4 ଭାରତୀୟ କ୍ରିକେଟର ଯେଉଁମାନେ ଅତି ଗରିବରୁ ହେଇଛନ୍ତି ଧନୀ

କ୍ରିକେଟ ଏକ ଏମିତି ଖେଳ ଅଟେ ଯାହାକୁ ଭାରତରେ ସବୁଠୁ ଅଧିକ ପସନ୍ଦ କରାଯାଏ । ଏହି କଥା ସବୁ ବ୍ୟକ୍ତିମାନେ ଜାଣିଛନ୍ତି କି ଭାରତରେ କ୍ରିକେଟ ଠାରୁ ଅଧିକ ଟଙ୍କା ଅନ୍ୟ କୌଣସି ଖେଳରେ ନାହିଁ । ସେଥିପାଇଁ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସବୁ କ୍ରିକେଟର ସୁପରଷ୍ଟାରଙ୍କ ଭଳି ଆଲିଶାନ ଜୀବନ ବ୍ୟତୀତ କରନ୍ତି । କହିବାକୁ ଗଲେ ଏହ ଏହି କ୍ରିକେଟରମାନକର ସଫଳ ହେବା ପରେ ସମସ୍ତେ ଏମାନଙ୍କୁ ଦେଖନ୍ତି । କିନ୍ତୁ ଏହି ସ୍ଥାନରେ ପହଞ୍ଚିବା ପାଇଁ କରିଥିବା ପରିଶ୍ରମ ଓ ସଂଘର୍ଷକୁ କାହାକୁ ବି ନଜର ଆସେ ନାହିଁ ।

କହିବାକୁ ଗଲେ ଭାରତୀୟ କ୍ରିକେଟ ଟିମରେଯେଉଁମାନେ ବର୍ତ୍ତମାନ ସମୟରେ ଏକ ଭଲ ଲାଇଫ ଷ୍ଟାଇଲରେ ରହୁଛନ୍ତି ସେମାନେ ଗୋଟିଏ ସମୟରେ ବହୁତ ଗରିବ ଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି କିଛି କ୍ରିକେଟରମାନଙ୍କ ବିଷୟ କହିବୁ ଯେଉଁମାନେ ସଫଳ ହେବା ପୂର୍ବରୁ ବହୁତ ଗରିବ ଥିଲେ ।

ରବୀନ୍ଦ୍ର ଜାଡାଜା

ରବୀନ୍ଦ୍ର ଜାଡାଜା ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଟିମର ସବୁଠୁ ସଫଳ କ୍ରିକେଟରମାନଙ୍କ ମଧ୍ୟରେ ଜଣେ ଅଟନ୍ତି । କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ସମୟ ଆସି ଥିଲା ଯେତେବେଳେ ରବୀନ୍ଦ୍ର ଜାଡାଜା କ୍ରିକେଟକୁ ଛାଡିବା ପାଇଁ ନିଷ୍ପତି ନେଇଯାଇଥିଲେ । କହିବାକୁ ଗଲେ ରବୀନ୍ଦ୍ର ଜାଡାଜାଙ୍କ ଜନ୍ମ ଗୁଜୁରାଟର ଏକ ଗରିବ ପରିବାରରେ ହୋଇଥିଲା ଓ ତାଙ୍କର ପିତା ୱାଚମ୍ୟାନର ଚାକିରି କରୁଥିଲେ । ଏହା ପରେ ନିଜ ମାଙ୍କ ସପୋର୍ଟରେ ସେ ଏଥିପାଇଁ ଦିନରାତି ପରିଶ୍ରମ କରୁଥିଲେ ।

କିନ୍ତୁ ମାଙ୍କ ନିଧନ ପରେ ସେ କ୍ରିକେଟ ଛାଡିବା ପାଇଁ ନିଷ୍ପତି ନେଇଯାଇଥିଲେ । କିନ୍ତୁ ଏହା ପରେ ତାଙ୍କର ଭଉଣୀ ନିଜେ ନର୍ସର ଚାକିରି କରି ତାଙ୍କୁ ସପୋର୍ଟ କରିଥିଲେ । ଏହି ସବୁ ସମସ୍ୟାର ସମ୍ମୁଖୀନ କରିବା ପରେ ହିଁ ଆଜି ସେ ଭାରତୀୟ କ୍ରିକେଟ ଟିମର ଜଣେ ସଫଳ ଅଲରାଉଣ୍ଡର ଅଟନ୍ତି ।

ହାର୍ଦିକ ଓ କୃନାଲ ପାଣ୍ଡ୍ୟା

ହାର୍ଦିକ ଓ କୃନାଲ ପାଣ୍ଡ୍ୟା ଦୁଇ ଜଣ ହିଁ ବର୍ତ୍ତମାନ ସମୟରେ ଜଣେ ସଫଳ କ୍ରିକେଟର ଅଟନ୍ତି । କିନ୍ତୁ ଏହି ସଫଳତାକୁ ପ୍ରାପ୍ତ କରିବା ପାଇଁ ଏମାନଙ୍କର ସଂଘର୍ଷ ବହୁତ କଠିନ ଥିଲା । କାରଣ ଏମାନଙ୍କ ପିତା ହିମାଂଶୁ ପାଣ୍ଡ୍ୟା ନିଜର ଗୋଟିଏ କାର ଫାଇନାନ୍ସର ବିଜନେସ କରୁଥିଲେ । ଆରମ୍ଭ ସମୟରେ ଏମାନଙ୍କର ପରିବାରର ଆର୍ଥିକ ସ୍ଥିତି ଭଲ ଥିଲା । କିନ୍ତୁ ଏହା ପରେ ତାଙ୍କର ଆର୍ଥିକ ସ୍ଥିତି ଧୀରେ ଧୀରେ ଖରାପ ହେଇ ଚାଲିଲା । କିନ୍ତୁ ଦୁଇ ଭାଇ ନିଜର ପରିଶ୍ରମ ବଳରେ ଆଜି ଏହି ସ୍ଥାନରେ ପହଞ୍ଚିପାରିଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ

ଧୋନୀ ଭାରତୀୟ କ୍ରିକେଟ ଇତିହାସର ସବୁଠୁ ମହାନ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏହା ସହିତ ଆପଣ ସମସ୍ତେ ଧୋନୀଙ୍କ ଫିଲ୍ମ ଦେଖି ତାଙ୍କର ସଂଘର୍ଷ ବିଷୟରେ ଜାଣିଥିବେ । ଏମିତିରେ ଗୋଟିଏ ସମୟରେ ତାଙ୍କୁ କ୍ରିକେଟ ଓ ନିଜର ଚାକିରିକୁ ବାଛିବାର ଥିଲା । ଯେଉଁ ସମୟରେ ସେ କ୍ରିକେଟକୁ ବାଛିଲେ ସେଥିପାଇଁ ଆଜି ତାଙ୍କୁ ପୁରା ଦୁନିଆ ଜଣେ ମହାନ ଖେଳାଳି ରୂପରେ ଜାଣିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।