ଅଖରୋଟ ର ଚମତ୍କାରୀ ଫାଇଦା, ମୂଳରୁ ଭଲ କରିଦିଏ ଏହି ସବୁ ବଡ ରୋଗ- Health Tips

ନମସ୍କାର ବନ୍ଧୁଗଣ ଅଖରୋଟ ରେ ଲୁଚି ରହିଛି ଅମୃତ । କିନ୍ତୁ ଏହାକୁ ଭୁଲ ପ୍ରକାର ରେ ଖାଇଲେ ନା ମିଳିବ ଅମୃତ ଏବଂ ନ ମିଳିବ ଏହାର କିଛି ଫାଇଦା । ତେବେ ଆସନ୍ତୁ ଜାଣିନେବା ଅଖରୋଟ ଖାଇବାର ସଠିକ ପ୍ରକ୍ରିୟା ଏବଂ ଏହାର ଅନେକ ଫାଇଦା କଣ । ଆମ ନିତି ଦିନ ଜୀଵନ ରେ ଅଖରୋଟ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ କିନ୍ତୁ ଏହାକୁ । ଭୁଲ ଭାବରେ କିମ୍ବା ଅସମୟ ରେ ଖାଇଲେ ଏହା ଆମ ଶରୀର ପାଇଁ ବହୁତ କ୍ଷତି କାରକ ମଧ୍ୟ ହୋଇଥାଏ ।

ଅଖରୋଟ ରେ ବହୁତ ପୋଷକ ତତ୍ତ୍ୱ ରହିଥାଏ । ଏବଂ ଏଥିରେ ଆଣ୍ଟିଅକ୍ସାଇଡ଼ ମଧ୍ୟ ରହିଥାଏ । ଏହା ଆମ ଶରୀର ରେ ଥିବା ଅନେକ ରୋଗ ହେବାରୁ ରୋକି ଥାଏ । ଏବଂ ଏଥିରେ ଭିଟାମିନ- ଇ ମଧ୍ୟ ମିଳିଥାଏ । ଏବଂ ଅନେଲ ମିନରଲ ଏବଂ ଭିଟାମିନ ପ୍ରଚୁର ପରିମାଣରେ ଭରି ରହିଥାଏ । ଏବଂ ଆୟୁର୍ବେଦ ଦୃଷ୍ଟି ରେ ଦେଖିଲେ ଏହା ବଳବର୍ଧକ ଏବଂ ଧାତୁ ଵର୍ଧକ ମଧ୍ୟ ।

ଅଖରୋଟ ବାତ କୁ ଶାନ୍ତ କରିଥାଏ । ଏବଂ ମଧୁମେହ ରୋଗ କୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏବଂ ଯେଉଁ ମାନଙ୍କ ର ସ୍ମରଣ ଶକ୍ତି କୁ ବୃଦ୍ଧି କରିବା ପାଇଁ କିମ୍ବା ମୁଣ୍ଡ ଆଦି ବିନ୍ଧୁ ଥିଲେ ଏହା ତାକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏବଂ ଅଖରୋଟ ରେ ଭରପୁର ମାତ୍ରାରେ ଆମେଗା-୩ ଫେଟି ଏସିଡ ମଧ୍ୟ ଥାଏ ।

ଏବଂ ଅଖରୋଟ ଖାଇବା ଦ୍ୱାରା ଏହା କ୍ୟାନ୍ସର ହେବାର ସମ୍ଭାବନା କୁ ମଧ୍ୟ ରୋକିଥାଏ । ଏବଂ କୋଲେଷ୍ଟ୍ରଲ କୁ ମଧ୍ୟ ବଢିବାରୁ ରୋକିଥାଏ । କିନ୍ତୁ ଏହାକୁ ସଠିକ ପରିମାଣ ଏବଂ ସଠିକ ସମୟରେ ଖାଇବା ଉଚିତ । ଆମ ତ୍ୱଚା ପାଇଁ ଭିଟାମିନ- ଇ ଆବଶ୍ୟକ । ଏବଂ ଏହା ଅଖରୋଟ ରେ ରହିଥାଏ । ତେଣୁ ଏହାକୁ ସେବନ କଲେ ତ୍ୱଚା ରେ ଏକ ଚମକ ଆସିଯିବ । ଏବଂ ମୁହଁରେ ହେଉଥିବା ସମସ୍ତ ସମସ୍ୟା କଳା ଦାଗ ବ୍ରଣ ଆଦି ସେସବୁ ମଧ୍ୟ ହେବ ନାହିଁ । ଏବଂ ତ୍ୱଚା ଶୁଖିଲା ମଧ୍ୟ ରହିବ ନାହିଁ ।

ଏବଂ ଆପଣ ଚାହଁଲେ ଅଖରୋଟ କୁ ଗୁଣ୍ଡ କରି ସେଥିରେ କିଛି ସର ଏବଂ ଏକ ଚାମଚ ଅଲିଭ ତେଲ ମିଶେଇ ତାକୁ ପେଷ୍ଟ କରି ତାକୁ ଚେହେରା ରେ ମଧ୍ୟ ଲଗେଇ ପାରିବେ । ଏହା ଦ୍ୱାରା ଚେହେରା ରେ ଚମକ ଆସିଥାଏ । ଏବଂ ତ୍ୱଚା କୋମଳ ମଧ୍ୟ ହୋଇ ଥାଏ । ଅଖରୋଟ ର ତେଲ କୁ ମୁଣ୍ଡ ରେ ଏବଂ କେଶ ରେ ଲଗେଇଲେ କେଶ ଉପୁଡ଼େନି ଏବଂ ରୂପି ମଧ୍ୟ ଦେଖା ଯାଏ ନାହିଁ । ଏବଂ କେଶ କଳା ଏବଂ ଘନ ମଧ୍ୟ ହୋଇ ଥାଏ ।

ଏବଂ ଅଖରୋଟ କୁ ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ କାରଣ ଏହା ପିତ୍ତ କୁ ବଢ଼ାଇ ଥାଏ । ଏବଂ ଅଧିକ ଖାଇଲେ ପାଟିରେ ଛାଲ ମଧ୍ୟ ପଡ଼ିଯାଏ । ଏବଂ ଏହା କଫ କୁ ମଧ୍ୟ ବଢ଼ାଇ ଥାଏ । ଏବଂ ଅଧିକ ଖାଇଲେ ଅପଚ ମଧ୍ୟ ହୋଇ ଥାଏ । ତେଣୁ ସର୍ଵଦା ତିନି ରୁ ଚାରି ଅଖରୋଟ ର ଖଣ୍ଡ କୁ ଖାଇବା ଉଚିତ । ଏବଂ ଭିଜେଇ ଖାଇଲେ ଅଧିକ ଲାଭପ୍ରଦ ହୋଇ ଥାଏ ।

ତେଣୁ ସଠିକ ପରିମାଣ ରେ ଅଖରୋଟ ଖାଆନ୍ତୁ ନଚେତ ଅଧିକ ପରିମାଣରେ ଖାଇଲେ ଆମେ ଅନେକ ରୋଗରେ ମଧ୍ୟ ପଡ଼ିଥାଉ । ତେଣୁ ତାର ମାତ୍ର ପ୍ରତି ଧ୍ୟାନ ଦେବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।