Waheeda Rehman ଯେତେବେଳେ Amitabh ଙ୍କୁ ଜୋରସେ ମାରିଥିଲେ ଗୋଟିଏ ଚାପୁଡା, ତ Waheeda ଙ୍କ ଜୋତା ଧରି ତାଙ୍କ ପଛରେ କାହିଁକି ଦୌଡିଥିଲେ ବିଗବି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଅମିତାବ ବଚ୍ଚନ ଜଣେ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ଅଟନ୍ତି । ଏହି ଅଭିନେତା ଙ୍କ ସମଗ୍ର ଭାରତ ରେ ଲୋକପ୍ରିୟତା ରହିଛି ଏବଂ ବିଗ୍ ବି ଦର୍ଶକ ମାନଙ୍କ ପ୍ରିୟ ଅଭିନେତା ଅଟନ୍ତି । କିନ୍ତୁ ଯେତେବେଳେ ସ୍ୱୟଂ ଅମିତାବ ବଚ୍ଚନ ଙ୍କୁ ତାଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ପଚରା ଯାଇଥାଏ ସେତେବେଳେ ସେ ଉତ୍ତର ରେ ଦିଲ୍ଲୀପ କୁମାର ଏବଂ ୱହିଦା ରହମାନ ଙ୍କ ନାମ ନେଇଥାନ୍ତି । ଅମିତାବ ଏବଂ ୱହିଦା ଅନେକ ଫିଲ୍ମ ରେ ଏକାଠି କାମ ମଧ୍ୟ କରିଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଏହି ଯୋଡ଼ି ଙ୍କ ସମ୍ବନ୍ଧୀୟ ଏକ ମଜାଦାର ଘଟଣା ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।  ବନ୍ଧୁଗଣ ଅଭିନେତ୍ରୀ ୱହିଦା ରହମାନ ଙ୍କ ପାଇଁ ଅଭିନେତା ଅମିତାବ ବଚ୍ଚନ ଙ୍କ ମନରେ ଖୁବ ଭଲ ପାଇବା ଏବଂ ସମ୍ମାନ ରହିଛି । ଅମିତାବ ବଚ୍ଚନ ସର୍ଵଦା ୱହିଦା ଙ୍କ ସହିତ ଅଭିନୟ କରିବାକୁ ଚାହୁଁଥିଲେ ।

ଯେତେବେଳେ ତାଙ୍କୁ ୱହିଦା ରହମାନ ଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ସେତେବେଳେ ତାଙ୍କ ଖୁସି ର ଠିକଣା ରହି ନଥିଲା । ଏମିତିକି ଅମିତାବ ବଚ୍ଚନ ୱହିଦା ଙ୍କ ଠାରୁ ଚାପୁଡ଼ା ମଧ୍ୟ ଖାଇଥିଲେ । ଏଥିରେ ମଧ୍ୟ ତାଙ୍କର କୌଣସି ଅସୁବିଧା ନଥିଲା । ଅମିତାବ ୱହିଦା ଙ୍କ ଚପଲ କୁ ହାତରେ ନେଇ ତାଙ୍କ ପଛରେ ଦୌଡ଼ି ଥିଲେ ମଧ୍ୟ ।

୧୯୬୯ ମସିହାରେ ନିଜ ଫିଲ୍ମୀ କ୍ୟାରିଅର ର ଆରମ୍ଭ କରିଥିବା ଅଭିନେତା ଅମିତାବ ବଚ୍ଚନ ଙ୍କୁ ୧୯୭୧ ମସିହାରେ ଫିଲ୍ମ ‘ରେସ୍ମା ଔର ସେରା’ ରେ ୱହିଦା ଙ୍କ ସହିତ କାମ କରିବାର ସୁଯୋଗ ପ୍ରାପ୍ତ ହୋଇଥିଲା । ଏହି ଫିଲ୍ମ ରେ ମୁଖ୍ୟ ଭୂମିକା ରୂପରେ ବଲିଉଡ ର ଦିଗଜ୍ଜ ଅଭିନେତା ସୁନୀଲ ଦତ୍ତ ମଧ୍ୟ ଅଭିନୟ କରିଥିଲେ । ଏହି ଫିଲ୍ମ ରେ ଅମିତାବ ବଚ୍ଚନ ଏକ ଗୁଙ୍ଗା ବ୍ୟକ୍ତି ର ଭୂମିକା ରେ ଅଭିନୟ କରିଥିଲେ ।

ଏହି ଫିଲ୍ମ ର ଏକ ସିନ ରେ ୱହିଦା ଙ୍କୁ ଅମିତାବ ଙ୍କୁ ଚାପୁଡ଼ା ମାରିବାର ଥିଲା । ଏହି ସିନ ପୂର୍ବରୁ ୱହିଦା ଅମିତାବ ଙ୍କୁ ଥଟ୍ଟା ରେ କହିଥିଲେ ଯେ ଆପଣଙ୍କୁ ଜୋରଦାର ଚାପୁଡ଼ା ପଡ଼ିବ । କିନ୍ତୁ ପରେ ତାହା ସତ୍ୟ ମଧ୍ୟ ହୋଇଗଲା । ସୁଟିଂ ସେଟ ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ଅମିତାବ ବଚ୍ଚନ ଏବଂ ୱହିଦା ଦୁହେଁ ଜାଣିଥିଲେ ଏହା ଅଜାଣତରେ ହୋଇଛି । ଅମିତାବ କହିଥିଲେ ଯେ ଏଥିପାଇଁ ତାଙ୍କୁ ଆଦୋୖ ଖରାପ ଲାଗିନାହଁ ।

ଏହି ଫିଲ୍ମ ର ଅନ୍ୟ ଏକ ସୁଟିଂ ସିନ ଅତ୍ୟଧିକ ଗରମ ରେ ଖାଲି ପାଦରେ କରିବାର ଥିଲା । ତାପମାତ୍ରା ଏତେ ଅଧିକ ଥିଲା ଯେ ଚପଲ ପିନ୍ଧିବା ପରେ ମଧ୍ୟ କଷ୍ଟ ହେଉଥିଲା । ୱହିଦା ଙ୍କ କଷ୍ଟ ଅମିତାବ ଦେଖିପାରୁ ନଥିଲେ । ସୁଟିଂ ହେବା ପରେ ଯେତେବେଳେ ନିର୍ଦେଶକ ବ୍ରେକ ର ଘୋଷଣା କରିଥିଲେ ସେତେବେଳେ ଅମିତାବ ତୁରନ୍ତ ୱହିଦା ଙ୍କ ଚପଲ ଙ୍କୁ ହାତରେ ନେଇ ତାଙ୍କ ପାଖକୁ ଦୌଡ଼ି ଥିଲେ ।

ଅମିତାବ ନିଜର ଏକ ଇଣ୍ଟରଭ୍ୟୁ ରେ ମଧ୍ୟ ଏହି ଘଟଣା ସମ୍ବନ୍ଧରେ କହିଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ ସେହି ମୁହୂର୍ତ୍ତ ତାଙ୍କ ପାଇଁ ବହୁତ ଖାସ ଥିଲା । ଫିଲ୍ମ ‘ରେସ୍ମା ଓ ସେରା’ ପରେ ଏହି ଯୋଡ଼ି କୁ ଏକାଠି ୧୯୮୭ ମସିହାରେ ‘ତ୍ରିଶୂଲ’ ଫିଲ୍ମ ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରେ ୱହିଦା ଅମିତାବ ଙ୍କ ମାଆ ଙ୍କ ଭୂମିକା ରେ ଅଭିନୟ କରିଥିଲେ ।

ଏହାପରେ ଶେଷ ଥର ପାଇଁ ଏହି ଯୋଡ଼ି କୁ ୨୦୦୯ ମସିହାରେ ଫିଲ୍ମ ‘ଦିଲ୍ଲୀ ୬’ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରେ ଅଭିଷେକ ବଚ୍ଚନ ଙ୍କ ମୁଖ୍ୟ ଭୂମିକା ରହିଥିଲା । ୱହିଦା ଏବଂ ଅମିତାବ ଏହି ଫିଲ୍ମ ରେ ଅଭିଷେକ ଙ୍କ ଜେଜେବାପା ଓ ଜେଜେମା ଙ୍କ ଭୂମିକା ରେ ଅଭିନୟ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।