ଭାଇରାଲ ହେଲା Kohli ଙ୍କ ହୋଟେଲ ରୁମ୍ ଭିଡିଓ, କିଏ ଭାଙ୍ଗିଲା Virat ଙ୍କ ପ୍ରାଇଭେସି ? ରାଗିଯାଇ ସୋସିଆଲ ମିଡିଆରେ କିଛି ଏମିତି ଲେଖିଲେ King Kohli

ଟି-୨୦ ବିଶ୍ଵକପ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତର ଦମଦାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବିରକ୍ତି ପ୍ରକାଶ କରିଛନ୍ତି । ତାଙ୍କର ବିନା ଅନୁମତିରେ ସେ ରହୁଥିବା ହୋଟେଲ ରୁମ୍ ର ଭିଡିଓ ହେବାପରେ କୋହଲି କ୍ଷୁବ୍ଧ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିବା ସହ ଏକ ଲମ୍ବା କ୍ୟାପ୍ସନ ମାଧ୍ୟମରେ କୋହଲି ବିରକ୍ତି ପ୍ରକାଶ କରିଛନ୍ତି । କୋହଲି ଲେଖିଛନ୍ତି କି, “ମୁଁ ଜାଣିଛି ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ଓ ତାଙ୍କୁ ଭେଟିବାକୁ ଲୋକଙ୍କ ମନରେ ଖୁବ୍ ଉତ୍ସାହ ରହିଥାଏ ।

ଆଉ ଏହାକୁ ମୁଁ ଗ୍ରହଣ ମଧ୍ୟ କରେ । କିନ୍ତୁ ଏହି ଭିଡିଓ ଭୟଭୀତ କରିବା ଭଳି । ଏହା ମୋ ପ୍ରାଇଭେସିକୁ ନେଇ ଅନେକ ପ୍ରଶ୍ନ ଛିଡା କରୁଛି । ଯଦି ମୁଁ  ମୋ ନିଜ ହୋଟେଲ ରୁମ୍ ରେ ପ୍ରାଇଭେସି ପାଇବିନି ତେବେ କେଉଁଠି ଯାଇ ରହିବି ? ଏଭଳି କାର୍ଯ୍ୟ ଆଦୌ ଠିକ ନୁହେଁ, ଦୟାକରି ଅନ୍ୟର ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ । ଏହାକୁ ମନୋରଞ୍ଜନର ବିଷୟ ଭାବନ୍ତୁ ନାହିଁ ।”

ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ଯାଚ ଖେଳିବା ପାଇଁ କୋହଲି ପର୍ଥରେ ଥିବାବେଳେ ହୋଟେଲ ଷ୍ଟାଫଙ୍କ ଦ୍ଵାରା ହିଁ ତାଙ୍କ ରୁମ୍ ର ଭିଡିଓ ଭାଇରାଲ କରାଯାଇଛି । ଭାଇରାଲ ହେଉଥିବା କୋହଲିଙ୍କ ରୁମ୍ ର ଭିଡିଓରେ ଦେଖିବାକୁ ମିଳୁଛି କି, ଡେସ୍କରେ ଏକ ସଫା କପଡା ଉପରେ ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ରଖାଯାଇଛି । ସେହିପରି ରୁମ୍ ରେ କୋହଲିଙ୍କ ଜର୍ସି, ଭଳିକି ଭଳି ଜୋତା, ଘଣ୍ଟା, ଟୋପି ଓ ଚଷମା ବେଶ ଭଲଭାବେ ସଜାଇ ରଖାଯାଇଛି ।

ସେହିଭଳି ଟେବୁଲ ଉପରେ କୋହଲି ବ୍ୟବହାର କରୁଥିବା କିଛି ପ୍ରସାଧନ ସାମଗ୍ରୀ ଥିବା ଦେଖାଯାଉଛି । ସବୁକିଛି ବେଶ ଭଲଭାବେ ସଜାଇ ରଖାଯିବା ସହ ରୁମ୍ ବହୁତ ପରିଷ୍କାର ପରିଚ୍ଛନ୍ନ ରହିଛି । ତେବେ ଏହି କୋହଲିଙ୍କ ରୁମ୍ ଭିଡିଓ ସାମ୍ନାକୁ ଆସିବା ପରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏକ ପୋଷ୍ଟ ମାଧ୍ୟମରେ କ୍ଷୁବ୍ଧତା ପ୍ରକାଶ କରିଛନ୍ତି ।

ଏହାସହ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ବାର୍ଣ୍ଣର, ବଲିଉଡ ବରୁଣ ଧାବନ, ପରିନୀତି ଚୋପ୍ରାଙ୍କ ସମେତ ଅନେକ ବଡ ବଡ ଷ୍ଟାର ମଧ୍ୟ ନାରାଜ ବ୍ୟକ୍ତ କରିଛନ୍ତି । ଏପରି କରିବା ଏକଦମ ଭୁଲ ଅଟେ ବୋଲି ସମସ୍ତେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।