ଜେଲ୍ ଭିତରେ ଦେଖା ହୋଇ ଏମିତି କଥା ହେଲେ ଲେଡି ବ୍ଲାକମେଲର୍ Archana ଓ Jagabandhu, ବିରୋଧୀଙ୍କ ଆନ୍ଦୋଳନକୁ ନେଇ ଏମିତି କଥା ହେଲେ

ଜେଲ୍ ଭିତରେ ଦ୍ଵିତୀୟ ଥର ପାଇଁ ଦେଖା ହେବାସହ କଥା ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ତଥା ମାଷ୍ଟରମାଇଣ୍ଡ ଜଗବନ୍ଧୁ ଚାନ୍ଦ । ଗତ ରବିବାର ଦିନ କଥାବାର୍ତ୍ତା ହେବା ପାଇଁ ଉଭୟଙ୍କୁ ମାତ୍ର ୧୫ ମିନିଟର ସମୟ ମିଳିଥିଲା । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଅର୍ଚ୍ଚନାଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ ସ୍ଵାମୀ ଜଗବନ୍ଧୁ । କେମିତି ଅଛ ଓ ଠିକରେ ଖିଅପିଆ କରୁଛ କି ନାହିଁ ଆଦି ଜଗବନ୍ଧୁ ସ୍ତ୍ରୀ ଅର୍ଚ୍ଚନାକୁ ପଚାରିଥିଲେ । ଆଉ ସ୍ଵାମୀଙ୍କୁ ଦେଖି କୁଆଡେ ଭୋ ଭୋ ହୋଇ କାନ୍ଦିଥିଲେ ଅର୍ଚ୍ଚନା ।

ତେବେ ପୂର୍ବରୁ ମଧ୍ୟ ଆଉ ଥରେ କଥାବାର୍ତ୍ତା ହେବାକୁ ଜେଲ୍ କତ୍ତୃପକ୍ଷ ଅନୁମତି ଦେଇଥିଲେ । ଏଥର ମଧ୍ୟ ଜେଲ୍ ମାନୁଆଲ ଅନୁସାରେ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ କଥାବାର୍ତ୍ତା ହେବା ପାଇଁ ୧୫ ମିନିଟର ସମୟ ଦିଆ ଯାଇଥିଲା । ଆଉ ଏହି କଥାବାର୍ତ୍ତା ବେଳେ ଜେଲରୁ କେମିତି ମୁକୁଳିବେ କେମିତି ବେଲ୍ ମିଳିବ ସେନେଇ ମଧ୍ୟ ଅର୍ଚ୍ଚନା କୁଆଡେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ ଓ ସ୍ଵାମୀ ଜଗବନ୍ଧୁଙ୍କୁ ଏନେଇ ପ୍ରଶ୍ନ କରିଥିଲେ ।

ଜଗବନ୍ଧୁ କିଛି କହି ନପାରି ଚୁପ୍ ରହିଥିଲେ । ଅର୍ଚ୍ଚନା ଅଧିକ କରି ପଚାରିବାରୁ ଧୈର୍ଯ୍ୟ ଧରିବା ପାଇଁ ବୁଝାଇଥିଲେ ଜଗବନ୍ଧୁ । ଅର୍ଚ୍ଚନା କହିଥିଲେ, ଆମର କେତେ ନେତା ମନ୍ତ୍ରୀ ଚିହ୍ନା, ରାତି ପାହିଲେ ଘରେ ଆସି ବସଥିଲେ ଖିଆପିଆ କରୁଥିଲେ । ହେଲେ ଆଜି ଅସୁବିଧାରେ ପଡିଲା ବେଳେ ସମସ୍ତେ ହାତ ଛାଡି ଦେଲେ । ଆମକୁ କଣ କେହି ସାହାଯ୍ୟ କରିବେନି ?

ତୁମେ କିଛି କରୁଛ କି ନାହିଁ ? ଜଗବନ୍ଧୁ କହିଥିଲେ, ମୁଁ କଣ ଚୁପ୍ ବସିଛି ! ମୁଁ ବି ଚେଷ୍ଟା ଚଳେଇଛି ଦେଖାଯାଉ କଣ ହଉଛି । ଅର୍ଚ୍ଚନା ଶୀଘ୍ର ଜେଲରୁ ବାହାରିବାକୁ ଚାହୁଁଥିବା ବେଳେ ଜଗବନ୍ଧୁ ଚେଷ୍ଟା କରୁଛନ୍ତି କହି ସ୍ତ୍ରୀ ଅର୍ଚ୍ଚନାକୁ ବୁଝାଇ ଦେଇଥିଲେ । ଧୀରେ ଧୀରେ ଶୀତ ପଡିଲାଣି । ଜେଲରେ ଭଲ କମ୍ବଳ ବି ମିଳୁନି । ରାଜପ୍ରସାଦ ଭଳି ଘରେ ରହୁଥିବା ଅର୍ଚ୍ଚନା ଏସବୁ ସହି ପାରୁନାହାନ୍ତି ବୋଲି ଜଗବନ୍ଧୁଙ୍କୁ କହିଥିଲେ ।

କିନ୍ତୁ ଜଗବନ୍ଧୁ କହିଥିଲେ ବିରୋଧୀମାନେ ଯେଭଳି ଉତ୍ପାତ କରୁଛନ୍ତି ଏବେ ସହଜରେ ବେଲ୍ ମିଳିବ ବୋଲି ଲାଗୁନି । ହେଲେ ସବୁ ଠିକ ହୋଇଯିବ ବୋଲି କହି ଅର୍ଚ୍ଚନାଙ୍କୁ ବୁଝାଇଥିଲେ ଜଗବନ୍ଧୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।