ମରିବା ପରେ ମଧ୍ୟ ଏହି ଲୋକମାନଙ୍କ ସ୍ଵପ୍ନରେ ଆସୁଥିଲେ ଦିବ୍ୟା ଭାରତୀ, ଶୁଟିଙ୍ଗ ସମୟରେ ଘଟୁଥିଲା ଏମିତି ଅଜବ ଘଟଣା

ଦିବ୍ୟା ଭାରତୀ ବଲୀଉଡର ଏମିତି ଜଣେ ଅଭିନେତ୍ରୀ ଅଟନ୍ତି ଯିଏକି ବହୁତ ଅଳ୍ପ ସମୟ ଭିତରେ ଲୋକମାନଙ୍କ ହୃଦୟରେ ରାଜ କରିଥିଲେ । କିନ୍ତୁ ସମୟକୁ କିଛି ଅଲଗା ହିଁ ମଞ୍ଜୁର ଥିଲା ଓ ଶେଷରେ ସେ ଏହି ଦୁନିଆକୁ ଛାଡି ଚାଲିଗଲେ । କିନ୍ତୁ ତାଙ୍କର ମୁର୍ତ୍ୟୁ ପରେ ମଧ୍ୟ କେତେକ ଲୋକମାନଙ୍କୁ ତାଙ୍କ ଉପସ୍ଥିତିର ଅନୁଭୂତି ହେଉଥିଲା । ଦିବ୍ୟା ଭାରତୀଙ୍କର ମା ଗୋଟିଏ ଫଙ୍କସନରେ କହିଥିଲେ କି ପ୍ରାୟତଃ ତାଙ୍କ ସ୍ଵପ୍ନରେ ଦିବ୍ୟା ଆସୁଥିଲେ ଓ ସେ ତାଙ୍କୁ କିଛି କହିବାକୁ ଚେଷ୍ଟା କରନ୍ତି କି ସେହି ସମୟରେ ହିଁ ତାଙ୍କର ନିଦ ଭାଙ୍ଗିଯାଏ ।

ଏହିଭଳି କିଛି କହିଥିଲେ ପ୍ରସିଦ୍ଧ ଡାୟରେକ୍ଟର ସାଜିଦ ନାଦିୟାୱାଲାଙ୍କର ପତ୍ନୀ ବର୍ଦ୍ଧା । ସେ କହିଲେ କି ଦିବ୍ୟା ପ୍ରାୟତଃ ତାଙ୍କର ସ୍ଵପ୍ନରେ ଆସନ୍ତି ଏବଂ ତାଙ୍କ ସହିତ କିଛି କଥାବାର୍ତ୍ତା ବି କରିବାକୁ ଚେଷ୍ଟା କରନ୍ତି କିନ୍ତୁ କଣ ପାଇଁ ତାହା ସେ ଆଜି ପର୍ଯ୍ୟନ୍ତ ବୁଝି ପାରିଲେ ନାହିଁ । ରବିନା ଟଣ୍ଡନ ବି ଏହିଭଳି କିଛି କହିଥିଲେ, ତାଙ୍କର କହିବା ଅଟେ କି ଯେତେବେଳେ ମୁଁ ସୁଟ କରୁଥିଲି ସେହି ସମୟରେ ମୁଁ ସେହି ଡାଇଲଗ ଉପରେ ଅଟକି ଯାଉଥିଲି, ଯେଉଁଥିରେ କେବେ ଦିବ୍ୟା ଅଟକି ଯାଉଥିଲେ ।

କିନ୍ତୁ ତାଙ୍କ ସହିତ ପୂର୍ବରୁ ଏମିତି କିଛି ହୋଇ ନଥିଲା । ଏହି ସବୁ ଦେଖି ଶୁଟିଙ୍ଗ କରୁଥିବା ଷ୍ଟାଫ ବି ବହୁତ ଡରି ଯାଇଥିଲେ । ରବିନା କହିଲେ କି ସେ ନିଜେ ବି ଡରି ଯାଇଥିଲେ କିନ୍ତୁ ଏହା ସବୁ କିଛି ଦିନ ପରେ ବନ୍ଦ ହୋଇଗଲା ।

ଦେଖୁ ଦେଖୁ ସବୁ ଠିକଠାକ ହୋଇଗଲା କିନ୍ତୁ ଆଜି ମଧ୍ୟ ଲୋକମାନଙ୍କ ହୃଦୟରେ ଦିବ୍ୟାଙ୍କର ଚରିତ୍ର ଅଛି ଏବଂ ସମସ୍ତେ କୁହନ୍ତି କି ଆଜି ସେ ଯଦି ଥାନ୍ତେ ତେବେ ତାଙ୍କର ଏକ ଅଲଗା ରୂପ ସମସ୍ତେ ଦେଖି ପାରିଥାନ୍ତେ ।