Vijay Deverakonda ଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ Rashmika Mandanna, କହିଲେ ଖୁବ ଶୀଘ୍ର ଏହି ହୀରୋଙ୍କୁ କରିବେ ସେ ବିବାହ !

ଫିଲ୍ମ “ପୁଷ୍ପା- ଦି ରାଇଜ” ର ଶ୍ରୀବଲ୍ଲୀ ଅର୍ଥାତ ଅଭିନେତ୍ରୀ ରଶ୍ମିକା ମନ୍ଦନା ଅନେକ ସମୟରୁ ସାଉଥ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ସହ ରିଲେସନଶିପରେ ଥିବା ଖବରକୁ ନେଇ ଚର୍ଚ୍ଚାରେ ରହୁଥିଲେ । “ଗୀତା ଗୋବିନ୍ଦମ” ଓ “ଡିୟର କମରେଡ” ଭଳି ଫିଲ୍ମରେ ଦୁହେଁ ଏକାଠି କାମ କରି ସାରିଛନ୍ତି । ଲୋକେ ଏମାନଙ୍କ ଯୋଡି ଖୁବ ପସନ୍ଦ କରିବା ସହ ଉଭୟଙ୍କୁ ବାହାରେ ଅନେକ ଥର ଏକାଠି ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ଏମାନଙ୍କ ଡେଟିଙ୍ଗ ଖବର ସହ ବର୍ଷ ଶେଷକୁ ଏମାନେ ବିବାହ କରିପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଛି ।

କିନ୍ତୁ ରଶ୍ମିକା ଓ ବିଜୟ ସବୁବେଳେ ପରସ୍ପରକୁ କେବଳ ଭଲ ବନ୍ଧୁ ବୋଲି କହି ଆସିଛନ୍ତି । ନିକଟରେ ଏକ ଶୋ’ରେ ନିଜ ଡେଟିଙ୍ଗ ଏବଂ ବିବାହକୁ ନେଇ ନୀରବତା ଭଙ୍ଗ କରିଛନ୍ତି ରଶ୍ମିକା । ରଶ୍ମିକା ଏହି ସାକ୍ଷାତକାରରେ କହିଛନ୍ତି କି ସେ ଏବେ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ଓ ବିବାହ କଥା ତ ଏବେ ଭାବି ବି ନାହାନ୍ତି । ବିବାହ କରିବା ପାଇଁ ବର୍ତ୍ତମାନ ସେ ବହୁତ ଛୋଟ ଅଛନ୍ତି ।

ବିବାହ ବିଷୟରେ ସେ ବେଶୀ ଜାଣି ନାହାନ୍ତି କିନ୍ତୁ ଏତିକି କହିପାରିବେ ବିବାହ ପରେ ଆପଣଙ୍କ ଜୀବନରେ କେହି ଜଣେ ଥାଆନ୍ତି ଯିଏକି ଆପଣଙ୍କ ଜୀବନକୁ ସରଳ ବନେଇ ଦେଇଥାନ୍ତି ବୋଲି ସେ କହିଛନ୍ତି । ଯେତେବେଳେ ପ୍ରେମରେ ଥିବା ଦୁଇବ୍ୟକ୍ତି ପରସ୍ପରକୁ ପ୍ରେମ କରିବା ସହ ସମୟ ଓ ସମ୍ମାନ ଦିଅନ୍ତି ଏବଂ ସୁରକ୍ଷିତ ଅନୁଭବ କରନ୍ତି, ତାହା ହିଁ ତାଙ୍କ ମତରେ ପ୍ରେମ ବୋଲି କହିଥିଲେ ରଶ୍ମିକା ।

ପ୍ରେମକୁ ବୟାନ କରିବା ମୁସ୍କିଲ ଅଟେ କାରଣ ଏହା କେବଳ ଭାବନାରେ ହିଁ ଚାଲିଥାଏ । ଏହାସହ ରଶ୍ମିକା କହିଥିଲେ ପ୍ରେମ ଉଭୟ ପକ୍ଷରୁ ସମାନ ରହିଲେ ଯାଇ ଅଧିକ ଦିନ ଚାଲିପାରେ । ତେବେ ରଶ୍ମିକା କହିଥିଲେ କି ସେ ତାମିଲ ପରମ୍ପରା ଓ ରୀତିନୀତି ଦ୍ଵାରା ଖୁବ ପ୍ରଭାବିତ ଅଟନ୍ତି । ବିଶେଷ କରି ତାମିଲ ଖାଦ୍ଯ ତାଙ୍କର ବହୁତ ପସନ୍ଦ । ତେଣୁ ସେ କୌଣସି ତାମିଲିଆନ ପୁଅଙ୍କୁ ବିବାହ କରିବାକୁ ଚାହିଁବେ ।

ତେବେ ୱାର୍କଫଣ୍ଟ କଥା କହିଲେ ବର୍ତ୍ତମାନ ବିଜୟ ଦେବରାକୋଣ୍ଡା ଫିଲ୍ମ “ଲାଇଗର” ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି, ଯାହାର ନିର୍ଦ୍ଦେଶନା ପୁରୀ ଜଗନ୍ନାଥ କରୁଛନ୍ତି । ମୁମ୍ବାଇରେ ସୁଟିଙ୍ଗ ହେଉଥିବା ଫିଲ୍ମରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବେ । ସେହିପରି ରଶ୍ମିକା ବର୍ତ୍ତମାନ ବଲିଉଡ ବିଗବି ଅମିତାଭ ବଚ୍ଚନ ଓ ନୀନା ଗୁପ୍ତାଙ୍କ ସହ ଫିଲ୍ମ “ଗୁଡବାୟ” ର ସୁଟିଙ୍ଗ କରୁଛନ୍ତି । ଯାହାକୁ ବିକାଶ ବେହେଲ ନିର୍ଦ୍ଦେଶନା କରୁଛନ୍ତି ।

ନିକଟରେ ରଶ୍ମିକା ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ପୁଷ୍ପାରେ ନଜର ଆସିଥିଲେ ଓ ଫିଲ୍ମଟି ବକ୍ସଅଫିସରେ ସୁପରହିଟ ହୋଇଥିଲା । ରଶ୍ମିକାଙ୍କ ଅଭିନୟ ଏବଂ ତାଙ୍କ ଡାନ୍ସକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ରଶ୍ମିକା ଏବେ ନ୍ୟାସନାଲ କ୍ରଶ ଲିଷ୍ଟରେ ମଧ୍ୟ ପ୍ରଥମ ଅଛନ୍ତି । ତାଙ୍କ ସ୍ମାଇଲର ସମସ୍ତେ ଦିୱାନା । ତେବେ ଆପଣଙ୍କୁ ରଶ୍ମିକା ଓ ବିଜୟ ଦେବରାକୋଣ୍ଡାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।