ଅମୀର ଖାନଙ୍କ Sarfarosh ଫିଲ୍ମରେ ଫେମସ ହୋଇଥିବା ଏହି କଳାକାର ମାନଙ୍କର ରିଅଲ ଲାଇଫ ପୁଅ ଝିଅ

୧୯୯୦ ମସିହାରେ ଆସିଥିବା ଫିଲ୍ମ ସରଫରୋଷ ସେ ସମୟରେ ବହୁତ ହିଟ ହୋଇଥିଲା । ଏହା ଏକ ଆକ୍ସନ ଓ ରୋମାଣ୍ଟିକ ଫିଲ୍ମ ଥିଲା । ସେହି ଫିଲ୍ମରେ ଜଣେ ମେଡିକାଲ ଛତ୍ରର ବାପାଙ୍କୁ ମାରି ଦିଆ ଯାଇଥିଲା ଓ ତା ପୁଅକୁ ବହୁତ ଗମ୍ଭୀର ଆଘାତ କରାଯାଇଥିଲା । ସେହି ଛାତ୍ର ତାହାର ପରିବାର ଲୋକଙ୍କ ପ୍ରତିଶୋଧ ନେବାପାଇଁ ସେ ନିଜର ପାଠପଢା ଛାଡି ପୋଲିସରେ ଭର୍ତି ହୋଇଯାଇଥାଏ ଓ ଆତଙ୍କବାଦୀଙ୍କୁ ମାରିଥାଏ । ସେହି ଫିଲ୍ମକୁ ବହୁତ ସୁପର ହିଟ କରିଥିବା ଏହି କଳାକାର ମାନେ ଆଜି ବହୁତ ନାମ କରି ସାରିଛନ୍ତି । କିନ୍ତୁ ଆଜି ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କର ପିଲାଙ୍କ ବିଷୟରେ ।

ନବ୍ବାବଜୁଦ୍ଦିନ ସିଦ୍ଧିକୀ- ନବ୍ବାବଜୁଦ୍ଦିନ ସିଦ୍ଧିକୀ ଏହି ଫିଲ୍ମରେ ଏକ ସାପୋଟିଂ ରୋଲ କରିଥିଲେ । ସେ ଏହି ଫିଲ୍ମରେ ଖଳନାୟକ ଅଭିନୟକୁ ବହୁତ ଭଲ ଭାବରେ ପୂରଣ କରିଥିଲେ । ତାଙ୍କର କେବଳ ଗୋଟିଏ ଝିଅ ଅଛି । ଯାହାର ନାଁ ସୋରା ସିଦ୍ଧିକୀ ଅଟେ । ସୋରା ସିଦ୍ଧିକୀ ବର୍ତ୍ତମାନ ଧିରୁଭାଇ ଅମ୍ବାନୀ ସ୍କୁଲରେ ପାଠ ପଢୁଛନ୍ତି ।

ଅମୀର ଖାଁନ

ଏହି ଫିଲ୍ମରେ ମୁଖ୍ୟ ଅଜୟ ସିଂହ ରାଠୋର ଭୂମିକାରେ ଅମୀର ଖାଁନ ଥିଲେ । ଯିଏକି ଏହି ଫିଲ୍ମରେ ଆତଙ୍କବାଦୀଙ୍କୁ ନ ଡ଼ରି ସେମାନଙ୍କର ମୁକବିଲା କରିଥିଲେ । ସେହି ଫିଲ୍ମରେ ଅମୀର ଖାଁନ ବହୁତ ଫେମସ ହୋଇଥିଲେ । ତାଙ୍କର ତିନୋଟି ପିଲା ଅଛନ୍ତି । ସେମାନେ ହେଲେ , ଇରା ଖାଁନ , ଜୁନେତ ଖାଁନ ଓ ଆଜାଦ ଖାଁନ ଅଟନ୍ତି । ଇରା ଖାଁନ ଓ ଜୁନେତ ଖାଁନ ତାଙ୍କର ପ୍ରଥମ ପତ୍ନୀଙ୍କ ପିଲା ଅଟନ୍ତି ।

ଆଜାଦ ଖାଁନ ତାଙ୍କର ଦ୍ଵିତୀୟ ପତ୍ନୀ ଙ୍କ ପିଲା ଅଟନ୍ତି । ଇରା ଖାଁନ ଏବେ ତାଙ୍କର ପାଠ ପଢା ଜାରି ରଖିଛନ୍ତି ଓ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି । ଜୁନେତ ଖାଁନ ତାଙ୍କର ପାଠ ପଢା ସେ ପୂର୍ବ ବର୍ଷ ପୁରା କରି ସାରିଛନ୍ତି । ସେ ତାଙ୍କ ବାପାଙ୍କ ଭଳି ଜଣେ ଭଲ ଅଭିନେତା ହେବାକୁ ଚାହାନ୍ତି । ଆଜାଦ ଖାଁନ ବହୁତ ଛୋଟ ଓ କ୍ୟୁଟ ଅଟନ୍ତି । ସେ ତାଙ୍କ ବାପାଙ୍କର ବହୁତ ଗେଲ୍ହା ଅଟନ୍ତି ।

ପ୍ରଦୀପ ରାୱତ

ପ୍ରଦୀପ ରାୱତ ସେହି ଫିଲ୍ମରେ ଏକ ସୁଲତାନ ଖଳନାୟକ ର ଭୂମିକାରେ କାମ କରିଥିଲେ । ଯାହା ଦ୍ଵାରା ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ଦୁଇଟି ପିଲା ଅଛନ୍ତି ଯାହାଙ୍କ ନାମ ବିକ୍ରମ ରାୱତ ଓ ସିଂହ ରାୱତ ଅଟେ । ଏ ଦୁହେଁ ଏବେ ବହୁତ ଛୋଟ ଅଛନ୍ତି ଓ ପାଠ ପଢୁଛନ୍ତି । ସେ ତାଙ୍କର ପିତାଙ୍କ କହିବା ଅନୁସାରେ ହିଁ କାମ କରିଥାନ୍ତି ।

ନସିରୁଦ୍ଦିନ ସାହ

ନସିରୁଦ୍ଦିନ ସାହ ଏହି ଫିଲ୍ମରେ ଗୁଲଫାନ ହାସନ ଭୂମିକାରେ ଅଭିନୟ କରିଥିଲେ । ସେ ତାଙ୍କର ଅଭିନୟ ବହୁତ ସୁନ୍ଦର ଓ ଦାଇତ୍ୱ ପୂର୍ଣ୍ଣ ଭାବେ କରିଥିଲେ । ତାଙ୍କର ତିନୋଟି ପିଲା ଅଛନ୍ତି । ସେମାନେ ହେଲେ , ହିବା ସାହ , ବିଭାନ ସାହ ଓ ଇମାନ ସାହ । ତାଙ୍କର ଝିଅ ହିବା ସାହ ଫିଲ୍ମରେ କାମ କରୁଛନ୍ତି । ତାଙ୍କର ଦୁଇଟି ପୁଅ ମଧ୍ୟ ଅଭିନେତା ଅଟନ୍ତି ।

ସୋନାଲି ବୀନ୍ଦ୍ରେ

ସୋନାଲି ବୀନ୍ଦ୍ରେ ସେହି ଫିଲ୍ମରେ ହିରୋଇନ ଭାବରେ କାମ କରିଥିଲେ । ସେ ଅମୀର ଖାଁନଙ୍କ ପ୍ରେମିକା ହିସାବରେ କାମ କରିଥିଲେ । ସେ ଏଥିରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ଗୋଟିଏ ପୁଅ ଅଛି । ତାଙ୍କର ନାମ ରଣବିର ଅଟେ । ରଣବିର ଏବେ ଧିରୁଭାଇ ଅମ୍ବାନୀ ସ୍କୁଲ୍ ରେ ପଢୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।