ପ୍ଲସ ସାଇଜ ଫିଗର ହୋଇ ମଧ୍ୟ ବହୁତ ଫେମସ ଅଟନ୍ତି TV ଇଣ୍ଡଷ୍ଟ୍ରି ର ଏହି 6 ଜଣ ହିରୋଇନ, 1 ନମ୍ବର ହିରୋଇନ ତ ଘରେ ଘରେ ସମସ୍ତଙ୍କ ପ୍ରିୟ

ବନ୍ଧୁଗଣ ଗ୍ଲାମର ଦୁନିଆରେ କଳାକାର ଙ୍କ ସୁନ୍ଦର ଚେହେରା ଓ ଅଭିନୟ ଛଡା ତାଙ୍କ ସ୍ୱାସ୍ଥ୍ୟ କିପରି ଫିଟ ରହିବ ସେ ବିଷୟରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଏ । କିନ୍ତୁ ଛୋଟ ପରଦାରେ ଏଭଳି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯିଏ ପ୍ଲସ ସାଇଜ ହେଲେ ମଧ୍ୟ ହିଟ ଓ ଲୋକ ମାନଙ୍କ ର ପସନ୍ଦ ହୋଇ ପାରିଛନ୍ତି । ଏବଂ ଆଜି ଆମେ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ନିଜର ଭାରି ଫିଗର ସହ ମଧ୍ୟ ହିଟ ହୋଇ ପାରିଛନ୍ତି । ଚାଲନ୍ତୁ ଜାଣିନେବା ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଭାରତୀ ସିଂହ । ଯିଏ ହାସ୍ୟ ଅଭିନେତ୍ରୀ ମାନଙ୍କ ମଧ୍ୟ ରେ ନମ୍ବର ଏକ ରେ ଅଛନ୍ତି । ସେ ପ୍ଲସ ସାଇଜ ର ଥାଇ ମଧ୍ୟ କେବେବି ନିଜର ଓଜନ କୁ ନିଜ କ୍ୟାରିଅର ଉପରକୁ ଆଣି ନାହାଁନ୍ତି ।

ଏବଂ ଜଣେ ସଫଳ କଳାକାର ମଧ୍ୟ ହୋଇ ପାରିଛନ୍ତି । ଅନେକ ଦର୍ଶକ ମାନଙ୍କ ହୃଦୟ ରେ ଘର ମଧ୍ୟ କରି ପାରିଛନ୍ତି । ଏବଂ ନିଜକୁ ବଦଳେଇବା ପାଇଁ ସେ କେବେବି ଚେଷ୍ଟା କରି ନାହାନ୍ତି ।

୨- ଦ୍ଵିତୀୟ ଅଭିନେତ୍ରୀ ହେଲେ ରିତାଶା ରାଠୋର । ରିତାଶା ଜଣେ ଭଲ ଓ ସୁନ୍ଦର ଅଭିନେତ୍ରୀ ସେ ନିଜ ଅଭିନୟ ର ଯାଦୁରେ ସମସ୍ତ ଙ୍କ ହୃଦୟ କୁ ଜିଣିବାରେ ମଧ୍ୟ ସଫଳ ହୋଇ ପାରିଛନ୍ତି । ସେ ବିକିନୀ ପିନ୍ଧିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେ ନିଜ ପ୍ରତି ବହୁତ ଖୁସି ମଧ୍ୟ ଅଛନ୍ତି ।

୩- ତୃତୀୟ ଅଭିନେତ୍ରୀ ହେଲେ ଅଞ୍ଜଳି ଆନନ୍ଦ । ଅଞ୍ଜଳି ନିଜର ଅଭିନୟ ର ଆରମ୍ଭ ଷ୍ଟାର ପ୍ଲସ ର ଧାରାବାହିକ ଢାଇ କିଲୋ କା ପ୍ରେମ ରୁ ଆରମ୍ଭ କରିଥିଲେ । ତାଙ୍କ ଅଭିନୟ କି ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ଏବଂ ସେ କେବେବି ନିଜର ଓଜନ କୁ ନେଇ ଚିନ୍ତିତ ରୁହନ୍ତି ନାହିଁ ବରଂ ସେ ନିଜ ଓଜନ କୁ ନେଇ ବହୁତ ଖୁସି ରେ ମଧ୍ୟ ରହିଥାନ୍ତି ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଅକ୍ଷୟା ନାୟକ । ଅକ୍ଷୟା ଷ୍ଟାର ପ୍ଲସ ର ଧାରବାହିକ ୟେ ରିସ୍ତା କ୍ୟା କହଲାତା ହେ ରେ ଅନନ୍ୟା ଚରିତ୍ର ରେ ଅଭିନୟ କରି ସମସ୍ତଙ୍କ ହୃଦୟ ରେ ଘର କରି ପାରିଥିଲେ । ଏବଂ ସେ ବହୁତ ସୁନ୍ଦର ନୃତ୍ୟ ମଧ୍ୟ କରି ପାରନ୍ତି ।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ଦେଲନାଜ ଇରାନି । ଦେଲନାଜ ପ୍ଲସ ସାଇଜ ହେଲେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଓ ନିଜର ସୁନ୍ଦର ଅଭିନୟ ରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ଅନେକ ଧାରାବାହିକ ଓ ଅନେକ ସିନେମାରେ ଅଭିନୟ କରିଛନ୍ତି ସେ ସମସ୍ତ ପ୍ରକାରର ଅଭିନୟ କରି ପାରିବେ ଯଥା ଖଲନାୟିକା ଓ ହାସ୍ୟ କଳାକାର ଆଦି ।

୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ଚାନ୍ଦିନୀ ଭାଗବାନାନୀ । ଚାନ୍ଦିନୀ ଦେଖିବାକୁ ଖୁବ ସୁନ୍ଦର ଓ ବହୁତ ଗୁଣୀ ମଧ୍ୟ । ସେ ନିଜର ଅଲଗା ଅଲଗା ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇ ପାରିଛନ୍ତି । ସେ ନିଜର ଓଜନ କୁ ନେଇ କେବେବି ଚିନ୍ତା ରେ ରୁହନ୍ତି ନାହିଁ । ଚାନ୍ଦିନୀ ଏକ ସଫଳ ଓ ଲୋକ ପ୍ରିୟ ବାଲ୍ୟ କଳାକାର ରୁ ଏକ ସଫଳ ମୁଖ୍ୟ ନାୟିକା ପର୍ଯ୍ୟନ୍ତ ବହୁତ ସୁନ୍ଦର ରାସ୍ତା ଅତିକ୍ରମ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।