ଭାଇରାଲ ହେଉଛି Babushan ଓ Prakruti ଙ୍କ ଅଡିଓ କଲ୍ ବାର୍ତ୍ତାଳାପ, ଯାହା ସବୁ କଥା ହେଉଛନ୍ତି ନା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

ଥମିବାର ନାଁ ନେଉନାହିଁ ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚା । ପ୍ରତିଦିନ ଉଭୟଙ୍କୁ ନେଇ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବାବୁଶାନଙ୍କ ପତ୍ନୀ ତୃପ୍ତି ବାବୁଶାନ ଓ ପ୍ରକୃତିଙ୍କ ସମ୍ପର୍କକୁ ଲୋକଲୋଚନକୁ ଆଣିବା ପରେ ଏନେଇ ଅନେକ ତର୍କବିତର୍କ, ଆଲୋଚନା ଏବଂ ସମାଲୋଚନା ଲାଗି ରହିଛି । ବାବୁଶାନଙ୍କ ନିଜ ପିତାମାତା ମଧ୍ୟ ବାବୁଶାନଙ୍କ ଭୁଲ ଥିବା ସ୍ଵୀକାର କରିଥିଲେ । ଘଟଣାଦିନ ଉଭୟ ବାବୁଶାନ ଓ ପ୍ରକୃତି ଚେନ୍ନାଇ ଚାଲି ଯାଇଥିଲେ ।

ଏପଟେ ଉଭୟଙ୍କ ପରିବାର ଉଭୟ ପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ପୋଲିସ ନୋଟିସ ଜାରି କରିବା ପରେ ପ୍ରକୃତି ତାଙ୍କ ପରିବାର ସହ ଓଡିଶା ଫେରିଥିଲେ । ବାବୁଶାନ ଓଡିଶା ଫେରିବା ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ପରେ ବାବୁଶାନ ମଧ୍ୟ ଓଡିଶା ଫେରିଥିଲେ । ବାବୁଶାନ ଏଯାଏଁ କିନ୍ତୁ ପ୍ରକୃତିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ତୃପ୍ତି ଯେଉଁ ଆରୋପ ଲଗାଇଛନ୍ତି ସେନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ବାବୁଶାନ ଓଡିଶା ଫେରିବା ପରେ କହିଥିଲେ କି ଦୁଇଦିନ ବିଶ୍ରାମ କରିବା ପରେ ସେ ଗଣମାଧ୍ୟମରେ ନିଜ ପକ୍ଷ ରଖିବେ । କିନ୍ତୁ ଗତକାଲି ସେ ପୁଣି ଥରେ କହିଛନ୍ତି କି, ଥାନାରେ ତାଙ୍କର ପଚରାଉଚରା ଶେଷ ହେବା ପରେ ନିଜେ ଗଣମାଧ୍ୟମ ସାମ୍ନାକୁ ଆସିବେ ଓ ନିଜ ପ୍ରତିକ୍ରିୟା ଦେବେ । ପୂର୍ବରୁ ବାବୁଶାନ ଓ ପ୍ରକୃତି ଉଭୟ ପରସ୍ପରକୁ ଭଲ ବନ୍ଧୁ ବୋଲି କହିଥିଲେ । ହେଲେ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।

ସେହି ଅଡିଓରେ ଜଣେ ପୁଅ ଏବଂ ଝିଅ କଥା ହେଉଥିବାର ଶୁଣିବାକୁ ମିଳୁଛି ଏବଂ ସେମାନଙ୍କ ସ୍ଵରରୁ ଜଣାପଡୁଛି କି ସେମାନେ ବାବୁଶାନ ଏବଂ ପ୍ରକୃତି ବୋଲି । ପ୍ରକୃତିଙ୍କୁ କିଛି ଶାରୀରିକ କଷ୍ଟ ହେଉଥିବା ସେ କାନ୍ଦି କାନ୍ଦି ବାବୁଶାନଙ୍କ ଆଗରେ କହୁଛନ୍ତି ଓ ଶେଷରେ କହୁଛନ୍ତି ଛାଡ ତୁ କିଛି ବୁଝି ପାରିବୁନି । ଏପଟେ ବାବୁଶାନ ମଧ୍ୟ ଉତ୍ତର ଦେଉଛନ୍ତି, ମୁଁ ସବୁ ବୁଝି ପାରୁଛି ତୁ ରେଷ୍ଟ କର ଠିକ ହେଇଯିବୁ । ତୋର ମିଟିଂ ଅଛି ତୁ ରେଷ୍ଟ ।

ପ୍ରକୃତିଙ୍କ କାନ୍ଦିବାକୁ ନେଇ ମଧ୍ୟ ବାବୁଶାନ ତାଙ୍କୁ ଆକଟ କରୁଛନ୍ତି ଠିକ ଯେମିତି ଜଣେ ପ୍ରେମିକ ତା’ ପ୍ରେମିକାକୁ ଆକଟ କରି ବୁଝାଏ । ଏପରିକି ମିଟିଂରେ ପ୍ରକୃତି ଯେଉଁ ରଙ୍ଗର ଶାଢୀ ପିନ୍ଧିବେ ତାହା ପଚାରିବା ସହ ଫଟୋ ପଠାଇବା ପାଇଁ କହୁଛନ୍ତି ବାବୁଶାନ । ଶେଷରେ ଦୁହେଁ ଦୁହିଁଙ୍କୁ ଆଇ ଲଭ ୟୁ କହି ଫୋନ ରଖି ଦେଉଛନ୍ତି । ଏହି ଅଡିଓଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।