କଣ ଆପଣଙ୍କର ବା ଆପଣଙ୍କ ସମ୍ପର୍କୀୟଙ୍କ ନାମ “V” ରୁ ଆରମ୍ଭ ହେଉଛି ? ତେବେ ଜାଣନ୍ତୁ V ନାମର ଲୋକଙ୍କ ବିଷୟରେ କିଛି ଖାସ କଥା

ଆମ ଆଖ ପାଖରେ ଅନେକ ଲୋକ ଅଛନ୍ତି ସେମାନଙ୍କର ନାମ ଅଲଗା ଅଲଗା ଅକ୍ଷରରୁ ଆରମ୍ଭ । ତେବେ ଆମେ ଆଜି ଆପଣ ମାନଙ୍କୁ “V” ଅକ୍ଷରରେ ଥିବା ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ବ୍ଯକ୍ତିର ନାମ ତାହାର ଜୀବନରେ ଅନେକ ପ୍ରଭାବ ପକାଇ ଥାଏ । ନାମ ଜଣେ ଲୋକର ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ । ଆଜି ଅମେ ଆପଣ ମାନଙ୍କୁ ପ୍ରଥମ ଅକ୍ଷର “V” ଥିବା ଲୋକଙ୍କ ବିଷୟରେ କହିବାକୁ ଯାଉଛୁ।

ସ୍ଵଭାବ –  “V” ରେ ଆରମ୍ଭ ହେଉଥିବା ବ୍ୟକ୍ତିମାନେ ନିଜର ଦୁନିଆରେ ନିଜେ ରୁହନ୍ତି ,ସେମାନେ ଖୋଲା ଖୋଲି ଓ ଥଟା ମଜାକ କରୁଥିବା ଲୋକ ଅଟନ୍ତି। “V” ରେ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନେ ଅନେକ କିଛି କରିବା ପାଇଁ ଚାହାନ୍ତି ମାତ୍ର ନିଜର ଅଳସୁଆ ଗୁଣ ପାଇଁ ସେମାନେ ଅନେକ ଲୋକଙ୍କ ପାଖରେ ନିଜର ସମ୍ମାନ ହାନି କରାନ୍ତି ।

ଅନେକ ଲୋକ ଏମନଙ୍କୁ ସ୍ଵାର୍ଥୀ ବୋଲି ମାନି ନିଅନ୍ତି କାରଣ ଏମାନେ ଚେଷ୍ଟା କରିବା ପାଇଁ ଚାହାନ୍ତି ନାହିଁ।”V” ଅକ୍ଷର ର ବ୍ୟକ୍ତି ମାନେ ଅନେକ ସମୟରେ ଅନେକ ଝଗଡାର କାରଣ ହୁଅନ୍ତି । କାରଣ ଏମାନେ କାହାର କଥା ଶୁଣି ସହଜରେ ତାକୁ ଗ୍ରହଣ କରି ପାରନ୍ତିନି । ଏମାନେ ମୂହରେ ଲୋକଙ୍କୁ ଅନେକ କଥା ଶୁଣେଇ ଦେଇଥାନ୍ତି ଯାହା ପାଇଁ ଅନେକ ସମସ୍ଯାର ସମୁଖୀନ ହୋଇଥାନ୍ତି।

ପ୍ରେମ  – “V” ଅକ୍ଷରର ବ୍ୟକ୍ତି ମାନେ ଦେଖିବାକୁ ଅତି ସୁନ୍ଦର ହୋଇଥାନ୍ତି ଯାହା ଦ୍ଵାରା ତାଙ୍କୁ ତାଙ୍କ ମନ ପସନ୍ଦର ଲାଇଫ ପାର୍ଟନର ମିଳିଥାଏ । ଏହି ବ୍ୟକ୍ତି ମାନେ ନିଜ ପାର୍ଟନର ଙ୍କୁ ଅଧିକ ଭଲପାନ୍ତି ମାତ୍ର ଏହି ବ୍ୟକ୍ତି ମାନଙ୍କର ଏକ ଖରାପ ଗୁଣ ପାଇଁ ଏମାନଙ୍କ ଜୀବନରେ ଝଡ ଆସେ ସେ ହେଉଛି ଲାଭ ଖ୍ଯାତି ର ହିସାବ ।ପରିବାର ଓ ପାର୍ଟନର ଙ୍କ ପାଖରୁ ଏମାନେ ଲାଭ ଓ କ୍ଷତି ର ହିସାବ ରଖନ୍ତି । କାହା ସହ ସମ୍ପର୍କ ରେ ରହି ତାଙ୍କୁ କେତେ ଲାଭ ଓ କ୍ଷତି ମିଳିଛି । ଏହି ବ୍ୟକ୍ତି ମାନେ ଗୋଟେ ଭଲ ଗୁଣ ହେଉଛି ସେମାନେ ସବୁବେଳେ ନିଜ ଲୋକଙ୍କୁ ଓ ନିଜକୁ ସବୁ କ୍ଷେତ୍ରରେ ଆଗୁଆ ରଖିବା ପାଇଁ ଚାହାନ୍ତି।

କାରିୟର – “V” ନାମ ଥିବା ବ୍ୟକ୍ତି ମାନେ ନିଜକୁ ସମସ୍ତଙ୍କ ଠାରୁ ଆଗରେ ରଖିବାକୁ  ଭଲ ପାନ୍ତି । ଏହି ନାମ ର ବ୍ୟକ୍ତି ମହତ୍ବକାଙ୍ଖି ଓ ଉଚ ଆସା ବାଦି ହୋଇଥାନ୍ତି। ନିଜକୁ କେମିତି ଅଧିକରୁ ଅଧିକ ଭଲ କରିପାରିବେ ସେ ବିଷୟରେ ଅଧିକ ଧ୍ୟାନ ଦିଅନ୍ତି।ଏହି “V” ନାମର ବ୍ୟକ୍ତିଙ୍କୁ ସବୁ କାମ ସମୟ ସୀମା ଭିତରେ କରିବା ପସନ୍ଦ ଓ ସବୁ କାମରେ ପରଫେକସନ ଦରକାର। ଏମାନେ ନିଜକୁ  ନିଜର ଏକ ପ୍ରିନସିପୁଲ ରେ ରଖନ୍ତି। ଏହି ଭଳି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅଧିକ କୃପା ରୁହେ । ଅଧିକ ଧନବାନ ହେବାର ଯୋଗ ଏହି ବ୍ୟକ୍ତି ମାନଙ୍କ ପାଖରେ ଥାଏ।

ଏହି ନାମ ଧାରି ବ୍ୟକ୍ତି ମାନେ ନିଜର ବେପାର କଲେ ଅଧିକ ଲାଭବାନ ହୋଇ ପାରିବେ କାରଣ ଏମାନେ ଅନ୍ୟ କାହାର କଥା ଶୁଣିକି କୌଣସି ଜାଗାରେ କାମ କରି ପାରନ୍ତି ନାହିଁ ତେଣୁ ଏମାନଙ୍କର ନିଜର ପସନ୍ଦର ବେପାର ଥିଲେ ଏମାନେ ଅଧିକ ଉପରକୁ ଉଠି ପାରିବେ । ତେବେବି ସର୍ବତ୍ର ବିଜୟ ପ୍ରାପ୍ତି କରିପାରିବ କ୍ଷମତା ଏମାନଙ୍କ ପଖେ ଥାଏ । ଆପଣଙ୍କୁ ଯଦି  ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଆପଣ ମାନେ ନିଶ୍ଚୟ ଗୋଟେ ଲାଇକ କରନ୍ତୁ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।