ଚାକିରିଆଙ୍କ ପାଇଁ ଖୁସି ଖବର, ଅଗଷ୍ଟ 1 ରୁ ବଢିବ ଦରମା, ଜାଣନ୍ତୁ ଏହା କେଉଁ କର୍ମଚାରୀଙ୍କ ଉପରେ କିପରି ଲାଗୁ ହେବ

ସରକାରୀ ଚାକିରିଆଙ୍କୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ଖୁସି ଖବର । କେନ୍ଦ୍ର ସରକାର ଅଗଷ୍ଟ ମାସରେ ଲକ୍ଷାଧିକ କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଲାଗି ସରକାର ଯୋଜନା କରୁଥିବା ନେଇ ସୂଚନା ମିଳିଛି । ବକେୟା ଡ଼ିଏ ମିଳିବା ସହ ପିଏଫ ଆକାଉଣ୍ଟରୁ ମିଳୁଥିବା ସୁଧା ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠା ଯାଇପାରେ । ତେବେ ଏନେଇ ସରକାରଙ୍କ ପକ୍ଷରୁ ଅଫିସିଆଲି କୌଣସି ଘୋଷଣା କରା ଯାଇନାହିଁ ।

ସରକାରୀ କର୍ମଚାରୀଙ୍କ ଜାନୁୟାରୀ ୨୦୨୨ ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ମୋଟ ୧୮ ମାସର ଡିଏ ବକେୟା ରହିଛି । ତେଣୁ ଏହି ବାବଦକୁ ସରକାରୀ କର୍ମଚାରୀ ମାନଙ୍କୁ ପ୍ରାୟ ଏକ ଲକ୍ଷରୁ ଦେଢ ଲକ୍ଷ ଡ଼ିଏ ବକେୟା ମିଳିପାରେ । କାରଣ ଏହା ପ୍ରଦାନ କରାଯାଉ ବୋଲି କର୍ମଚାରୀମାନେ ଲଗାତାର ଦାବି କରି ଆସୁଛନ୍ତି । ମହଙ୍ଗା ମାଡକୁ ନଜରରେ ରଖି ସରକାରୀ କର୍ମଚାରୀଅଙ୍କ ଡ଼ିଏ ଅତିକମରେ ୪-୫% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ତିନି% ଡ଼ିଏ ବୃଦ୍ଧି ହୋଇଥିଲା ।

ଆଉ ଏବେ ପୁଣି ୫% ଡ଼ିଏ ବୃଦ୍ଧି ହୋଇପାରେ ବୋଲି ଶୁଣିବାକୁ ମିଳୁଛି । ଯଦି ଏପରି ହୁଏ ତେବେ ସରକାରୀ କର୍ମଚାରୀଙ୍କ ଡ଼ିଏ ୩୪%ରୁ ବୃଦ୍ଧି ୩୯% ହୋଇଯିବ । ଏଆଇସିପିଆଇ ଇଣ୍ଡେକ୍ସ ଆଧାରରେ ଡ଼ିଏ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଥାଏ । ଇଣ୍ଡେକ୍ସ ସଂଖ୍ୟା ଦର୍ଶାଉଛି ଏଥର ଡ଼ିଏ ୪-୫% ବୃଦ୍ଧି ହୋଇପାରେ । ଯଦି ୪% ଡ଼ିଏ ବୃଦ୍ଧି ହୁଏ ତେବେ ଏହାଦ୍ବାରା ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ ବୋଲି ଜଣାପଡିଛି ।

କହିରଖୁଛୁ ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଜୁନ ୨୦୧୭ରୁ ସପ୍ତମ ବେତନ ଆୟର ଲାଭ ମିଳୁଛି । ଆଉ ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡ଼ିଏ ୩୯%କୁ ବୃଦ୍ଧି ହେଲେ ଦରମା ମଧ୍ୟ ବଢିଯିବ । କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇସିଏଫଓ ରେ ଜମା ରାଶି ଉପରେ ମିଳୁଥିବା ସୁଧହାର ଉପରେ ମୋହର ଲାଗିସାରିଛି । ଗତ ଆର୍ଥିକ ବର୍ଷରେ ପିଏଫ ଉପରେ ୮.୦୫ ପ୍ରତିଶତ ସୁଧ ମିଳିଥିଲା ।

ଆସନ୍ତା ମାସରେ ସରକାରୀ କର୍ମଚାରୀଙ୍କ ଖାତାକୁ ପିଏଫ ଉପରେ ମିଳୁଥିବା ସୁଧ ଟଙ୍କା ସରକାର ପଠାଇ ପାରନ୍ତି ବୋଲି ଆଶା କରାଯାଉଛି । ତେବେ କେବେ ଦରମା ବଢିବ ତାହାକୁ ନେଇ ରହିଛି ଅପେକ୍ଷା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।