କେମିତି ବୁଡିଥିଲା ଟାଇଟେନିକ, ସମୁଦ୍ରରେ ଏମିତି ହୋଇଥିଲା କଣ ?

ବନ୍ଧୁଗଣ, କାହା ପାଇଁ ପ୍ରାଣ ହରାଇଥିଲେ ୧୫୦୦ ଯାତ୍ରୀ ? କେଉଁ କାରଣରୁ ଘଟିଲା ଏଭଳି ଦୁର୍ଘଟଣା  ? ବନ୍ଧୁଗଣ ଟାଇଟେନିକ ଜାହାଜ ବୁଡିବା ଘଟଣାକୁ ନେଇ ଏ ପର୍ଯ୍ୟନ୍ତ ମଧ୍ୟ ଚର୍ଚ୍ଚା ଚାଲିଅଛି । କିଭଳି ବୁଡିଲା ଜାହାଜ କଣ ହୋଇଥିଲା, ଇତ୍ୟାଦି ନାନା ପ୍ରକାରର ପ୍ରଶ୍ନ ଏପର୍ଯ୍ୟନ୍ତ ଚାଲିଆସୁଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବିଶ୍ଵର ସବୁଠାରୁ ବଡ ଜାହାଜ କେମିତି ଏବଂ କାହିଁକି ବୁଡିଥିଲା ।

ବନ୍ଧୁଗଣ ୧୯୧୨ ମସିହାରେ ସବୁଠାରୁ ବିଶାଳ ତଥା ବଡ ଜାହାଜ ଥିଲା ଟାଇଟେନିକ । ଏହାର ଉଚ୍ଚତା ଅନେକ ବିଳାଶପୂର୍ଣ୍ଣ କୋଠା ଠାରୁ ଅଧିକ ଉଚ୍ଚ ବୋଲି କୁହାଯାଏ । ଏହି ଜାହାଜ ମଧ୍ୟରେ ୩ ଟି ବିଶାଳକାୟା ଫୁଟବଲ ପଡିଆ ମଧ୍ୟ ରହିଥିଲା । ଏହି ଜାହାଜକୁ ଏଭଳି ଭାବରେ ନିର୍ମାଣ କରଯାଇଥିଲା ଯେ, ଏକା ସହିତ ଏହି ଜାହାଜରେ ୨୦୨୪ ଜଣ ଯାତ୍ରୀ ଯାତ୍ରା କରିପାରିବେ ।

ଏବଂ ଆଣ୍ଟଲାଟୀକା ସମୁଦ୍ରରେ ଟାଇଟେନିକ ଚାଲିଲା ବେଳେ, ଏକ ଛୋଟ ସହରର ଭ୍ରମ ସୃଷ୍ଟି କରିଥାଏ । ବିଶ୍ଵର ସବୁଠାରୁ ଅଧିକ ବେଗରେ ଯାତ୍ରା କରିପାରୁଥିଲା ଟାଇଟେନିକ । ଏହାସହିତ ଏଥିରେ ଲାଗିଥିବା ହର୍ନ ପ୍ରାଏ ୧୫ କି.ମି ପର୍ଯ୍ୟନ୍ତ ଶୁଣାଯାଉଥିଲା । ଜାହାଜ ନିର୍ମାଣ କରିବାର ଦାଇତ୍ଵ ବ୍ରିଟିଶ କମ୍ପାନୀ ନେଇଥିଲା । ସମୁଦାୟ ୩୦୦୦ ରୁ ଅଧିକ ଶ୍ରମିକ ଏହାକୁ ନିର୍ମାଣ କରିଥିଲେ । ଏତେ ବଡ ଜାହାଜ ନିର୍ମାଣ କରୁ କରୁ ୯ ଶ୍ରମିକଙ୍କ ଜୀବନ ଯାଇଥିବା ସହିତ ୪୦ ଜଣ ମଧ୍ୟ ଆହାତ ହୋଇଥିଲେ । ସେହି ସମୟରେ ୪୮ କୋଟି ଟଙ୍କା ବ୍ୟୟ ରେ ଟାଇଟାନିକୁ ନିର୍ମାଣ କରାଯାଇଥିଲା ।

ବନ୍ଧୁଗଣ ଟାଇଟେନିକ ଏତେ ବିଶାଳକାୟ ଜାହାଜ ଥିଲା ଯେ, ଦିନକୁ ପ୍ରାଏ ୮ ଟନ କୋଇଲା ଜାହାଜ ଚାଲିବାକୁ ଦରକାର ହେଉଥିଲା । ପାଗ ଥିବା ବେଳେ ଜାହାଜକୁ ନିର୍ଦ୍ଧାରିତ ସ୍ପୀଡ ଠାରୁ ଅଧିକ ସ୍ପୀଡ ରେ ଯିବା ଲାଗି ଜଣେ ଅଫିସର ନିର୍ଦ୍ଧେଶ ଦେଇଥିଲେ । ବନ୍ଧୁଗଣ ୧୯୧୨ ମସିହା ଏପ୍ରିଲ ୧୪ ରବିବାର ରାତିରେ, ସମୁଦ୍ର ବେସ ଶାନ୍ତ ଥିଲା ଆକାଶରେ କେବଳ ତାରାଗଣ ଦୃଶ୍ୟମାନ ହେଉଥିଲେ ।

ଅନ୍ଧାର ମଧ୍ୟରେ ସମୁଦ୍ର ମଧ୍ୟକୁ ଦେଖିବା ପାଇଁ କ୍ଯାପଟେନ ଙ୍କ ନିମନ୍ତେ ସମ୍ଭବ ମଧ୍ୟ ନଥିଲା । ସବୁଠାରୁ ଗୁରୁତ୍ଵର କଥା ହେଲା ଜାହାଜର କ୍ୟାପଟେନ କୁ ବରଫର ଚଟାଣ ଥିବାର ୬ ଥର ସୂଚନା ମଧ୍ୟ ଦିଆଯାଇଥିଲା । ମାତ୍ର ଏହାକୁ ଗୁରୁତ୍ଵର ସହିତ ନେଇ ନଥିଲେ କ୍ଯାପଟେନ । ଏପରିକି ସୂଚନା ପାଇବା ପରେ ମଧ୍ୟ ଜାହାଜର ବେଗକୁ କମାଯାଇନଥିଲା ।

ରାତି ୧୧ ଟାରେ ଜାହାଜର ଜଣେ ଉଚ୍ଚ ଅଧିକାରୀ ଙ୍କ ଫୋନ ବାଜିଥିଲା ଏବଂ ତାଙ୍କୁ ସୂଚନା ଦିଆଗଲା ଯେ, ଜାହାଜ ସମୁଖରେ ଗୋଟିଏ ବଡ ଚଟାଣ ରହିଅଛି । ଏହି ଖବର ସାଙ୍ଗେ ସାଙ୍ଗେ କ୍ଯାପଟେନ ଙ୍କ ପାଖରେ ପହଞ୍ଚିଥିଲା ମାତ୍ର ହାତରେ ଆଉ ସମୟ ମଧ୍ୟ ନଥିଲା । ଚଟାଣ ସହିତ ଜାହାଜର ଧକ୍କା ହେବାକୁ ଆଉ ୩୫ ସେକେଣ୍ଡ ଥିଲା ।

ଜାହାଜକୁ ବାମ ପାର୍ସ୍ୱୋକୁ ନେବା ସହିତ ଇଞ୍ଜିନ ବନ୍ଧ କରିବାକୁ ନିର୍ଦ୍ଧେଶ ମଧ୍ୟ ଦିଆଯାଇଥିଲା । କିନ୍ତୁ ହଟାତ ପାଣି ମଧ୍ୟରେ ଜାହାଜକୁ ପାଣି ଆରପାତକୁ ନେବା ସମ୍ଭବ ନଥିଲା । ସେହି ସମୟରେ ଜାହାଜର ଗତି ୩୯ କି.ମି ପ୍ରତି ଘଣ୍ଟା ରହିଥିଲା । ଏବଂ ଦେଖୁ ଦେଖୁ ଚଟାଣ ସହିତ ଧକ୍କା ହୋଇଥିଲା ବିଶ୍ଵ ର ସବୁଠାରୁ ବିଳାସପୂର୍ଣ୍ଣ ଜାହାଜ । ବନ୍ଧୁଗଣ ଆପଣଙ୍କୁ ଏରହି ବିବରଣୀ ଟି ଯଦି ଭଲ ଲାଗିଥାଏ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।