Chanakya Neeti- କାଉ ଠାରୁ ଶିଖନ୍ତୁ ଏହି 4 କଥା, ଜୀବନରେ କୋଟିପତି ବନିବାରୁ କେହିବି ଅଟକାଇ ପାରିବେନି

ଚାଣକ୍ୟ ଜଣେ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ । ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ସେ ତାଙ୍କର ଏହି ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ । ଚାଣକ୍ୟ ନୀତିକୁ ଯେଉଁ ବ୍ୟକ୍ତି ଅନୁସରଣ କରେ ସେ ନିଜର ଜୀବନରେ କେବେ ବି କେଉଁଠାରେ ହାର ମାନେ ନାହିଁ । ଚାଣକ୍ୟଙ୍କ ଏହି ନୀତିରେ ମନୁଷ୍ୟକୁ ଇବନରେ ଆଗକୁ ବଢିବାର ବିଭିନ୍ନ ଉପାୟ କୁହାଯାଇଛି । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କର ଏପରି ୪ ଟି ନୀତି ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଯିବ ।

ଚାଣକ୍ୟଙ୍କ କହିବା ଅନୁସାରେ ଯେପରି ଗୋଟିଏ କାଉ ସବୁବେଳେ ଚଳ ଚଞ୍ଚଳ ରହିଥାଏ ଓ ତାର ଦୃଷ୍ଟି ସବୁବେଳେ ଚାରି ଆଡକୁ ଥାଏ । ସେହିଭଳି ବ୍ୟକ୍ତିକୁ ବି ନିଜର ଚତୁର୍ପାଶ୍ୱ ପ୍ରତି ନଜର ରଖିବା ଉଚିତ ଓ ସବୁ କଥା ପ୍ରତି ନଜର ରଖିବା ଉଚିତ ଯାହା ଫଳରେ କି ତାର କେହି କଛି ଅସୁବିଧା କରି ନ ପାରିବେ ।

କାଉ ତାର ଚଞ୍ଚଳାତାକୁ ବଜାୟ ରଖି ନିଜକୁ ସୁରକ୍ଷା ରଖିଥାଏ ସେହିଭଳି ଆମକୁ ନିଜ ଅବସ୍ଥା ଦେଖି ସବୁ କାମ କରିବା ଉଚିତ । ଆମକୁ ସବୁବେଳେ ଧ୍ୟାନ ଦେବାକୁ ହେବ କି ନିଜ ଜୀବନରେ କେଉଁ ସ୍ତରରେ ଅଛୁ ଓ ଆମ ପାଖରେ କଣ କରିବାର ସୁଯୋଗ ଅଛି । ଏହି ସବୁ କଥା ପ୍ରତି ଆମକୁ ସଜାଗ ରହିବାକୁ ପଡିବ । ଜୀବନରେ ସବୁବେଳେ କିଛି ନା କିଛି ଅସୁବିଧା ଆସିଥାଏ ଯାହାକୁ ସାମ୍ନା କରିବା ଉଚିତ ଓ ସେହି ଅସୁବିଧାର ସମାଧାନ ଖୋଜିବାକୁ ପ୍ରୟାସ କରିବା ଉଚିତ । ଯାହାଫଳରେ ସବୁ ସମସ୍ୟାର ସମାଧାନ ହୋଇଯିବ । ସେଥିପାଇଁ ଆପଣ ନିଜ ଦୃଷ୍ଟିକୁ କାଉ ଭଳି ରଖନ୍ତୁ ।

ଚାଣକ୍ୟଙ୍କ ଅନ୍ୟ ଏକ ନୀତି ଅନୁସାରେ ଆମକୁ ଏପରି କିଛି କଥା କାହାକୁ କହିବା ଉଚିତ ନୁହେଁ ।

୧ – ବ୍ୟକ୍ତିକୁ ନିଜର କୌଣସି ବି ବ୍ୟକ୍ତିଗତ ସମସ୍ୟାକୁ କେବେ ବି କାହାକୁ କହିବା ଉଚିତ ନୁହେଁ । କାରଣ ନିଜ ସମସ୍ୟା ଅନ୍ୟ ପାଖରେ ପ୍ରକାଶ କରିବା ଦ୍ୱାରା ସେମାନେ ପ୍ରଥମେ ସହାନୁଭୂତି ଦେଖାନ୍ତି କିନ୍ତୁ ପରେ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରି ଆପଣଙ୍କୁ କ୍ଷତି ପହଞ୍ଚାଇ ଥାନ୍ତି ।

୨ – ନିଜ ଅପମାନ ବିଷୟରେ ଅନ୍ୟ ପାଖରେ ପ୍ରକାଶ କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କର ଅପମାନ କମିବା ଅପେକ୍ଷା ଅଧିକ ବଢି ଥାଏ । ଲୋକମାନେ ଆପଣଙ୍କୁ ଥଟା ମଜା କରିଥାନ୍ତି । ଏହା ଆପଣଙ୍କ ସମ୍ମାନରେ ଖରାପ ପ୍ରଭାବ ପଡିଥାଏ ।


୩ – ସ୍ତ୍ରୀର ଚରିତ୍ର ଓ ସ୍ଵଭାଵ ବିଷୟରେ କାହାରି ଆଗରେ ଆଲୋଚନା କରନ୍ତୁ ନାହିଁ । ଏହିଭଳି କରିବା ଦ୍ୱାରା ସ୍ତ୍ରୀଙ୍କ ଅପେକ୍ଷା ଆପଣଙ୍କର ସମ୍ମାନ ହାନି ହୋଇଥାଏ ଏବଂ ଆପଣଙ୍କୁ ଅନ୍ୟ ମାନେ ପରିହାସ କରିଥାନ୍ତି । କିଛି କଥାକୁ ଅନ୍ୟ ଆଗରେ ପ୍ରକାଶ କରିବା ଦ୍ୱାରା କଥା ସମାଧାନ ହେବ ଅପେକ୍ଷା ଅଧିକ ବିଗିଡି ଥାଏ ।

୪ – ବ୍ୟବସାୟ ବିଷୟରେ କାହାକୁ କହିବା ଉଚିତ ନୁହେଁ କାରଣ ଯେତେବେଳେ ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକ ପଡିବ ସେମାନେ ଆପଣଙ୍କୁ ସହଯୋଗ କରିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।