ସାମ୍ନାକୁ ଆସିଲା ଗୁଜୁରାଟ ଝୁଲାପୋଲ ଛିଡିବାର ଛାତିଥରା ଫୁଟେଜ୍, ଲୋକମାନେ ମସ୍ତି କରୁଥିବା ବେଳେ କେଇ ସେକେଣ୍ଡରେ ସବୁକିଛି ଶେଷ ହୋଇଗଲା, ଦେଖନ୍ତୁ video

ସାମ୍ନାକୁ ଆସିଲା ଗୁଜୁରାଟ ମୋରବି ଝୁଲାପୋଲ ଦୁର୍ଘଟଣାର ସିସିଟିଭି ଫୁଟେଜ । ୩୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଏହି ପୋଲ ଛିଣ୍ଡିବାର ଠିକ କିଛି ସେକେଣ୍ଡ ପୂର୍ବରୁ ଲୋକମାନେ ପୋଲ ଉପରେ ସେଲଫି ନେଉଥିଲେ ଏବଂ ମଉଜମସ୍ତି କରୁଥିଲେ । ଏତିକି ବେଳେ ବ୍ରିଜ ହଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଉ ଦେଖୁ ଦେଖୁ ଘଟିଗଲା ଏତେ ବଡ ଅଘଟଣ ଯେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି । ବ୍ରିଜଟି ଭୁଷୁଡିବା ପରେ ଲୋକମାନେ ଜଣେ ଅନ୍ୟଜଣଙ୍କ ଉପରେ ପଡୁଥିବାର ଭିଡିଓରେ ଦେଖାଯାଉଛି ।

ଆଉ କିଛି ଲୋକ ବ୍ରିଜ ଉପରେ ମଧ୍ୟ ଝୁଲି ରହୁଛନ୍ତି ଏବଂ କିଛି ଲୋକ ପାଣିରେ ପଡିବା ପରେ ପହଁରିକି କୂଳକୁ ଯିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଯାଏଁ ମୃତ୍ୟୁ ସଂଖ୍ୟା ୧୪୧ରୁ ଉର୍ଦ୍ଧ୍ଵ ହୋଇଥିବା ବେଳେ ଅନେକ ଛୋଟପିଲାଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ସମୟରେ ବ୍ରିଜରେ ମହିଳା, ଶିଶୁ ଓ ବୃଦ୍ଧଙ୍କ ସମେତ ପ୍ରାୟ ୫୦୦ରୁ ଅଧିକ ଲୋକ ଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଆଶଙ୍କା କରାଯାଉଛି ।

ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ତିନି ସେନାର ଶତାଧିକ ଯବାନଙ୍କ ସହ ବାୟୁସେନାର ଗରୁଡ କମାଣ୍ଡୋଙ୍କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । NDRF ଓ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ରାତିସାରା ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।

ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଚାରିଲକ୍ଷ ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ବ୍ରିଟିଶ ଅମଳରେ ତିଆରି ହୋଇଥିବା ଏହି ଐତିହ୍ୟ ବ୍ରିଜ କିଛିଦିନ ପୂର୍ବରୁ ମରାମତି ହେବାପରେ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା । ଏଥିପାଇଁ ଗତ ସାତ ମାସ ଧରି ବ୍ରିଜକୁ ବନ୍ଦ ରଖାଯାଇଥିଲା ।

ହେଲେ ଦୁର୍ଘଟଣା ଘଟିବା ପରେ ନଦୀରେ ଚାରିଆଡେ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଘଟଣାରେ ଏବେ ଯାଏଁ ପ୍ରାୟ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ତେବେ ବ୍ରିଜ ଭୁଷୁଡିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଦେଖିବା ଲୋକ ମଧ୍ୟ ଭୟଭୀତ ହୋଇ ପଡ଼ୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।