Ollywood ହିରୋଇନ ରଚନାଙ୍କ ବିଷୟରେ ଏହି ସବୁ କଥା ଜାଣି ନଥିବେ ଆପଣ

ରଚନା ବାନାର୍ଜୀ ଫିଲ୍ମ କୁ ଆସିବା ପୂର୍ବରୁ ସେ ଏକ ମଡେଲ ଥିଲେ । ସେ ୧୯୯୦ ମସିହାରେ ମିସ୍ କୋଲକାତା ମେଡାଲ ଜିତିଛନ୍ତି । ସେ ମଧ୍ୟ ମିସ୍ ଇଣ୍ଡିଆ ରେ ଭାଗ ନେଇ ଥିଲେ । ମିସ୍ ଇଣ୍ଡିଆ ପ୍ରତିଯୋଗି ତାରେ ଐଶ୍ଵର୍ୟ୍ୟା ରାୟ ଙ୍କ ପାଖରେ ହାରିଯାଇ ଥିଲେ ଓ ତାପରେ ମିସ୍ ବିୟୁଟିଫୁଲ ସ୍ମାଇଲର ଟାଇଟଲ ଜିତିଥିଲେ ।

ରଚନା ବାନାର୍ଜୀ ବହୁତ ରିଆଲିଟି ଶୋ ମଧ୍ୟ କରିଛନ୍ତି । ଯେପରିକି, ଡ୍ୟାନ୍ସ ବାଂଲା ଡ୍ୟାନ୍ସ, ତୁମି ଯେ ଆମାର ଓ ଫିଡି ନମ୍ବର ୱାନ ଆଦିକୁ ହୋଷ୍ଟ କରିଛନ୍ତି । ସେ ୨୦୦୪ ମସିହାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଛାଡପତ୍ର ଦେଇ କୋଲକାତା ପଳେଇ ଯାଇଥିଲେ । ତାପରେ ସେ ୨୦୦୭ ମସିହାରେ ପ୍ରବାଲ ବାସୁଙ୍କୁ ବିବାହ କରିଥିଲେ ।

ପ୍ରବାଲ ବାସୁ ଗୋଟିଏ କମ୍ପାନୀର ମ୍ୟାନେଜର ଥିଲେ । ତାଙ୍କର ମାସିକ ଦରମା ପାଞ୍ଚ ଲକ୍ଷ ଟଙ୍କା । ରଚନା ବାନାର୍ଜୀ କୋଲକାତା ରେ ସବୁ ମାସ ରେ ଶୋ କରନ୍ତି । ରଚନା ବାନାର୍ଜୀ ବହୁ ଗୁଡିଏ ହିନ୍ଦୀ ଫିଲ୍ମ କରିବା ସହିତ ତାମିଲ, କାନାଡା, ବେଙ୍ଗଲି, ଓଡ଼ିଆ ଫିଲ୍ମ ମଧ୍ୟ କରିଛନ୍ତି ।

ସେ ଓଡ଼ିଆ ଫିଲ୍ମରେ ବତିଶି ଟି ଫିଲ୍ମ କରିଛନ୍ତି । ରଚନା ଜଣେ ସୁନାମ ଧନ୍ୟ ଅଭିନେତ୍ରୀ ଅଟନ୍ତି । ସେ ବହୁତ ଖୁସି ଓ ଖୋଲା ମିଞ୍ଜାସର ଲୋକ ଅଟନ୍ତି । ସେ ସବୁବେଳେ ନିଜର କାର୍ଯ୍ୟକୁ ଓ ନିଜର ପରିବାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ।

ରଚନା ବାନାର୍ଜୀ ଙ୍କ ମୋଟ ସମ୍ପତ୍ତି ପ୍ରାୟ ଅଣଚାଶ କୋଟି ଟଙ୍କା । ରଚନା ବାନାର୍ଜୀ ଙ୍କ ଗୋଟିଏ ବଡ ଆଲିସାନ ଘର ଅଛି । ତାଙ୍କର ଓ ତାଙ୍କ ସ୍ୱାମୀ ଙ୍କ ର ଗୋଟିଏ କାର ଅଛି । ସେ ତାଙ୍କ ପରିବାର ସହିତ ଅଧିକ ସମୟ କଟାଇବାକୁ ଭଲ ପାଇଥାନ୍ତି ।

ସେଥିପାଇଁ ରଚନା ବାନାର୍ଜୀ କୁ ଫୁରସତ ମିଳିଲେ ତାଙ୍କ ପରିବାର ସହିତ ସିଙ୍ଗାପୁର, ମାଲଦ୍ୱୀପ, ସୁଇଜର ଲ୍ୟାଣ୍ଡ ଆଦି ଲଗ୍ଜରି ଜାଗାକୁ ବୁଲିବାକୁ ଯାଆନ୍ତି । ଆମେରିକା କାନାଡା ଆଦି ଜାଗା କୁ ମଧ୍ୟ୍ୟ ବୁଲିବାକୁ ଯାଆନ୍ତି । ତାଙ୍କର କଲିକତାରେ ବହୁତ ଗୁଡିଏ ବଙ୍ଗଳା ଓ ଫ୍ଲାଟ ମାନ ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।