେ ଆପଣଙ୍କୁ ଆର୍ଥିକ ଅସୁବିଧା ସମାପ୍ତ ହୋଇଯିବ । ପାର୍ଟନରର ସହଯୋଗ ମିଳିବ । ବିଜନେସରେ ସାବଧାନ ରୁହନ୍ତୁ । କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ । ପୁରୁଣା ରୋଗରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ବର୍ତ୍ତମାନ କେଉଁଠି ବି ନିବେଶ କରନ୍ତୁ ନାହିଁ ।

କନ୍ୟା :

ଏହି ସପ୍ତାହରେ ଆପଣଙ୍କର ବ୍ୟାପାରିକ ଯାତ୍ରା ଲାଭଦାୟକ ରହିବ । ନୂଆ ନୂଆ ଯୋଜନା କରିବେ । ମାନସିକ ସମସ୍ୟାର ସାମ୍ନା କରିବାକୁ ପଡି ପାରେ । ଘର ପରିବାରରେ ହର୍ଷ ଓ ଉଲ୍ଲାସର ବାତାବରଣ ରହିବ । ଚାକିରି ଇଚ୍ଛିତ ଲୋକମାନଙ୍କୁ ନୂତନ ଅବସର ମିଳିବ । ଏହି ସପ୍ତାହରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବା ଉଚିତ ।

ତୁଳା :

ବହୁ ଦିନ ହେବ ଚାଲୁଥିବା ସମସ୍ୟାର ଆଜି ଅନ୍ତ ହେବ । ବୈବାହିକ ଜୀବନରେ ବହୁତ ଖୁସି ରହିବ । ପ୍ରେମ ମାମଲାରେ ବି ଆପଣ ଭାଗ୍ୟବାନ ରହିବେ । ଏହି ସପ୍ତାହରେ ଅଧିକ ପରିଶ୍ରମ ହୋଇପାରେ । ନିବେଶ ପାଇଁ ଭଲ ସମୟ ଅଛି । ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

ବିଚ୍ଛା :

ଆପଣଙ୍କ ପାଇଁ ଏହି ସପ୍ତାହ ଚିନ୍ତା ବଢିବାର କାରଣ ହେବ । ଆପଣଙ୍କୁ ସର୍ତକ ରହି ସାବଧାନ ହୋଇ ଆଗକୁ ବଢିବାର ଅଛି । ପରିବାରରେ କଳହ ବଢିପାରେ । କିନ୍ତୁ ସପ୍ତାହ ଶେଷରେ ସମସ୍ତ କଳହ ଧୀରେ ଧୀରେ ସମାପ୍ତ ହୋଇଯିବ । ଛାତ୍ରମାନଙ୍କୁ ସହଜରେ ସଫଳତା ପ୍ରାପ୍ତ ହେବ ।

ଧନୁ :

ଏହି ସପ୍ତାହରେ ଟଙ୍କା ସମ୍ବନ୍ଧିତ ସମସ୍ତ ସମସ୍ୟା ସମଧାନ ହୋଇଯିବ । କେତେକ ଅଜଣା ଲୋକମାନଙ୍କ ଠାରୁ ଧନ ଲାଭ ହେବ । କାର୍ଯ୍ୟକ୍ଷମତା ଓ କାର୍ଯ୍ୟକୁଶଳତାରେ ବୁଦ୍ଧି ହେବ । ଜୀବନସାଥି ସହ ଆନନ୍ଦ ନେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ସମ୍ପତି କ୍ରୟ – ବିକ୍ରୟରେ ଲାଭ ହେବ ।

ମକର :

ସପ୍ତାହର ଆରମ୍ଭରେ ଆପଣ ବାହାରକୁ ବୁଲିବାକୁ ଯିବେ । ଏହି ସମୟରେ ଆପଣ କୋର୍ଟ କଚେରୀ ମାମଲାରେ ପଡି ପାରନ୍ତି । ଏହି ସପ୍ତାହରେ ଆପଣଙ୍କୁ ଏକ ସୁନ୍ଦର ଓ ହୃଦୟର ଭଲ ଜୀବନସାଥି ମିଳିବ । ବିଜନେସ ପାଇଁ କୌଣସି ଦୂର ସ୍ଥାନକୁ ଯାଇ ପାରନ୍ତି ।

କୁମ୍ଭ :

ଏହି ସପ୍ତାହରେ ବ୍ୟାବସାୟରେ ଲାଭ ମିଳିବ । ଆର୍ଥିକ ପ୍ରଗତିର ସମୟ ଅଛି । ମିତ୍ରମାନଙ୍କ ମାଧ୍ୟମରେ ପୁରୁଣା ଟଙ୍କା ପ୍ରାପ୍ତି ହେବ । ଅନ୍ୟମାନଙ୍କ ପ୍ରତି ଦୟା ଭାବନା ରଖିବା ଆବଶ୍ୟକ ଅଟେ । ମନରେ ନକାରାତ୍ମକ ବିଚାର ତଥା କ୍ରୋଧର ମାତ୍ରା ବଢିପାରେ ।

ମୀନ :

ଏହି ସପ୍ତାହରେ ଆପଣଙ୍କୁ ଆଗରୁ କରାଯାଇଥିବା କାମରେ ଲାଭ ମିଳିବ । ପରୀକ୍ଷା, ପ୍ରତିଯୋଗୀତାରେ ସଫଳ ହେବେ । ବ୍ୟବସାରେ ବିସ୍ତାର ଓ ଧନଲାଭ ହେବ । ଜଲ୍ଦି ହିଁ ଆପଣଙ୍କର ଜୀବନ ଭଲ ହେବାର ଅଛି । ନିଜର ବାଣୀ ଉପରେ ସଂଯମ ରଖନ୍ତୁ ।