ଡାଇବେଟିସ 380 ଥାଉ କି 480, 30 ବର୍ଷ ପୁରୁଣା ହେଇଥାଉ କି 35 ବର୍ଷ, ଏହି କାଡାରେ କେବଳ 7 ଦିନରେ ହେଇଯିବ କଣ୍ଟ୍ରୋଲ

ଆଜି କାଲି ପ୍ରାୟ ସବୁ ଘରେ କେହି ନା କେହି ଡାଇବେଟିସ ରୋଗୀ ଅଛନ୍ତି । ଏହାର କାରଣ ହେଉଛି ଦିନଚର୍ଯ୍ୟା ରେ ପରିବର୍ତ୍ତନ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଭୋଜନ । ଯାହା ଫଳ ରେ ଆମ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ ଓ ଶରୀରରେ ବିଭିନ୍ନ ପ୍ରକାର ର ରୋଗ ଅତି ସହଜରେ ହୋଇଥାଏ । ଆଜି ଆମେ ଗୋଟିଏ ବିଧି ଶିଖିବା ଯାହା ଡାଇବେଟିସ କୁ ନିୟନ୍ତ୍ରଣ ରଖିବା ସହ ଆମ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରାଇବ ।

ଏହି କାଡା ପ୍ରସ୍ତୁତ କରିବା ପାଇଁ କେବଳ ମେଥିଦାନା, ହଳଦୀ ଓ ଡାଲଚିନି ଏହି ୩ ଟି ସାମଗ୍ରୀ ଆବଶ୍ୟକ । ମେଥିଦାନା ବହୁତ ଗୁଣକାରୀ ଅଟେ । ଏହା ଏକା ସହ ୫୦ ପ୍ରକାର ରୋଗକୁ ଭଲ କରିବାରେ ସହାୟକ ହୁଏ । ଏହା ଖାଦ୍ୟ ର ସ୍ଵାଦ ବଢ଼ାଇବା ସହ ଆମ ସ୍ବାସ୍ଥ୍ୟ କୁ ମଧ୍ୟ ଠିକ୍ ରଖେ । ମେଥିରେ ପ୍ରୋଟିନ, ଆଇରନ, ଫାଇବର୍, ଭିଟାମିନ-B6 ପରି ଆହୁରି ଅନେକ ପୌଷ୍ଟିକ ତତ୍ତ୍ୱ ରହିଛି ।

ଏହା ଗ୍ୟାଷ୍ଟିକ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗ ଆଦିକୁ ମଧ୍ୟ ଭଲ କରି ଦିଏ । ସେହିପରି ହଳଦୀ କୁ ଆମେ କେବଳ ଏକ ମସଲା ପରି ବ୍ୟବହାର କରୁ । କିନ୍ତୁ ଏଥିରେ ପ୍ରୋଟିନ, ଭିଟାମିନ – ଏ, କାର୍ବୋହାଇଡ୍ରେଟ, ମିନେରାଲ ଭରପୁର ଥିବା ସହ ଏଥିରେ ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ଫଙ୍ଗାଲ୍ ଓ ଆଣ୍ଟି ସେପଟିକ୍ ଆଦି ଔଷଧୀୟ ଗୁଣମାନ ରହିଛି । ଯାହା ଆମକୁ ସୁସ୍ଥ ରଖିବା ସହ ଆମ ସୌନ୍ଦର୍ଯ୍ୟ ମଧ୍ୟ ବଢାଇ ଥାଏ । ଆଉ ଡାଲଚିନି ରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଖାଦ୍ୟ ର ସ୍ଵାଦ ବଢାଇବା ସହ ଆମ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଜନକ ଅଟେ ।

କାଡା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟେ ପାତ୍ର ରେ ଏକ ଗ୍ଲାସ୍ ପାଣି ଗରମ କରନ୍ତୁ । ସେଥିରେ ଏକ ଚାହା ଚାମୁଚ ରେ ଗୋଟେ ଚାମୁଚ ମେଥିଦାନା ପକାନ୍ତୁ । ତାପରେ ସେଥିରୁ ଏକ ଚାମୁଚ ହଳଦୀ ଗୁଣ୍ଡ ମଧ୍ୟ ପକାଇ ଟିକେ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ ଗୋଟେ ଚୁଟକି ଡାଲଚିନି ଗୁଣ୍ଡ ପକାଇ ଆଉ ଥରେ ଭଲ ରେ ଗୋଳାଇ ଦିଅନ୍ତୁ ଓ କାଡା କୁ ଭଲ ସେ ଫୁଟାଇ ଅଧା ପାଣି ମାରି ଦିଅନ୍ତୁ ।

ଏହାପରେ ଏହା କୁ ଛାଣି କରି ଗରମ ଅବା ଉଷୁମ ଅବସ୍ଥାରେ ସକାଳୁ ଖାଇବାର ଏକ ଘଣ୍ଟା ପୂର୍ବରୁ ପାନ କରନ୍ତୁ । ଏହା ସହ ପାରୁ ପର୍ଯ୍ୟନ୍ତ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଭୋଜନ କରିବାକୁ ଚେଷ୍ଟା କରନ୍ତୁ । ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ସକାଳେ ଓ ସନ୍ଧ୍ୟାରେ ଅଧ ଘଣ୍ଟା ଲେଖେ ନିୟମିତ ବ୍ୟାୟାମ ମଧ୍ୟ କରନ୍ତୁ ।

ଏହି ଜୀବନଶୈଳୀ ଆପଣେଇବା ଦ୍ୱାରା ଯେତେ ପୁରୁଣା ଡାଇବେଟିସ ଥିଲେ ମଧ୍ୟ ୭ ଦିନରୁ ଗୋଟେ ମାସ ଭିତରେ ହିଁ ଏହାଠୁ ଉପଶମ ମିଳିବ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଏହାଦ୍ବାରା ଅନ୍ୟ କେତେକ ରୋଗରୁ ମଧ୍ୟ ଏହା ଆମ ଶରୀରକୁ ରକ୍ଷା କରିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।