ବର୍ତ୍ତମାନ ବଙ୍ଗୋପସାଗରରେ ବଢିବାକୁ ଲାଗିଛି ବାତ୍ୟା ଆଶଙ୍କା । ଆସନ୍ତା କାଲି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ । ପରେ ଏହା ସାମୁଦ୍ରିକ ଝଡ କିମ୍ବା ବାତ୍ୟାର ରୂପ ମଧ୍ୟ ନେଇପାରେ । ଏପରି ପୂର୍ବାନୁମାନ କରୁଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା । ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ କଣ ରହିବ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି । ୱିଣ୍ଡିର ଜିଏଫଏସ ମଡେଲ ଦର୍ଶାଉଛି ଏହି ଲଘୁଚାପ ବାତ୍ୟାରେ ପରିଣତ ହେବ ଓ ଏହା ଓଡିଶା ଉପକୂଳ ନିକଟ ଦେଇ ଅତିକ୍ରମ କରିପାରେ ।
ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ଏହି ମଡେଲ ଦର୍ଶାଉଛି । ପାଣିପାଗ ସଂସ୍ଥା ସ୍କାଇମେଟ ମଧ୍ୟ ପୂର୍ବନୁମାନ କରୁଛି ଏହି ଲଘୁଚାପ ବାତ୍ୟାରେ ପରିଣତ ହୋଇପାରେ । ଯଦି ବାତ୍ୟା ହୁଏ ତେବେ ଏହାର ନାମ ‘ଜୱାଦ’ ରହିବ । ଏହା ଓଡିଶା ପାଖ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇପାରେ ବୋଲି କହୁଛି ସ୍କାଇମେଟ । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଅନୁଯାୟୀ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବଳ ଗୋଟାଇ ବାତ୍ୟାରେ ପରିଣତ ହେବ ।
କେଉଁଠାରେ ଏହାର ପ୍ରଭାବ ପଡିବ ତାହା ସଠିକ ଆକଳନ ହୋଇ ନଥିଲେ ମଧ୍ୟ ଓଡିଶା, ବାଂଲାଦେଶ ଓ ଉତ୍ତର ଭାରତରେ ଏହା ପ୍ରଭାବ ପକାଇପାରେ । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଓ ଶ୍ରୀଲଙ୍କା ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିପାରେ । ଭାରତୀୟ ପାଣିପାଗ ବିଭାଗ କହିଛି ଆସନ୍ତା ୨୯ ତାରିଖରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଶକ୍ତିଶାଳୀ ହୋଇ ଅବପାତରେ ହୋଇ ଏହା ବଙ୍ଗୋପସାଗରରେ ପ୍ରବେଶ କରିବ ।
ଡିସେମ୍ବର ୧ ତାରିଖ ବେଳକୁ ଡିପ୍ରେସନ ସୃଷ୍ଟି ହୋଇଯିବ । ତେବେ ବର୍ତ୍ତମାନ ବଙ୍ଗୋପସାଗରର ପାଣିପାଗ ବାତ୍ୟା ଲାଗି ଅନୁକୂଳ ଥିବା କହିଛି ଆଇଏମଡ଼ି । ଏହିପରି ଭାବେ ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରକାରର ଆକଳନ ସବୁ କରାଯାଉଛି । ତେବେ ଏହି ସବୁରୁ ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ବଢୁଛି ଓ ଓଡିଶା ଉପରେ ମଧ୍ୟ ଏହାର ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।
ତେବେ ଆସନ୍ତା ୩୬ ରୁ ୪୮ ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ଭାବେ ଆକଳନ କରିହେବ ବୋଲି କହୁଛନ୍ତି ପାଣିପାଗ ବିଜ୍ଞାନୀ । ଯଦି ବାତ୍ୟା ହୁଏ ତେବେ ଓଡିଶାରେ କ୍ଷୟକ୍ଷତି ହୋଇପାରେ । ତେଣୁକରି ଉଭୟ ପ୍ରଶାସନ ଓ ଜନ ସାଧାରଣ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।