ଯାତ୍ରା ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିବାକୁ ଯାଇ ବିବାଦରେ ଛନ୍ଦି ହୋଇଗଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ । ମଞ୍ଚରେ ନାଚୁଥିବା ବେଳେ ଜଣେ ମହିଳା ତାଙ୍କ ଉପରକୁ ଚପଲ ଫୋପାଡିବା ସହ ରାନୀ ଅଶ୍ଳୀଳ ନୃତ୍ୟ କରୁଥିବା ନେଇ ଅଭିଯୋଗ କରିଥିଲେ । ଉକ୍ତ ମହିଳାଙ୍କ ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ପ୍ରକୃତ ଘଟଣା କଣ ଥିଲା ତାହା ନିଜେ ବୟାନ କରିଛନ୍ତି ଅଭିନେତ୍ରୀ ରାନୀ । ରାନୀଙ୍କ କହିବା ମୁତାବକ ଭଦ୍ରକ ଚରମ୍ପାରେ ଆୟୋଜିତ ଯାତ୍ରା ମଞ୍ଚରେ ତାଙ୍କୁ ଡ୍ୟାନ୍ସ କରିବାକୁ କୁହା ଯାଇଥିଲା ।
ଏଥିପାଇଁ ତାଙ୍କୁ ୧୫-୨୦ ମିନିଟ ସମୟ ଦିଆଯାଇଥିଲା । ସେ ଷ୍ଟେଜରେ ଡ୍ୟାନ୍ସ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବେଳେ ଆଗଧାଡିରେ ବସିଥିବା ଜଣେ ମହିଳା ତାଙ୍କ ଉପରକୁ ଚପଲ ଫୋପାଡିବା ସହ ଏକ ପଥର ଖଣ୍ଡ ମଧ୍ୟ ଫୋପାଡିଥିଲେ । ରାନୀ କିନ୍ତୁ ତାଙ୍କ କଳାରେ ଏତେ ମସଗୁଲ ଥିଲେ ଯେ ତାହା ଜାଣି ପାରି ନଥିଲେ । ପରେ ମହିଳାଜଣକ ମଞ୍ଚକୁ ଚଢି ହଙ୍ଗାମା କରିବା ପରେ ଯାଇ ରାନୀ ଏକଥା ଜାଣିବାକୁ ପାଇଲେ ।
ରାନୀଙ୍କ କହିବା କଥା ହେଉଛି, ମହିଳାଜଣଙ୍କୁ ଯଦି ଡ୍ୟାନ୍ସ ପ୍ରକୃତରେ ଭଲ ଲାଗି ନଥିଲା ତେବେ ସେ ଯାଇ ଯାତ୍ରା କତ୍ତୃପକ୍ଷଙ୍କୁ ଏକଥା କହି ପାରିଥାନ୍ତେ । ଯାତ୍ରାରେ ୫ ହଜାର ଦର୍ଶକ ଉପସ୍ଥିତ ଥିଲେ କିନ୍ତୁ ତାଙ୍କ ଉପରକୁ ମାତ୍ର ଗୋଟିଏ ଚପଲ ଉଠିଥିଲା । ଯଦି ସେ ଅଶ୍ଳୀଳ ଡ୍ୟାନ୍ସ କରୁଥିଲେ ତେବେ ତାଙ୍କ ଉପରକୁ ଅତିକମରେ ଶହେଟା ଚପଲ ଉଠିଥାନ୍ତା ।
କାରଣ ସେଠାରେ ଆହୁରି ଅନେକ ମହିଳା ଦର୍ଶକ ମଧ୍ୟ ଥିଲେ । କିନ୍ତୁ ସେହି ମହିଳାଜଣକ କୌଣସି ଉଦ୍ଦେଶ୍ୟ ରଖି ଆଗଧାଡିରେ ବସିବା ସହ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ କରିଛନ୍ତି ରାନୀ । ଏହାସହ ଗଣମାଧ୍ୟମରେ ସେ ଉଲଗ୍ନ ଡ୍ୟାନ୍ସ କଲେ ବୋଲି ଯେଉଁ ଖବର ପ୍ରସାରିତ ହେଉଛି ଏହାକୁ ନେଇ ପ୍ରଶ୍ନ କରିଛନ୍ତି ରାନୀ । ଯାତ୍ରାର ଅନ୍ଯତମ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଆକ୍ଷେପର ମଧ୍ୟ କଡା ଜବାବ ଦେଇଛନ୍ତି ରାନୀ ପ୍ରିୟଦର୍ଶିନୀ ।
ସେ କହିଛନ୍ତି, ମୁଁ କଣ ଗୋଟେ ପରେ ଗୋଟେ ଡ୍ରେସ ଖୋଲୁଥିଲି ? ଯେଉଁ ଅଭିନେତ୍ରୀ ତାଙ୍କୁ ଏଭଳି କହୁଛନ୍ତି ସେ ପରା ନିଜେ ସବୁ ଡ୍ରେସ ଖୋଲିକି ଦେଖାନ୍ତି । ଡ୍ୟାନ୍ସ କରି କରି କାହାର କାନ କାମୁଡି ଦିଅନ୍ତି ତ ଆଉ କାହାକୁ ଟାଣି ଆଣନ୍ତି । ମୁଁ ତ ସେଭଳି କିଛି କରୁନଥିଲି ।
ଆଇଟମ ଗୀତରେ ଆଇଟମ ଯେମିତି କରନ୍ତି ସେମିତି କରୁଥିଲି ଓ ଯାହାବି କରୁଥିଲି ସୀମା ଓ ଶାଳୀନତା ଭିତରେ ରହି କରୁଥିଲି । ରାଣୀ ପଣ୍ଡାଙ୍କ ନାଁ ନନେଇ ପ୍ରତ୍ଯକ୍ଷ ଭାବେ ସେ ତାଙ୍କୁ ଖୁବ ସମାଲୋଚନା କରିଛନ୍ତି ଓ ଶୀଘ୍ର ନ ସୁଧୁରିଲେ ବହୁତ ଶୀଘ୍ର ମାଟିରେ ମିଶିଯିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
ଏହାସହ ରାନୀ ପ୍ରିୟଦର୍ଶିନୀ କହିଛନ୍ତି କି, ସେ ବର୍ତ୍ତମାନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ତେଣୁ ଚୁପ୍ ଅଛନ୍ତି । କିନ୍ତୁ ତାଙ୍କ ଫୁରସତ ମିଳିଲେ ସେ ନିଶ୍ଚିତ ଭାବେ ତାଙ୍କ ଅସମ୍ମାନିତ କରିଥିବା ମହିଳାଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।