ସମ୍ମାନ ମିଳିବ ତ ଏମିତି ! ୧୭ ବର୍ଷ ପରେ ଯେତେବେଳେ ଗାଁ କୁ ଫେରିଲେ ଫୌଜି ତ ଗାଁ ଲୋକ କିଛି ଏହିପରି କଲେ ତାଙ୍କର ସମ୍ମାନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତୀୟ ସୈନ୍ୟ ଙ୍କ ଯେତେ ପ୍ରଶଂସା କରିଲେ ମଧ୍ୟ ତାହା କମ ହୋଇଥାଏ । ଆମ ଭାରତର ସୈନ୍ୟ ନିଜ ଜୀବନ କୁ ବାଜି ଲଗାଇ ଦେଶ ବାସୀ ଙ୍କ ସୁରକ୍ଷା ନିମନ୍ତେ ନିଜର ଦିନରାତି ଏକ କରି ଦିଅନ୍ତି । ଭାରତୀୟ ସୈନ୍ୟ ଙ୍କ ଏହି ସେବା ବଦଳରେ ଦେଶବାସୀ ମାନଙ୍କର ମଧ୍ୟ ତାଙ୍କ ପ୍ରତି କିଛି କର୍ତ୍ତବ୍ୟ ରହିଛି । ଭାରତୀୟ ସୈନ୍ୟ ମାନ ସମ୍ମାନ ର ଅଧିକାରୀ ଅଟନ୍ତି ଏବଂ ସମଗ୍ର ଦେଶ ବାସୀ ମାନେ ଭାରତର ସୈନ୍ୟ ମାନଙ୍କୁ ମାନ ସମ୍ମାନ ପ୍ରଦାନ କରିବା ଗର୍ବର ବିଷୟ ହୋଇଥାଏ ।

ଠିକ ଏହିଭଳି ହୋଇଛି ମଧ୍ୟପ୍ରଦେଶ ର ନିମଚ ଗାଁ ରେ । ଏହି ଗାଁ ର ଲୋକମାନେ ରିଟାୟର ହୋଇ ଆସିଥିବା ସୈନ୍ୟ ର ଏଭଳି ସ୍ୱାଗତ କରିଥିଲେ ଯାହା ଦେଖି ତାଙ୍କ ଆଖିରେ ଖୁସି ର ଅଶ୍ରୁ ଆସି ଯାଇଥିଲା ।
ବନ୍ଧୁଗଣ ଅସଲରେ ବାହାଦୂର ସିଂ ଗତ ୧୭ ବର୍ଷ ଧରି ସେନା ରେ ସୈନ୍ୟ ମାନଙ୍କ ସହିତ ଦେଶ ର ସୁରକ୍ଷା କରୁଥିଲେ । କିଛି ଦିନ ପୂର୍ବରୁ ସେ ଯେବେ ରିଟାୟର ହୋଇ ନିଜ ଗାଁ ‘ଜିରନ’ କୁ ଫେରିଥିଲେ ସେତେବେଳେ ଗାଁ ର ଅଧିବାସୀ ମାନେ ନିଜ ହାତ କୁ ବିଛାଇ ସୈନ୍ୟ ଙ୍କ ସ୍ୱାଗତ କରିଥିଲେ ।

ଯେତେବେଳେ ଗାଁ ଅଧିବାସୀ ଶୁଣିବାକୁ ପାଇଥିଲେ ଯେ, ତାଙ୍କ ଗାଁ ର ସୈନ୍ୟ ରିଟାୟର ପରେ ନିଜ ଘରକୁ ଫେରୁଛନ୍ତି ସେତେବେଳେ ଗ୍ରାମର ସମସ୍ତ ଅଧିବାସୀ ପୁରା ଗାଁ କୁ ଫୁଲରେ ସଜାଇ ଦେଇଥିଲେ ଏବଂ ତାଙ୍କ ସ୍ୱାଗତ ନିମନ୍ତେ ଫୁଲ ବିଛାଇ ଦେଇଥିଲେ ।

ଗାଁ ର ସମସ୍ତ ଅଧିବାସୀ ସୈନ୍ୟ ଙ୍କ ସ୍ୱାଗତ ନିମନ୍ତେ ଘରୁ ବାହାରକୁ ଆସିଗଲେ । ସବୁଠାରୁ ସୁନ୍ଦର ଦୃଶ୍ୟ ସେତେବେଳେ ରହିଥିଲା ଯେତେବେଳେ ଗାଁ ର ସମସ୍ତ ଅଧିବାସୀ ସୈନ୍ୟ ଙ୍କ ସ୍ୱାଗତ ନିମନ୍ତେ
ଚଟ୍ଟାଣ ରେ ନିଜର ହାତ ବିଛାଇ ଦେଇଥିଲେ ଏବଂ ତାଙ୍କୁ ନିଜ ହସ୍ତ ଉପରେ ଚାଲିବାକୁ କହିଥିଲେ । ଏହାପରେ ସେ ତାଙ୍କୁ ଗାଁ ର ପ୍ରାଚୀନ ମନ୍ଦିର କୁ ନେଇ ଯାଇଥିଲେ ଏବଂ ସେଠାରେ ଭଗବାନ ଗଣେଶ ଙ୍କ ଦର୍ଶନ କରି ଗ୍ରାମ ଅଧିବାସୀ ଙ୍କ ସହିତ ସୈନ୍ୟ ଭଗବାନ ଗଣେଶ ଙ୍କ ଆଶୀର୍ବାଦ ନେଇ ଫେରିଥିଲେ ।

ଗ୍ରାମ ଅଧିବାସୀ ଙ୍କ ଏଭଳି ସ୍ୱାଗତ ଦେଖି ସୈନ୍ୟ ଙ୍କ ଆଖିରେ ଖୁସି ର ଲୁହ ଭରି ଯାଇଥିଲା । ଜବାନ ବିଜୟ ବାହାଦୂର ସିଂ କହିଥିଲେ ଯେ, ନିଜର ୧୭ ବର୍ଷ ସେନା ସହିତ କଟାଇବା ସମୟରେ ସେ ବହୁତ ଗୁଡ଼ିଏ ସ୍ଥାନ କୁ ଯାଇଥିଲେ କିନ୍ତୁ ନିଜ ଗାଁ ଭଳି ସମ୍ମାନ ତାଙ୍କୁ କେଉଁଠାରେ ମିଳି ନଥିଲା । ସେ କହିଥିଲେ ଯେ, ତାଙ୍କ ଗାଁ ସ୍ୱର୍ଗ ଠାରୁ ମଧ୍ୟ ସୁନ୍ଦର ଅଟେ । ସେ ଏହା ମଧ୍ୟ କହିଲେ ଯେ, ସେ ଅନୁଭବ କରିପାରିଲେ ଯେ ପ୍ରତ୍ୟେକ ଜବାନ ଙ୍କ ପାଇଁ ଲୋକ ମାନଙ୍କ ମନରେ କେତେ ମାତ୍ରାରେ ସମ୍ମାନ ରହିଥାଏ ।

ଜବାନ ବାହାଦୂର ସିଂ କହିଥିଲେ ଯେ, ଗ୍ରାମ ଅଧିବାସୀ ଙ୍କ ଏହି ମାନ ସମ୍ମାନ କୁ ସେ କେବେବି ଭୁଲି ପାରିବେ ନାହିଁ ଏବଂ ଆଜିଠାରୁ ତାଙ୍କ ଲକ୍ଷ ହେଉଛି, ନିଜ ଆଖପାଖ ରେ ଥିବା ଲୋକ ଏବଂ ନିଜ ଗାଁ ଅଧିବାସୀ ଙ୍କୁ ସେ ସେନା କୁ ଯିବାର ପୂର୍ଣ ଟ୍ରେନିଙ୍ଗ ଦେବେ ଏବଂ ସେ ସେମାନଙ୍କୁ ନିଜ ମନ ଧ୍ୟାନ ଲଗାଇ ସେନା କୁ ଯିବା ନିମନ୍ତେ ପ୍ରସ୍ତୁତ କରାଇବେ ।

ଜବାନ ବିଜୟ ବାହାଦୂର ସିଂ ଙ୍କ ପିତା ନିଜ ପୁତ୍ର ଙ୍କ ଏଭଳି ସମ୍ମାନ ଏବଂ ସ୍ୱାଗତ ଦେଖି ଭାବୁକ ହୋଇଯାଇଥିଲେ । ତାଙ୍କ ଆଖି ନମ୍ର ଓ ଛାତି ଗର୍ବ ରେ ଚଉଡ଼ା ହୋଇ ଯାଇଥିଲା । ସେ କହିଥିଲେ ଯେ, ତାଙ୍କ ଇଚ୍ଛା ଗ୍ରାମ ର ସବୁ ପୁଅ ସେନା ରେ ଭର୍ତ୍ତି ହୁଅନ୍ତୁ ଏବଂ ନିଜ ପିତା ଓ ଦେଶ ର ନାମ ଉଚ୍ଚ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଜବାନ ବିଜୟ ବାହାଦୁର ସିଂ ନିଜ ୧୭ ବର୍ଷ ମଧ୍ୟରେ କାର୍ଗିଲ, ସିୟାଚୀନ ଗ୍ଲେସିୟର, ବଟାଲିକ, ଜାମ୍ମୁ କାଶ୍ମୀର, ଅରୁଣାଚଳପ୍ରଦେଶ, ଜୟପୁର ଏବଂ ସିମ୍ଲା ଭଳି ସ୍ଥାନରେ ନିଜର ସେବା ଜାରି ରଖିଥିଲେ ଏବଂ ଶତ୍ରୁ ମାନଙ୍କର ସାହସ ର ସହିତ ମୁକାବିଲା କରି ଦେଶର ରକ୍ଷା କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।