ଘରେ ହେବ ଧନ ବର୍ଷା, ବାସ ଏହି 8 କଥା ସବୁବେଳେ ମନେ ରଖିଥିବେ -Chanakya Niti

ଆମ ଜୀବନରେ କେବେ କେବେ ଏହା ହୋଇଥାଏ କି ଆମେ କଠିନ ରୁ କଠିନ ପରିଶ୍ରମ କଲା ପରେ ମଧ୍ୟ ଜୀବନରେ ସଫଳତା ପାଇନଥାଉ । ଏହା ଦ୍ଵାରା ଆମେ ଆମ ଜୀବନରେ ଭାଗ୍ୟକୁ ଦୋଷ ଦେଇଥାଉ । ବେଳେ ବେଳେ ଆମ ଦ୍ୱାରା ଅଜାଣତରେ ହୋଇଥିବା ଛୋଟ ଛୋଟ ଭୁଲ ଆମ ଜୀବନକୁ ପଛକୁ ଟାଣିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଧନ ସମ୍ପତ୍ତି ଅଭାବର କାରଣ ଆମ ଘରେ ଥିବା ବାସ୍ତୁ ଦୋଷର କାରଣରୁ ହୋଇଥାଏ ।

ଏଣୁ ଆମକୁ ପ୍ରଥମେ ଆମ ଘରର ବାସ୍ତୁକୁ ଠିକ କରି ନେବାକୁ ହେବ । ଏହା ଦ୍ଵାରା ଆମ ଘରେ ଧନ ସମ୍ପତି ଓ ସୁଖର ଅଭାବ ରହିନଥାଏ । ତେଣୁ ଆଜି ଆମେ ସେହି ବାସ୍ତୁ ର କିଛି ଉପାୟ ବିଷୟରେ ଜାଣିବା । ଯାହାକି ଆମ ଜୀବନରେ ସୁଖ ସମୃଦ୍ଧି ଆଣି ଦେବ ।

ପ୍ରତିଦିନ ସନ୍ଧ୍ୟାରେ ଆମ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲର ଦୀପ ଜଳେଇବା ଦ୍ୱାରା ଆପଣଙ୍କ ଘରେ ଶାନ୍ତିର ବାତାବରଣ ଦେଖା ଦେଇଥାଏ । ଘରର ମୁଖ୍ୟ ଦ୍ୱାର ସହିତ କୋଠରୀ ମାନଙ୍କ ଆଗରେ ଜୋତା ରଖନ୍ତୁ ନାହିଁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି । ପ୍ରତିଦିନ ସକାଳୁ ଗାଧୋଇ ଚଉରାରେ ପାଣି ଦେବା ଦରକାର । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନ ଦୌଲତରେ ଆପଣଙ୍କ ଘରକୁ ଭରି ଦେଇଥାନ୍ତି ।

ଆମେ ସବୁବେଳେ ଜୋତାକୁ ଏଠି ସେଠି ରଖି ଦେଇଥାଉ, ଏହା କରିବା ଉଚିତ ନୁହେଁ । ଜୋତାକୁ ସବୁବେଳେ ଗୋଟିଏ ଜାଗାରେ ଓ ଯୋଡି କରି ରଖିବା ଉଚିତ । ଏହା କରିବା ଅଶୁଭ ମନା ଯାଇଥାଏ । ଆମେ ଘରର ଝାଡୁକୁ ଆମେ ଏଠି ସେଠି ରଖି ଦେଇଥାଉ । ଏହା କରିବା ମଧ୍ୟ୍ୟ ଅଶୁଭ ମନା ଯାଇଥାଏ । ଆପଣ ଝାଡୁକୁ କୌଣସି ଜାଗାରେ ଲୁଚେଇ ରଖନ୍ତୁ , ଯେମିତି କାହାର ନଜର ଝାଡୁ ଉପରେ ପଡିବ ନାହିଁ ।

ସନ୍ଧ୍ୟା ସମୟରେ ଘରେ କର୍ପୁର ଆଳତି କରି ଏହାକୁ ସବୁ କୋଠରୀରେ ବୁଲେଇବା ଦରକାର । ଏହା ଦ୍ବାରା ଘରର ନକରାତ୍ମକ ଉର୍ଜା କ୍ଷୟ ହୋଇ ସକରାତ୍ମକ ଉର୍ଜାର ବୃଦ୍ଧି ହୋଇଥାଏ । ସନ୍ଧ୍ୟା ସମୟରେ ଘରର କୌଣସି ସଦସ୍ୟ ଖାଇବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ ଭଲଭାବେ ଗୋଡ଼ ହାତ ମୁହଁ ଧୋଇ ପୋଛି ହୋଇ ସୁଅନ୍ତୁ । ଓଦା ଗୋଡ଼ରେ ବିଛଣାରେ ଶୋଇବା ଦ୍ୱାରା ବିଭିନ୍ନ ରୋଗ ମାଡ଼ିଆସିଥାଏ ।

ଆପଣ ବିଛଣାକୁ ଶୋଇବାକୁ ଗଲାବଳେ ପଇସାର ଚିନ୍ତା କରନ୍ତୁ ନାହିଁ । କିଛି ଲୋକମାନେ ଶୋଇଲା ବେଳେ ପଇସାର ହିସାବ କରିଥାନ୍ତି । ଏହା ଦ୍ଵାରା ଆପଣଙ୍କର ଧନ ହାନି ହୋଇଥାଏ ଓ ଆପଣ ଋଣ କରଜରେ ଘାଣ୍ଟି ହୋଇଥାନ୍ତି । ତେଣୁ ଏହି ଉପାୟ ମାନ ମାନି ଚଳିବା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ସୁଖ ଓ ଶାନ୍ତିରେ ରହି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।