‘ସାନ ପୁଅ ବୋଲି କ’ଣ ଆମେ ଖାଲି ପିଠା ଖାଇବୁ ?’ ପ୍ରଥମାଷ୍ଟମୀରେ ସାନ ମାନଙ୍କ ଦୁଃଖ ବଖାଣି କିଛି ଏମିତି କହିଲା ଏହି କୁନି ପୁଅ, ଦେଖିଲେ ଆପଣ ମଧ୍ୟ ନହସି ରହି ପାରିବେନି, ଦେଖନ୍ତୁ video

ପ୍ରଥମାଷ୍ଟମୀ ଓଡିଶାର ଏକ ପାରମ୍ପାରିକ ପର୍ବ ଓ ଏହି ପର୍ବର ଅନେକ ମାହାତ୍ମ୍ଯ ରହିଛି । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ପ୍ରତ୍ଯେକ ଓଡିଆ ଘରେ ପାଳିତ ହୋଇଥାଏ । ବିଶ୍ବାସ ରହିଛି ପୂର୍ବକାଳରେ ଯେହେତୁ ମାର୍ଗଶିର ମାସ ବର୍ଷର ପ୍ରଥମ ମାସ ଭାବେ ପରିଗଣିତ ହେଉଥିଲା ସେଥିପାଇଁ ଏହି ମାସର ପ୍ରଥମ କୃଷ୍ଣପକ୍ଷ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଏ । ମାର୍ଗଶିର ମାସ ମା ଲକ୍ଷ୍ମୀଙ୍କ ମାସ ତଥା ଶ୍ରେଷ୍ଠ ମାସ ବୋଲି ମଧ୍ୟ କୁହାଯାଏ ।

ଏହି ମାସରେ ପ୍ରତ୍ଯେକ ଗୁରୁବାର ଯେପରି ମାଣବସାଇ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ସେହିଭଳି ପ୍ରଥମାଷ୍ଟମୀର ମଧ୍ୟ ଖୁବ୍ ମହତ୍ଵ ରହିଛି । ଏହିଦିନ ଘରର ପ୍ରଥମ ପୁତ୍ର ଏବଂ କନ୍ୟା ମାନଙ୍କୁ ଘରର ମୁରବୀମାନେ ବନ୍ଦାପନା କରିବାର ପରମ୍ପରା ରହିଛି । ଘରର ପ୍ରଥମ ସନ୍ତାନକୁ ଏହି ଅଷ୍ଟମୀରେ ପୂଜା କରା ଯାଉଥିବାରୁ ମଧ୍ୟ ଏହାର ନାମ ପ୍ରଥମାଷ୍ଟମୀ ରହିଛି । ଏହିଦିନ ମାମୁଁମାଇଁଙ୍କ ଘରୁ ମଧ୍ୟ ଘରର ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ନୂଆ ଲୁଗା, ପିଠା ଓ ମିଠା ଆଦି ଆସିଥାଏ ।

ସେହି ସବୁକୁ ବ୍ୟବହାର କରି ଘରର ମହିଳାମାନେ ଜ୍ୟେଷ୍ଠ ସନ୍ତାନଙ୍କୁ ବନ୍ଦାପନା କରନ୍ତି । ଏହିଦିନ ହଳଦୀ ପତ୍ରରେ ତିଆରି ପିଠାର ମଧ୍ୟ ଖୁବ୍ ମହତ୍ଵ ରହିଛି । ଓଡିଶାର ଏହି ପାରମ୍ପାରିକ ପିଠା ଖୁବ ସୁଆଦିଆ । ଏହି ପିଠା ଖାଇବା ପାଇଁ ସମସ୍ତେ ଏହିଦିନକୁ ନେଇ ରହିଥାନ୍ତି । ତେବେ ଯେହେତୁ ଘରର ଜ୍ୟେଷ୍ଠ ପୁତ୍ର ଏବଂ କନ୍ୟାଙ୍କ ପାଇଁ ଏହି ପର୍ବ ପାଳନ କରାଯାଏ ଓ ସେହି ମାନଙ୍କ ପାଇଁ ନୂଆ ଲୁଗା ଆସେ ତେଣୁ କନିଷ୍ଠ ସନ୍ତାନ ମାନେ ଏହିଦିନ ପାଳନ କରନ୍ତି ନାହିଁ ।

ଅନେକ ସମୟରେ ଘରର କନିଷ୍ଠ ସନ୍ତାନ ମାନେ ଏଥିପାଇଁ ମନ ଊଣା କରୁଥିବାର ମଧ୍ୟ ଦେଖିବାକୁ ମିଳେ । ତେବେ ନିକଟରେ ପ୍ରଥମାଷ୍ଟମୀ ଯାଇଥିବା ବେଳେ ଏକ ଛୋଟ ପିଲାଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପିଲାଟି ପ୍ରଥମାଷ୍ଟମୀର ନିୟମକୁ ନେଇ ମନ ଊଣା କରି ଏକ ଭିଡିଓ ପ୍ରସ୍ତୁତ କରିଛି । ଯାହା ଘରର ସବୁ କନିଷ୍ଠ ସନ୍ତାନସନ୍ତତିଙ୍କ ମନକୁ ପାଉଛି ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଗୋଟିଏ ଛୋଟ ପିଲାଟି କିପରି କହୁଛି, ‘ଆମେ କଣ ଘର ସାନ ବୋଲି ଆମେ କଣ ଖାଲି ପିଠା ଖାଇବୁ ? ବହୁତ ବାଧୁଛି… ମୋ ସାଙ୍ଗମାନେ କହୁଛନ୍ତି ତୁ ତିନି ନମ୍ବର, ତୁ ଅଷ୍ଟମୀ ହବୁନି । ତେଣୁ ବାପା ମା ମାନଙ୍କୁ ଅନୁରୋଧ କରୁଛି ସାନ ପୁଅ ପାଇଁ ଖଣ୍ଡେ ଖଣ୍ଡେ ଡ୍ରେସ ଆଣ ।”

ଏହି ଭିଡିଓରେ ଘରର ପ୍ରତ୍ଯେକ ସାନ ପୁଅ ଓ ଝିଅଙ୍କ ମନ କଥା ପ୍ରକାଶ କରିଛି ଏହି ପୁଅଟି । ତେଣୁ ଏହି ଭିଡିଓଟି ଆସିବା ପରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ କେମିତି ଲାଗିଲା ଏହି ସାନ ପୁଅଟିର କଥା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।