Vastu Tips- ଘର ସାମ୍ନାରେ ଭୁଲରେବି ଲଗାନ୍ତୁ ନାହିଁ ଏହିସବୁ ଗଛ, ବୃଦ୍ଧି ପାଇଥାଏ ଦରିଦ୍ରତା, ଘରେ ରହିନଥାନ୍ତି ମା ଲକ୍ଷ୍ମୀ

ହିନ୍ଦୁ ଧର୍ମରେ ବୃକ୍ଷକୁ ବହୁତ ମହତ୍ଵ ଦିଆଯାଏ । ବୃକ୍ଷ ଲତା ପ୍ରକୃତିକୁ ସୁନ୍ଦରତା ପ୍ରଦାନ କରିଥାନ୍ତି ଏହା ସହ ସବୁ ଜୀବଜନ୍ତୁଙ୍କୁ ଜୀବନ ଓ ବାୟୁ ପ୍ରଦାନ କରନ୍ତି । ଏଥିପାଇଁ ମାନବ ଜାତି ନିଶ୍ୱାସ ଓ ପ୍ରଶ୍ଵାସ ନେଇପାରେ । ପ୍ରାଚୀନ କାଳରେ ମୁନି ଋଷିମାନେ ବୃକ୍ଷ ତଳେ ତପସ୍ୟା କରୁଥିଲେ ସେଥିପାଇଁ ବୃକ୍ଷ ପୂଜନୀୟ ଅଟେ । ଧର୍ମ ଗ୍ରନ୍ଥ ଅନୁସାରେ ଏପରି କେତେକ ଗଛ ଅଛି ଯାହାକି ଘରେ ଥିଲେ ଘରର ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ଏହି ଗଛ ମଧ୍ୟରୁ ପାରିଜାତ ଗଛ ଅନ୍ୟ ତମ ।

ଏହି ଗଛ ଘରେ ଥିଲେ ସୁଖ ସମୃଦ୍ଧି ଓ ଐସର୍ଯ୍ୟ ମିଳିଥାଏ । ପାରିଜାତ ଗଛର ଜନ୍ମ ସମୁଦ୍ର ମନ୍ତନରୁ ହୋଇଥିଲା । ଏହା ଦେବରାଜ ଇନ୍ଦ୍ରଙ୍କ ସ୍ୱର୍ଗ ଲୋକରେ ଅଛି ଯାହା ଦ୍ଵାରା କି ମାତା ଲକ୍ଷ୍ମୀ କୃପା ସର୍ବଦା ଇନ୍ଦ୍ରଙ୍କ ଉପରେ ଥାଏ । ଏଥିପାଇଁ ଏହି ଗଛ ଘର ସମ୍ମୁଖରେ ଥିଲେ ଧନ ସମ୍ପତ୍ତି ଐସର୍ଯ୍ୟର ଅଭାବ ରୁହେ ନାହିଁ ଏବଂ ଘରର ସମସ୍ତ ସଦସ୍ୟମାନେ ନିରୋଗୀ ମଧ୍ୟ ରହିଥାନ୍ତି । ଏମିତିରେ ଆଜି ଆସନ୍ତୁ ଜାଣିବା କେଉଁ ବୃକ୍ଷ ଘରେ ଥିଲେ ଅଶୁଭ ହୋଇଥାଏ ।

କଣ୍ଟା ଥିବା ଗଛ

ଘରେ କଣ୍ଟା ଥିବା ଗଛ ଥିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟହାନି ହୋଇଥାଏ । ପରିବାରରେ ଝଗଡା ଓ ବାଦ ବିବାଦ ଲାଗି ରହିଥାଏ । ଯଦି ଏହା ଘର ଭିତରେ ଥିବ ତେବେ ଛୋଟ ପିଲାମାନେ ଏହା ଦ୍ୱାରା ଆହତ ମଧ୍ୟ ହୋଇଥାନ୍ତି । ଏହି ଗଛ ଘରେ ଥିଲେ ମାତା ଲକ୍ଷ୍ମୀ ଗୃହରେ ପ୍ରବେଶ କରନ୍ତି ନାହିଁ । ଯାହା ଦ୍ଵାରା ଆର୍ଥିକ ପରିସ୍ଥିତି ଖରାପ ହୋଇଥାଏ ।

କ୍ଷୀର ଵାଲା ଗଛ

ଏହିଭଳି ଗଛରୁ ଦୁରେଇ ରହିବା ଉଚିତ କାହିଁକି ନା ଏହି ଗଛ ବିଶାକ୍ତ ହୋଇଥାଏ ଏହା ଦ୍ୱାରା ଛୋଟ ପିଲାମାନେ ବି କ୍ଷତିଗ୍ରସ୍ତ ହୋଇପାରନ୍ତି । ଘର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ଓ ସବୁବେଳେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ଶାସ୍ତ୍ର ଅନୁସାରେ ଏହି ଗଛରେ ଅଭିଶପ୍ତ ଅପସରାମାନେ ବାସ କରନ୍ତି । ଏହା ଦ୍ଵାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ ଓ ପିଲା ମାନଙ୍କ ପାଠ ପଢା ପ୍ରତି ମନ ଲାଗେ ନାହିଁ ।

ବରକୋଳି ଗଛ

ବର କୋଳି ଗଛରେ ସବୁଠୁ ଅଧିକ ନକରକାତ୍ମକ ଶକ୍ତି ଥାଏ । ଏହା ଦ୍ୱାରା ଘରର ମୁଖ୍ୟ ସଦସ୍ୟଙ୍କୁ ଆର୍ଥିକ ସମସ୍ୟା ଭୋଗିବାକୁ ପଡିଥାଏ । ବ୍ୟବସାୟରେ ଉନ୍ନତି ହୁଏ ନାହିଁ । ଘର ସଦସ୍ୟମାନେ ଟଙ୍କାଙ୍କୁ ନେଇ ସବୁବେଳେ ଝଗଡା କରିଥାନ୍ତି । ଏଥିପାଇଁ ଏହି ଗଛକୁ ଘର ସମ୍ମୁଖରେ ରଖନ୍ତୁ ନାହିଁ ।

ବବୁଲ ଗଛ

ଯଦି ଘର ସମ୍ମୁଖରେ ବବୁଲ ଗଛ ଅଛି ତେବେ ଏହି କାରଣରୁ ସବୁବେଳେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଏ । ଆର୍ଥିକ ପରିସ୍ଥିତିରେ ମଧ୍ୟ ସମସ୍ୟା ଉତ୍ପନ୍ନ ହୋଇପାରେ । ଏହାର କଣ୍ଟା ବହୁତ କ୍ଷତିକାରକ ହୋଇଥାଏ । ଏଥିପାଇଁ ଏହି ଗଛକୁ ଘର ସମ୍ମୁଖରେ ରଖନ୍ତୁ ନାହିଁ ।

ଖଜୁରୀ ଗଛ

ଏହି ଗଛ ଘରେ ଥିଲେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଏହି ଗଛ ଯେପରି ଲମ୍ବା ସେହି ପରି ଘରର ସମସ୍ୟା ବି ସବୁବେଳେ ଲମ୍ବା ରହିଥାଏ ଅର୍ଥାତ ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ ଓ ଘର ଉପରେ ବଡ ବିପତ୍ତି ଆସିପାରେ ।

ବାଉଁଶ ଗଛ

ଘର ସମ୍ମୁଖରେ ଥିଲେ ଅଶୁଭ ହୋଇଥାଏ କାହିଁକି ନା ମୃତ୍ୟୁ ପରେ ଏହି ଗଛର ବ୍ୟବହାର କରାଯାଇଥାଏ । ଏହା ସହିତ ଏହି ଗଛ କାରଣରୁ ଘରେ କେବେ ବି ଆର୍ଥିକ ଉନ୍ନତି ହୁଏ ନାହିଁ । ଘରେ ସବୁ ବେଳେ ଅଶୁଭ ସ୍ଥିତି ରହିଥାଏ । ଘର ସଦସ୍ୟଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଥାଏ । ସେଥିପାଇଁ ଏହି ସବୁ ଗଛକୁ ଘର ସମ୍ମୁଖରେ ଲଗାନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।