ସୁନ୍ଦର ସୁନ୍ଦର ବଙ୍ଗଳା ର ସଉକ ରଖନ୍ତି Bollywood ଷ୍ଟାର Ajay Devgan, ଏବେ ହିଁ କିଣିଛନ୍ତି 60 କୋଟି ର ବଙ୍ଗଳା, ଦେଖନ୍ତୁ ତାଙ୍କ ମହଲ ର କିଛି Photo

ଆମ ଦେଶରେ କୋରୋନା ମହାମାରୀ ପାଇଁ ଲୋକ ମାନେ ଲଢିବା ସହ ନିଜର ସବୁ କିଛି ହରାଇବାରେ ଲାଗିଛନ୍ତି । କୋରୋନା ପରେ ବ୍ଲାକ ଫଙ୍ଗସ ମଧ୍ୟ ବ୍ୟାପିବାରେ ଲାଗିଛି । ହସପିଟାଲରେ ସେମାନଙ୍କ ପାଇଁ ସବୁ ଜମା ପୁଞ୍ଜି ଲଗା ଯାଉଛି । କିନ୍ତୁ ବଲିଉଡରେ ଷ୍ଟାର ମାନେ ଏହି ସମୟରେ ନିଜ ପାଇଁ ନୂଆ ଘର କିଣିବାରେ ଲାଗିଛନ୍ତି । କିଛି ଦିନ ପୂର୍ବେ ଅମିତାଭ ବଚ୍ଚନ ମୁମ୍ବାଇର ଅନ୍ଧାର ଇଲାକାରେ ୩୧ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ କିଣିଛନ୍ତି । ତାଙ୍କ ପୂର୍ବରୁ ସନି ଲିୟୋନେ, ମଲ୍ଲିକା ଅରୋଡା ଓ ଅର୍ଜୁନ କପୁର ମଧ୍ୟନୂଆ ଘର କିଣିଛନ୍ତି ।

ଏମାନଙ୍କ ପରେ ବଲିଉଡର ସିଙ୍ଘମ ଷ୍ଟାର ଅଜୟ ଦେବଗନ ନିଜ ପାଇଁ ନୂଆ ଘର କିଣିଛନ୍ତି । ମିଡିଆର ସୂତ୍ର ଅନୁସାରେ ଅଜୟ ଦେବଗନ ୬୦ କୋଟି ଟଙ୍କାର ମହଙ୍ଗା ବଙ୍ଗଳା କିଣିଛନ୍ତି । ତାଙ୍କର ଏହି ବାଂଲା ଯୁହୁ ଇଲାକାରେ ରହିଛି । ଖବର ଅନୁସାରେ ଅଜୟ ଦେବଗନ ଓ କାଜଲ ବହୁତ ଦିନ ହେବ ଏକ ନୂଆ ଘରର ସନ୍ଧାନ କରୁଥିଲେ । ତାଙ୍କର ଏହି ବଙ୍ଗଳା ପୁରୁଣା ବଙ୍ଗଳା ଶିବଶକ୍ତି ପାଖରେ ରହିଛି ।

୫୬୦ ବର୍ଗର ଏହି ବଙ୍ଗଳା ଯୁହୁର ଆପ୍ରୋଟିବ ସୋସାଇଟିରେ ନିର୍ମାଣ କରା ଯାଇଛି । ଅଜୟ ଦେବଗନ ଏହି ବଙ୍ଗଳାର ମାଲିକ ହେବା ପୂର୍ବରୁ ସ୍ଵର୍ଗୀୟ ପୁଷ୍ପା ବାଲିୟା ଏହି ବଙ୍ଗଳାର ଅନାର ଥିଲେ । ଖବର ଅନୁସାରେ ଏହି ପ୍ରପର୍ଟିର ମୂଲ୍ୟ ୬୫ରୁ ୭୦ କୋଟି ଟଙ୍କା । କିନ୍ତୁ ଲକ ଡାଉନ ଚାଲିଥିବା ଯୋଗୁ ଅଜୟ ଦେବଗନଙ୍କୁ ଏହି ବଙ୍ଗଳା ଖୁବ ଶସ୍ତାରେ ମିଳି ଯାଇଛି । ଘରର ଏହି ଡିଲ ଗତ ବର୍ଷ ହୋଇଥିଲା ।

ଗତ ବର୍ଷ ନଭେମ୍ବର- ଡିସେମ୍ବରରେ ଅଜୟ ଦେବଗନ ଏହି ଘରର ଡିଲ ଫାଇନାଲ କରିଥିଲେ । କିନ୍ତୁ ଏହି ବର୍ଷ ମେ ୭ରେ ଏହି ବଙ୍ଗଳା ଅଜୟ ଦେବଗନଙ୍କ ନାଁ ରେ ସିଫ୍ଟ ହୋଇଛି । ଏହି ନୂଆ ଘରର ପେପରରେ ଅଜୟଙ୍କ ମା ବିନା ବିରେନ୍ଦ୍ର ଦେବଗନ ଓ ବିଶାଳ ଉର୍ଫ ଅଜୟ ଦେବଗନଙ୍କ ନାଁ ରେ ରହିଛି । ଖବର ମୁତାବକ ଅଜୟ ଓ କାଜଲ ନିଜ ନୂଆ ଘରକୁ ଯିବା ପାଇଁ ଚାହୁଛନ୍ତି ।

ସେହି ଘରେ ରେନୋବେଶନର କାମ ଜୋରସୋରରେ ଚାଲିଛି । ବଲିଉଡର ଧନୀ ଷ୍ଟାର ଅଜୟ ଦେବଗନଙ୍କର କେବେଳେ ମୁମ୍ବଇରେ ନୁହେଁ ବରଂ ଲଣ୍ଡନ ଓ ସିଙ୍ଗାପୁରରେ ମଧ୍ୟ ଆଲିଶାନ ଘର ରହିଛି । ଅଜୟ ଓ କାଜଲ ଯେଉଁ ଘରେ ରହୁଛନ୍ତି ତାହା ତାଙ୍କ ପିତା ବୀରୁ ଦେବଗନ ନେଇଥିଲେ ଯାହାର ନାଁ ହେଉଛି ଶିବଶକ୍ତି । ଏହା ବ୍ଯତୀତ ତାଙ୍କ ପାଖରେ ବଡ ଫାର୍ମହାଉସ ମଧ୍ୟ ରହିଛି ଯାହାର ମୂଲ୍ୟ ୨୫ କୋଟି ।

ଲଣ୍ଡନରେ ମଧ୍ୟ ତାଙ୍କର ୫୪ କୋଟିର ଆଲିଶାନ ଘର ରହିଛି ଯେଉଁଠି ସାରୁଖାନ ସେମାନଙ୍କ ପଡୋଶୀ ଭାବେ ରହୁଛନ୍ତି । କାଜଲ ଓ ଅଜୟଙ୍କର ଝିଅ ନ୍ୟାସା ସିଙ୍ଗାପୁରରେ ପାଠ ପଢୁଥିବାରୁ ନିଜ ଝିଅର କମଫର୍ଟ ପାଇଁ ସେଠାରେ ଗୋଟେ ଆଲିଶାନ ଘର ଅଜୟ କିଣିଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।