କୁମ୍ଭ ରାଶି (Aquarius) August 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଆମ ଜୀବନରେ ବହୁତ ପ୍ରକାରର ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମାଡି ଆସିଥାଏ । ସେହି ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି ଆଜି ଆମେ ଜାଣିବା କୁମ୍ଭ ରାଶି ଜାତକଙ୍କ ପାଇଁ ଆସନ୍ତା ଅଗଷ୍ଟ ମାସଟି କିପରି ଫଳ ପ୍ରଦାନ ଓ ଗ୍ରହ ମାନଙ୍କର ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ କଣ ପ୍ରତିକାର କରିବେ ।

କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅଗଷ୍ଟ ମାସଟି ସବୁ ଦୃଷ୍ଟିରୁ ଉତ୍ତମ ଓ ଅନୁକୂଳ ରହିବାକୁ ଯାଉଛି । ଯଦ୍ୟପି ଆପଣ କ୍ଯାରିୟର ଓ ସ୍ୱାସ୍ଥ୍ୟକୁ ନେଇ କିଛି ମାତ୍ରାରେ ଚିନ୍ତିତ ରହିପାରନ୍ତି, କିନ୍ତୁ ଏହା ବ୍ଯତୀତ ଅନ୍ୟ ସବୁ କ୍ଷେତ୍ରରେ ଆପଣ ଭଲ ଫଳାଫଳ ପାଇବେ । ଏହି ମାସରେ ଆପଣ ଭଲ ସଫଳତା ପାଇବେ । ଏହି ମାସରେ ଆପଣ ପ୍ରେମ ଜୀବନରେ ସାଥିଙ୍କର ସଂପୂର୍ଣ୍ଣ ସମର୍ଥନ ପାଇବେ । ପରିବାରରେ ମଧ୍ୟ ଆପଣ ଘରର ବୟସ୍କ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ଯେଉଁଥି ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।

ଅନ୍ୟପଟେ କ୍ଯାରିୟର କ୍ଷେତ୍ରରେ କିଛିଟା ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ । ସେହି ସମୟରେ ମାନସିକ ଶାନ୍ତି ପାଇଁ ଆପଣଙ୍କୁ କିଛି ସଂଘର୍ଷ କରିବାକୁ ପଡିପାରେ । ତେଣୁ ଆପଣ ନିଜ କାର୍ଯ୍ୟରେ ମନ ଦିଅନ୍ତୁ ଓ ଅଯଥା ଯୁକ୍ତିତର୍କରେ ପଡନ୍ତୁ ନାହିଁ । ଏଭଳି ପରିସ୍ଥିତିରେ ଆପଣ ଧୈର୍ଯ୍ୟ ନ ହରାଇ ସାହସର ସହ କଠିନ ପରିଶ୍ରମ କରନ୍ତୁ, ନିଶ୍ଚିତ ଆଶାତୀତ ଫଳ ପାଇପାରିବେ ।

ଏହି ମାସରେ ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଆପଣଙ୍କ ପାଇଁ ଉତ୍ତମ ହେବ । ବରଂ ପୁରୁଣା କାର୍ଯ୍ୟ ଉପରେ ଧ୍ୟାନ ଦେବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ମାସର ଶେଷ ସୁଦ୍ଧା କ୍ଯାରିୟର କ୍ଷେତ୍ରରେ ଉପୁଜିଥିବା ଅସୁବିଧାରୁ ଆପଣ ମୁକ୍ତି ପାଇପାରିବେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ଅଗଷ୍ଟ ମାସଟି କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ ଅନୁକୂଳ ରହିବ । ଏହି ମାସରେ ଆପଣଙ୍କୁ ଅନେକ ଆର୍ଥିକ ଲାଭ ପ୍ରାପ୍ତି ହେବ ଓ ଆପଣ ଅର୍ଥ ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହେବେ ।

ଭାଗୀଦାରୀ ବ୍ୟବସାୟରେ ପାର୍ଟନରଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ ଓ ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ଏହି ସମୟରେ ଆପଣ ବ୍ୟବସାୟ ବୃଦ୍ଧି ପାଇଁ ନୂତନ ଯୋଜନାମାନ ଆପଣେଇ ପାରନ୍ତି । ଏହି ମାସରେ ଆପଣଙ୍କ ଘରର ପରିବେଶ ସୁଖଦ ରହିବ ଓ ପରିବାରର ସଦସ୍ୟଙ୍କ ମନରେ ପ୍ରେମଭାବ ବୃଦ୍ଧି ପାଇବ ।

ଏହି ମାସରେ ଆପଣଙ୍କ ମାନସିକ ଶାନ୍ତି ପାଇଁ ଆପଣଙ୍କ କ୍ରୋଧ ଓ ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ ଓ କୌଣସି ସ୍ଥାନରେ ମଧ୍ୟ କୌଣସି ପ୍ରକାରର ବିବାଦରେ ଜଡିତ ନହେବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଅଶ୍ଵତଥ ଗଛତଳେ ଏକ ସୋରିଷ ତେଲର ଦୀପ ଜଳାନ୍ତୁ ।

ଏହାସହ ଶନିଦେବଙ୍କ ପୂଜାର୍ଚ୍ଚନା ନିଶ୍ଚିତ ଭାବେ କରନ୍ତୁ ଓ କୌଣସି ମନ୍ତ୍ର ଜପ କରନ୍ତୁ । ଦେଖିବେ ଯାହା ଅଶୁଭ ରହିଛି ତାହା ନିଶ୍ଚିତ ଭାବେ ଖଣ୍ଡନ ହେବ ଓ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।