14 ଡିସେମ୍ବର 2020 ରେ ସୂର୍ଯ୍ୟ ପରାଗରେ 8 ରାଶିର ଭାଗ୍ୟ ଚମକି ଉଠିବ ଓ 4 ରାଶି ରୁହନ୍ତୁ ସତର୍କ

୧୪ ଡିସେମ୍ବର ଅମାବାସ୍ୟା ରାତିରେ ପଡୁଥିବା ଖଣ୍ଡ ଗ୍ରାଶ ସୁର୍ଯ୍ୟ ଗ୍ରହଣ ଏହି ବର୍ଷର ଶେଷ ଗ୍ରହଣ ଅଟେ । ଏହା ଭାରତରେ ନଜର ଆସିବ ନାହିଁ । କିନ୍ତୁ ଏହାର ଶୁଭ ଓ ଅଶୁଭ ପ୍ରଭାବ ସବୁ ରାଶିଙ୍କ ଉପରେ ପଡିବ । ୧୪ ଡିସେମ୍ବର ଅମାବାସ୍ୟା ରାତିରେ ପଡୁଥିବା ସୂର୍ଯ୍ୟ ଗ୍ରହଣ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୦୩ ମିନିଟରେ ଆରମ୍ଭ ହୋଇ ରାତି ୧୨.୨୩ ମିନିଟରେ ସମାପ୍ତ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ଦକ୍ଷିଣ ଆମେରିକା, ସାଉଥ ଆଫ୍ରିକା ଓ ପ୍ରଶାନ୍ତ ମହାସାଗର କିଛି ଅଂସରେ ଦେଖାଯିବ ।

ଜ୍ୟୋତିଷ ଗଣନା ଅନୁସାରେ ଏହି ସୂର୍ଯ୍ୟ ଗ୍ରହଣ ଅଘନ ମାସର ସୋମବତୀ ଅମାବାସ୍ୟା ଦିନ ବିଛା ରାଶି ଓ ଜ୍ୟେଷ୍ଠ ନକ୍ଷେତ୍ରରେ ଲାଗିବାକୁ ଯାଉଛି । ସୂର୍ଯ୍ୟ ଗ୍ରହଣ ଏକ ଅଶୁଭ ଶକ୍ତି ହୋଇଥିବାରୁ କେତେକ ଜିନିଷ କରିବା ବର୍ଜନ ଅଟେ । ଏହି ଗ୍ରହଣ ସମୟରେ ପୂଜା କରିବା ନିଷେଦ୍ଧ ଅଟେ । ଗର୍ଭବତ୍ତୀ ମହିଳା ଏହାକୁ ଦେଖିବା ଅଶୁଭ ଅଟେ । ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ଵାରା ସନ୍ତାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏହି ସମୟରେ ସୂର୍ଯ୍ୟ ମନ୍ତ୍ର, ହନୁମାନ ଚାଲିଶା ଓ ଶିବଙ୍କ ମନ୍ତ୍ର ଜପ କରିବା ଉଚିତ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ରାଶିର ଶୁଭ ଓ ଅଶୁଭ ଯୋଗ ରହୁଛି ।

ମେଷ

ଆପଣଙ୍କ ଉପରେ ଗ୍ରହର ଖରାପ ପ୍ରଭାବ ପଡିବ । ଆପଣଙ୍କୁ ଗ୍ରହର ପ୍ରଭାବରୁ ରକ୍ଷା ପାଇବା ପାଇଁ ଇଷ୍ଟ ଦେବଟାଙ୍କ ମନ୍ତ୍ର ତଥା ହନୁମାନ ଚାଲିଶାର ପାଠ କରିବା ଉଭିତ ।

ବୃଷ

ଆପଣଙ୍କ ଉପରେ ସୂର୍ଯ୍ୟ ଗ୍ରହଣର ଅଶୁଭ ପ୍ରଭାବ ପଡିବ । ସେଥିପାଇଁ ଗ୍ରହଣ ପୂର୍ବରୁ ଭଗବାନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଓ ଗ୍ରହଣ ସମୟରେ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ ।

ମିଥୁନ

ଆପଣଙ୍କ ବୈବାହିକ ଜୀବନରେ ପ୍ରତିକୂଳ ପ୍ରଭାବ ପଡି ପାରେ । ଆପଣଙ୍କୁ ଏଥିରୁ ରକ୍ଷା ପାଇବା ପାଇଁ ଓଁ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ। ବୈବାହିକ ଜୀବନରେ ଶାନ୍ତି ଆସିବ ।

କର୍କଟ

ଆପଣଙ୍କୁ ଶୁଭ ଓ ଅଶୁଭ ମିଶ୍ରିତ ଫଳ ମିଳିବ । ସେଥିପାଇଁ ଶିବଙ୍କ ଆରଧାନା କରନ୍ତୁ ଓ ଶିବ ମନ୍ତ୍ର ଜାପ କରନ୍ତୁ । ସବୁ ଶୁଭ ହେବ ।

ସିଂହ

ଆପଣଙ୍କ ପ୍ରେମ ସମ୍ବନ୍ଧ ଓ ସନ୍ତାନ କଷ୍ଟ ଭୋଗି ପାରନ୍ତି । ସେଥିପାଇଁ ଆପଣ ଆଦିତ୍ୟ ମନ୍ତ୍ର ଜପ କରନ୍ତୁ ସବୁ ଶୁଭ ହେବ ।

କନ୍ୟା

ଗ୍ରହଣର ଅଶୁଭ ପ୍ରଭାବରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ ।

ତୁଳା

ଆପଣଙ୍କୁ ଏହି ସମୟରେ ଶୁଭ ଫଳ ମିଳିବ । କିନ୍ତୁ ଅଧିକ ଶୁଭ ଫଳ ପାଇବା ପାଇଁ ମାତା ଦୁର୍ଗାଙ୍କ ମନ୍ତ୍ର ଜପ କରନ୍ତୁ ।

ବିଚ୍ଛା

ଆପଣଙ୍କୁ ଆର୍ଥିକ ଓ ପାରିବାରିକ ସମସ୍ୟାର ସାମ୍ନା ହେବାକୁ ପଡିପାରେ । ସେଥିପାଇଁ ଏହି ସମୟରେ ଆପଣ ସୁନ୍ଦରକାଣ୍ଡ ପାଠ କରନ୍ତୁ ସବୁ ଶୁଭ ହେବ ।

ଧନୁ

ଆପଣଙ୍କୁ ଗ୍ରହଣର ଅଧିକ ଅଶୁଭ ଫଳ ମିଳିବ । ସେଥିପାଇଁ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ବିଷ୍ଣୁ ସହଶ୍ର ମନ୍ତ୍ର ଜପ କରନ୍ତୁ ସବୁ ଶୁଭ ହେବ ।

ମକର

ଆପଣଙ୍କୁ ଆର୍ଥିକ ଓ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଶିବଙ୍କ ମହାମନ୍ତ୍ର ଜପ କରିବାକୁ ପଡିବ । ଏହା ଫଳରେ ସବୁ ଶୁଭ ହେବ ।

କୁମ୍ଭ

ଆପଣଙ୍କର ଶୁଭ ଯୋଗ ଅଛି । ସେଥି ପାଇଁ ଆପଣଙ୍କୁ ଅଶ୍ୱସ୍ଥ ଗଛ ମୂଳରର ସୋରିଷ ତେଲର ଦୀପ ଜଲାନ୍ତୁ । ଯାହା ଫଳରେ ଏହି ଶୁଭ ଯୋଗ ସବୁଦିନ ପାଇଁ ରହିଵ ।

ମିନ

ଆପଣଙ୍କର ପିତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ତଥା ପିତାଙ୍କ ସହ ମନମାଳିନ୍ୟ ହୋଇପାରେ । ଏଥିରୁ ମୁକ୍ତି ପାଇବା ପାଇଁ କୌଣସି ବ୍ରାହ୍ମଣ ତଥା ଗରିବ ଲୋକଙ୍କୁ ଗହମ ଦାନ କରନ୍ତୁ ଆପଣଙ୍କୁ ସବୁ ଶୁଭ ଫଳ ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।