Vastu Shastra- ନିଜେ ମା ଲକ୍ଷ୍ମୀ ଦେଇଛନ୍ତି ବରଦାନ ଏହି ସମୟରେ ଘରେ ଝାଡୁ ଲଗାଇଲେ ଧନ ଦୌଲତରେ ଭରି ରହିଥାଏ ଘର, କେବେବି ହୁଏ ନାହିଁ ଅଭାବ

ସବୁ ମନୁଷ୍ୟ ନିଜ ଜୀବନରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ବହୁତ ଚେଷ୍ଟା କରିଥାଏ ।ଏହା ସହିତ ସବୁ ମନୁଷ୍ୟ ନିଜର  ବ୍ୟସ୍ତ ଜୀବନରେ ଆର୍ଥିକ ରୂପରେ ଉନ୍ନତି କରିବା ପାଇଁ ବହୁତ ସ୍ଵପ୍ନ ଦେଖିଥାଏ ଓ ଏଥିପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା ବି କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଝାଡୁର ପ୍ରୟୋଗ କିମ୍ବା କେଉଁ ସମୟରେ ଘରେ ଝାଡୁ ଲଗାଇବା ଉଚିତ ସେହି ବିଷୟରେ କହିବାକୁ । ଏହା ସହିତ ଘରେ ସଠିକ ସମୟ ଝାଡୁର ଉପଯୋଗ ଯଦି ଆପଣ କରୁଛନ୍ତି ତେବେ ମା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କୁ ମିଳିଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଝାଡୁକୁ ଓଲଟା ରଖିବା ଦ୍ୱାରା ବହୁତ କ୍ଷତି ହୋଇଥାଏ । ସେଥିପାଇଁ ଝାଡୁକୁ ଓଲଟା ରଖନ୍ତୁ ନାହିଁ । ଝାଡୁକୁ ଗୋଡ଼ ମାରିବା ଉଚିତ ନୁହେଁ ଏପରି କରିଲେ ଆପଣ ମାତା ଲକ୍ଷ୍ମୀଙ୍କୁ ଗୋଡ଼ ମାରିବା ସଙ୍ଗେ ସମାନ ହେବ ।

ଯଦି ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହୁଁଛନ୍ତି ତେବେ ଝାଡୁକୁ ସମ୍ମାନ ଦେଇ ରଖନ୍ତୁ । କାରଣ ଏହି ଝାଡୁ ପାଇଁ ବ୍ୟକ୍ତି କାଙ୍ଗାଳ ଓ ଧନୀ ମଧ୍ୟ ହୋଇପାରେ । ଆପଣଙ୍କୁ କହିଦେଉଛୁ କି କେତେକ ଶାସ୍ତ୍ରରେ ଝାଡୁକୁ ଲକ୍ଷ୍ମୀ ଓ ତାଙ୍କର ଭଉଣୀ ଅଲକ୍ଷ୍ମୀଙ୍କ ସହ ମଧ୍ୟ ଯୋଡି ଯାଇଛି । ଆପଣମାନେ ଆପଣଙ୍କ ଘରର ଗୁରୁଜନମାନଙ୍କୁ ଏପରି କହିବାର ତ ନିଶ୍ଚୟ ଶୁଣିଥିବେ । ଆପଣ ମାନେ ତ ଜାଣିଥିବେ ସାଧାରଣ ଭାବେ ସନ୍ଧ୍ୟା ସମୟରେ ଝାଡୁ ଲଗାଇବା ଅନର୍ଥର କାରଣ ହୋଇଥାଏ ।

କିନ୍ତୁ ଯଦି ନିହାତି ଆବଶ୍ୟକ ପଡେ ତେବେ ସନ୍ଧ୍ୟାବେଳେ ଆପଣ ଝାଡୁ ଲାଗାଇ ପାରିବେ ତେବେ ବହୁତ ସାବଧାନ ବର୍ତ୍ତିବା ଆବଶ୍ୟକ । କେଉଁ ସମୟରେ ଝାଡୁ ଲାଗାଇବା ଆବଶ୍ୟକ ଯାହା ଫଳରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ ଚାଳନ୍ତୁ ସେହି ବିଷୟରେ ଜାଣିବା । ସକାଳ ତଥା ବ୍ରହ୍ମକାଳରେ ପୃଥିବୀରେ ଦେବତାମାନେ ଭ୍ରମଣ କରିଥାନ୍ତି ।

ଏହି ସକାଳ ସମୟଟି ହେଲା ସକାଳ ୪  ଟାରୁ ୭ ଟା ପର୍ଯ୍ୟନ୍ତ ଏହି ସମୟରେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ଓ ଏହି ସମୟରେ ଯଦି କୌଣସି ବି ବ୍ୟକ୍ତି ନିଜ ଘରର ସଫା କରୁଛି ତେବେ ଏହା ଦ୍ୱାରା ତାଙ୍କୁ ବହୁତ ଶୁଭ ଫଳ ମିଳିଥାଏ ଓ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ । ଯାହା ଦ୍ୱାରା ଆପଣଙ୍କ ଘର ଧନ ଧାନ୍ୟରେ ପରିପୂର୍ଣ ହୋଇ ଉଠେ ଓ ପରିବାରରେ ସୁଖ ଶାନ୍ତିର ବାତାବରଣ ରହିଥାଏ । ସେଥିପାଇଁ ଯେଉଁ ଗୃହିଣୀ ସକାଳ ସମୟରେ ଘରେ ଝାଡୁ ଲାଗନ୍ତି ସେମାନେ ଜୀବନ ସାରା ବହୁତ ଖୁସିରେ ଜୀବନ ବିତାଇ ଥାନ୍ତି ।

ଯଦି ଆବଶ୍ୟକ ପଡେ ସନ୍ଧ୍ୟା ସମୟରେ ଝାଡୁ ଲାଗାଇବା ପାଇଁ ତେବେ ଘରୁ ବାହାରିଥିବା ଅଳିଆକୁ ବାହାରେ ପକାନ୍ତୁ ନାହିଁ । ଘରର କୌଣସି କାନ୍ଥ ପାଖରେ ଦୃଷ୍ଟି ନ ପଡିବା ଜାଗାରେ ସେହି ଅଳିଆକୁ ରଖି ଦିଅନ୍ତୁ ଓ ଏହାକୁ ସକାଳ ଅଳିଆ ସାଙ୍ଗରେ ବାହାରେ ଫୋପାଡି ଦିଅନ୍ତୁ । କିନ୍ତୁ ସନ୍ଧ୍ୟା ସମୟରେ ଝାଡୁ ନ କରିବା ଗୃହ ପ୍ରତି ଭଲ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।