ନିଜେ ଭିଡିଓ କରି ଓଡିଶାବାସୀଙ୍କୁ ସାହାଯ୍ୟ ମାଗିଲେ ଅଭିନେତା Pintu Nanda, ଏମିତି ରହିଛି ଏବେ ତାଙ୍କ ଅବସ୍ଥା, ଦେଖନ୍ତୁ video

ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କର ଏକ ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଘୁରି ବୁଲୁଛି । ଯେଉଁଥିରେ ପିଣ୍ଟୁ ନନ୍ଦା ନିଜେ ତାଙ୍କ ପ୍ରଶଂସକ ମାନଙ୍କୁ କିଛି କହୁଥିବା ଦେଖିବାକୁ ମିଳିଛି । ତେବେ ଆପଣ ତ ଜାଣିଥିବେ କି, ପିଣ୍ଟୁ ନନ୍ଦ ବର୍ତ୍ତମାନ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି । ତାଙ୍କର ଲିଭର ସଂପୂର୍ଣ୍ଣ ଖରାପ ହୋଇ ଯାଇଥିବା ବେଳେ ଶୀଘ୍ର ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ଭୁବନେଶ୍ବରରୁ ଯାଇ ଦିଲ୍ଲୀରେ ଚିକିତ୍ସିତ ହେବା ପାଇଁ ମଧ୍ୟ ତାଙ୍କୁ କୁହାଯାଇଛି ।

ହେଲେ ପିଣ୍ଟୁ ନନ୍ଦଙ୍କ ପାଇଁ ଅର୍ଥ ଏକ ବଡ ବାଧକ ସାଜିଛି । ପିଣ୍ଟୁଙ୍କ ପାଖେ ଅର୍ଥର ଅଭାବ ଥିବାବେଳେ ତାଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ହେଉଛି । ସେଥିପାଇଁ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ସାହାଯ୍ୟର ହାତ ବଢାଇଛନ୍ତି ପିଣ୍ଟୁ ନନ୍ଦ । ସେ ସାହାଯ୍ୟ ମାଗିଥିବା ଏହି ଭିଡିଓରେ ପିଣ୍ଟୁ ଏକ ହ୍ଵିଲ ଚେୟାରରେ ବସିବା ସହ ଖୁବ ଦୁର୍ବଳ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସେ ଭଲଭାବେ କଥା ମଧ୍ୟ କହି ପାରୁନାହାନ୍ତି ଓ ତାଙ୍କ ଆହାତରେ ସାଲାଇନ ପାଇଁ ଛୁଞ୍ଚି ମଧ୍ୟ ଲାଗି ରହିଛି ।

ଓଲିଉଡ ଅଭିନେତା ମିଟୁ ମିଥୁନ ମଧ୍ୟ ତାଙ୍କ ସହ ଏହି ଭିଡିଓରେ ଅଛନ୍ତି । ପିଣ୍ଟୁ ନନ୍ଦଙ୍କୁ ଭିଡିଓ ଜାରି କରି ଲୋକଙ୍କୁ ସାହାଯ୍ୟ ପ୍ରାର୍ଥନା କରିବାରେ ମିଟୁ ମିଥୁନ ସାହାଯ୍ୟ କରୁଥିବାର ଦେଖାଯାଇଛି । ମିଟୁ ମିଥୁନ ନିଜେ ମଧ୍ୟ ଏହି ଭିଡିଓରେ କାନ୍ଦି କାନ୍ଦି ପିଣ୍ଟୁ ନନ୍ଦଙ୍କ ପାଇ ସାହାଯ୍ୟ ମାଗିଛନ୍ତି ।

ଏବେ ପର୍ଯ୍ୟନ୍ତ ଅନେକ ସହୃଦୟ ବ୍ୟକ୍ତି ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟର ହାତ ବଢାଇ ସାରିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଆହୁରି ଅର୍ଥର ଆବଶ୍ୟକତା ରହିଛି । ଆମର ଟଙ୍କାଟିଏ ମଧ୍ୟ ତାଙ୍କ ପାଇୟନ ମୂଲ୍ଯବାନ ବୋଲି ସେ କହିଛନ୍ତି । ପିଣ୍ଟୁ ନନ୍ଦ ଓଡିଆ ଇଣ୍ଡଷ୍ଟ୍ରିରେ ଏକ ବେଶ ଜଣାଶୁଣା ନାମ । ଆପଣ ତାଙ୍କୁ ଅନେକ ଫିଲ୍ମ, ଆଲବମ ଓ ସିରିଏଲରେ ଅଭିନୟ କରିଥିବାର ଦେଖିଥିବେ । ନିଜ ଅଭିନୟ ମାଧ୍ୟମରେ ସେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ପାରିଛନ୍ତି ତେଣୁ ଓଡିଶାବାସୀ ତାଙ୍କୁ ମନେ ରଖିଛନ୍ତି ।

ନିକଟରେ ଅଭିନେତ୍ରୀ ଝିଲିକଙ୍କ ବ୍ୟାନରର ଫିଲ୍ମ ରୁଦ୍ରାଣୀ ଏବଂ ଦିଦି ନମସ୍କାର ଭଳି ଫିଲ୍ମରେ ପିଣ୍ଟୁ ନଜର ଆସିଥିଲେ । ତେବେ ତାଙ୍କର ଆଶୁ ଆରୋଗ୍ଯ କାମନା କରିବା ସହ ସାହାଯ୍ୟର ହାତ ବଢାଇବା ପାଇଁ ଆମର ବିନମ୍ର ଅନୁରୋଧ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।